Latest Odisha News

BREAKING NEWS

ଓସିଏସ ମୁଖ୍ୟ ଲିଖିତ ପରୀକ୍ଷା କାର୍ଯ୍ୟସୂଚୀରେ ପରିବର୍ତ୍ତନ; ଜାଣନ୍ତୁ, କେବେ ହେବ ପରୀକ୍ଷା

ଭୁବନେଶ୍ୱରୀ:ଓଡ଼ିଶା ସିଭିଲ ସର୍ଭିସ ମୁଖ୍ୟ ଲିଖିତ ପରୀକ୍ଷା (ଓସିଏସ) ଫେବ୍ରୁଆରୀ ୨୧ରୁ ଆରମ୍ଭ ହେବ । ଏ ନେଇ ଓଡ଼ିଶା ଲୋକସେବା ଆୟୋଗ ପକ୍ଷରୁ (ଓପିଏସସି) ପକ୍ଷରୁ ଗତକାଲି ସୂଚନା ଦିଆଯାଇଛି । ଏକ ସଂଶୋଧିତ ବିଜ୍ଞପ୍ତି ପ୍ରକାଶ କରି ଓପିଏସସି ପକ୍ଷରୁ କୁହାଯାଇଛି, ପୂର୍ବରୁ ପ୍ରକାଶ ପାଇଥିବା କାର୍ଯ୍ୟସୂଚୀରେ ପରିବର୍ତ୍ତନ କରାଯାଇଛି ।

ସୂଚନାଥାଉ କି, ପୂର୍ବରୁ ଫେବ୍ରୁଆରୀ ୨୨ ତାରିଖରୁ ମାର୍ଚ୍ଚ ୮ ତାରିଖ ମଧ୍ୟରେ ଓସିଏସ ପରୀକ୍ଷା ହେବ ବୋଲି କୁହାଯାଇଥିଲା । ହେଲେ ପରବର୍ତ୍ତୀ ସମୟରେ ଓପିଏସସି ପକ୍ଷରୁ ଏଥିରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି । ସଂଶୋଧିତ କାର୍ଯ୍ୟସୂଚୀ ଅନୁଯାୟୀ ଏହ ପରୀକ୍ଷା ଫେବ୍ରୁଆରୀ ୨୨ ବଦଳରେ ଫେବୃୟାରୀ ୨୧ରେ ଆରମ୍ଭ ହେବ ।

ସେହିପରି ପୂର୍ବ କାର୍ଯ୍ୟସୂଚୀରେ ପରୀକ୍ଷା ମାର୍ଚ୍ଚ ୮ ତାରିଖରେ ସରିବାର ଥିଲା । ହେଲେ ନୂଆ କାର୍ଯ୍ୟସୂଚୀ ଅନୁଯାୟୀ ପରୀକ୍ଷା ମାର୍ଚ୍ଚ ୧୩ ତାରିଖରେ ଶେଷ ହେବ । ଏ ନେଇ ଓପିଏସସି ପକ୍ଷରୁ ସଂଶୋଧିତ ବିଜ୍ଞପ୍ତି ପ୍ରକାଶ ପାଇଛି ।

Leave A Reply

Your email address will not be published.