Latest Odisha News

ଅଭୁଲା ଗୀତ : ଉଡ଼ିଗଲେ ଗେଣ୍ଡାଳିଆ

ଗୀତ : କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ
ସଙ୍ଗୀତ : ଶ୍ରୀକୁମାର
ଗାୟନ : ଅକ୍ଷୟ ମହାନ୍ତି
ଚଳଚ୍ଚିତ୍ର : ମାଟିର ମଣିଷ, ୧୯୬୭
ପ୍ରଯୋଜନା: ଛାୟାବାଣୀ ପ୍ରତିଷ୍ଠାନ

ଉଡ଼ିଗଲେ ଗେଣ୍ଡାଳିଆ
ଉଡ଼ିଗଲେ ଗେଣ୍ଡାଳିଆ ଝାଡ଼ିଦେଲେ ପର
ଝାଡ଼ିଦେଲେ ପର
ରଜାଝିଅ ବାହୁନୁଚି ଦେଖି ବୁଢ଼ାବର
ଆହା ଦେଖି ବୁଢ଼ାବର।

ଉଠେଇଲା କଳାମେଘ ଭୋଦେଇ ଉଠାଣ
କାଳୀଗାଈ ଚରିଗଲା କିଆରିକ ଧାନ
ବସିବା ସଙ୍ଗାତ ଚାଲ ତୋହର ମୋହର
ବସିବା ସଙ୍ଗାତ ଚାଲ ତୋହର ମୋହର
ଉଡ଼ି ଉଡ଼ି ଯିବା ଆମେ ମେଘ ରଜା ଘର
ଆହା ମେଘ ରଜା ଘର ।

ମେଘ ରାଇଜର ପରୀ ଭାରି ସୁନ୍ଦରିଆ
ଗେଲ କରି ଆଣିବି ମୁଁ ବଡ଼ ହୁନ୍ଦରିଆ
ରହ ରହ ଗେଣ୍ଡାଳିଆ ଯିବା ବହୁଦୂର
ରହ ରହ ଗେଣ୍ଡାଳିଆ ଯିବା ବହୁଦୂର
ରହିବା ମଉଜ କରି ନୋହି ସାତପର
ଆହା ନୋହି ସାତପର।

ଉଡ଼ିଗଲେ ଗେଣ୍ଡାଳିଆ ଝାଡ଼ିଦେଲେ ପର
ରଜା ଝିଅ ବାହୁନୁଚି ଦେଖି ବୁଢ଼ାବର
ଆହା ଦେଖି ବୁଢ଼ାବର ।

 

ସୂର୍ଯ୍ୟ ଦେଓଙ୍କ ଓଡ଼ିଆ ସିନେମା ଗୀତ ୧୯୩୬-୬୯ ବହିରୁ

ନିଜ ମନ ପସନ୍ଦର ଗୀତ ପାଇଁ ନିମ୍ନ ଆଇଡିରେ ମେଲ କରନ୍ତୁ।
( editorodishasambad@gmail.com )

Leave A Reply

Your email address will not be published.