Latest Odisha News

BREAKING NEWS

କଅଁଳ ଦେହ ତଥାପି ମୃତ୍ୟୁ ସହ ଲଢିଲେ, ଭଗ୍ନସ୍ତୁପ ତଳୁ ଜୀବନ ନେଇ ଫେରିଲେ: ଦେଖନ୍ତୁ ଭିଡିଓ

ଧୀରେ ଧୀରେ ଶାନ୍ତ ହେଉଛି ତୁର୍କୀ ଓ ସିରିଆ । ଭଗ୍ନସ୍ତୁପ ତଳୁ ନିରବୀ ଗଲାଣି ଆକୁଳ ଚିତ୍କାର । ଭୟଙ୍କର ଭୂକମ୍ପରେ ୧୫ ହଜାରରୁ ଅଧିକ ଲୋକ ପ୍ରାଣ ହରାଇ ସାରିଲେଣି । ୮୦ ହଜାରରୁ ଅଧିକ ଲୋକ ଆହତ ହୋଇଛନ୍ତି । ଆହୁରି ଅନେକ ସ୍ତୁପ ତଳେ ଚାପି ହୋଇ ରହିଛନ୍ତି । କିଏ ଜାଣେ ମୃତ୍ୟୁ ସଂଖ୍ୟା କେତେ ଛୁଇଁବ ! ହେଲେ ଏସବୁ ଭିତରେ ମୃତ୍ୟୁକୁ ମାତ ଦେଇଥିବା ଏଇ ଶିଶୁମାନଙ୍କୁ ଦେଖନ୍ତୁ । କଅଁଳ ଦେହ, ନିରୀହ ମନ । ତଥାପି ଏମାନେ ମୃତ୍ୟୁକୁ ମାତ ଦେଇ ଭଙ୍ଗା ଲୁହା ଛଡ ଆଉ ସିମେଣ୍ଟ ଗଦା ତଳୁ ଜୀବନ ନେଇ ଫେରିଛନ୍ତି । ଏ ବରବାଦି ଭିତରେ ଏହା ନିଶ୍ଚୟ ଏକ ଆଶ୍ୱାସନା । ମୃତ୍ୟୁ ସହ ସଂଘର୍ଷ ଭିତରେ ଯେ ମଣିଷ  ଜିତିପାରେ ଏହା ତାହାର ଏକ ଜ୍ୱଳନ୍ତ ଉଦାହରଣ।

ଭୂକମ୍ପକୁ ଆଜି ୪ ଦିନ ହୋଇଗଲା । ଯୁଆଡେ ଚାହିଁବ ସିଆଡେ ଖାଲି ଗଦା ଗଦା ଭଙ୍ଗା କୋଠାର ସ୍ତୁପ । ଏହି ସ୍ତୁପ ମଧ୍ୟରୁ ଚାଲିଛି ଉଦ୍ଧାର କାର୍ଯ୍ୟ । ବଞ୍ଚିବାର ସମ୍ଭାବନା କ୍ଷୀଣ ଥିଲେ ବି ଉଦ୍ଧାର କାର୍ଯ୍ୟ ଥମିନି । ଏହି ଗଦାଗଦା ସ୍ତୁପ ଭିତରୁ କେମିତି ଜୀବନକୁ ସାଉଁଟି ଆଣୁଛନ୍ତି ଉଦ୍ଧାରକାରୀ ଦଳ ତାହାର ଛାତିଥରା ଦୃଶ୍ୟ ସବୁ ସୋସିଆଲ ମିଡିଆ ପ୍ଲାଟଫର୍ମରେ  ଘୁରି ବୁଲୁଛି ।

ଦେଖନ୍ତୁ ଏମିତି କିଛି ଦୃଶ୍ୟ-

 

 

 

Comments are closed.