Latest Odisha News

BREAKING NEWS

ପୂରଣ ହେଲା ଅଭିଯୁକ୍ତ ଗୋପାଳ ଦାସର ଇଚ୍ଛା, ନୂଆ ଠିକଣା ଚୌଦ୍ୱାର ଜେଲ୍

କଟକ: କ୍ରାଇମବ୍ରାଞ୍ଚର ରିମାଣ୍ଡ ଶେଷ ହେବା ପରେ ନିଜେ ଝାରସୁଗୁଡା ଉପକାରଗାରରେ ନରହିବାକୁ ଇଚ୍ଛା ପ୍ରକାଶ କରିଥିଲା ମନ୍ତ୍ରୀ ନବ ଦାସ ହତ୍ୟା ଘଟଣାର ଅଭିଯୁକ୍ତ ଗୋପାଳ ଦାସ। ଏ ନେଇ ଜେଲ ବିଭାଗ ଗୋପାଳକୁ ‌ଚୌଦ୍ବାର ଜେଲ ଆଣିବା ପାଇଁ ଆବେଦନ କରିଥିଲା । ଏହାକୁ ଝାରସୁଗୁଡା କୋର୍ଟ ଅନୁମତି ଦେବା ପରେ ଅଭିଯୁକ୍ତ ଗୋପାଳ ଦାସ ଚୌଦ୍ୱାର ଜେଲକୁ କଡା ସୁରକ୍ଷା ମଧ୍ୟରେ ସ୍ଥାନାନ୍ତର ହୋଇଛି। ଆଜି ସଂଧ୍ୟାରେ ପୋଲିସର ଏକ ଟିମ୍ ଅଭିଯୁକ୍ତ ଗୋପାଳ ଦାସଙ୍କୁ ଝାରସୁଗୁଡାରୁ ଆଣି କଟକ ଚୌଦ୍ୱାର ଜେଲରେ ଛାଡ଼ିଛି। ସେ ଏବେ ଜେଲର ୩ନମ୍ବର ସେଲ୍‌ରେ ରହିବ। ଏଥି ପାଇଁ ଜେଲ୍‌ କର୍ତ୍ତୃପକ୍ଷଙ୍କ ତରଫରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଚୌଦ୍ୱାର ଜେଲ୍‌ରେ ସ୍ୱତନ୍ତ୍ର ସିସିଟିଭି ସର୍ଭିଲାନ୍ସରେ ରଖାଯିବା ନେଇ ସୂଚନା ମିଳିଛି।

ଗୋପାଳ ଦାସକୁ ଚୌଦ୍ୱାର ଜେଲ୍‌ ସ୍ଥାନାନ୍ତରିତ ନେଇ ଜେଲ୍‌ ଡିଜି କହିଛନ୍ତି, ସ୍ଥାନାନ୍ତର ପାଇଁ ଗୋପାଳ ନିଜେ ଇଚ୍ଛ କରି କୋର୍ଟରେ କହିଥିଲା। ଆଜି ଅଭିଯୁକ୍ତ ଗୋପାଳ ଦାସଙ୍କୁ ପୁଣିଥରେ ଝାରସୁଗୁଡା ଜେଏମଏଫସି କୋର୍ଟରେ ହାଜର କରାଯାଇଥିଲା। ଏହି ସମୟରେ 164 ଧାରାରେ ବୟାନ ରେକର୍ଡ ହୋଇଥିଲା। ପରେ ଝାରସୁଗୁଡା କୋର୍ଟ ଅଭିଯୁକ୍ତର ସୁରକ୍ଷାକୁ ଦୃଷ୍ଟିରେ ରଖି ଚୌଦ୍ୱାର ଜେଲକୁ ସ୍ଥାନାନ୍ତର ପାଇଁ ଅନୁମତି ଦେଇଥିଲେ।

ଅଭିଯୁକ୍ତ ଗୋପାଳ ଦାସଙ୍କୁ ଚୌଦ୍ୱାର ଜେଲରେ ରଖିବା ପୂର୍ବରୁ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି। ହାଇ ସିକ୍ୟୁରିଟି ସିସିଟିଭି ଲାଗିବା ସହିତ ସ୍ୱତନ୍ତ୍ର ସେଲରେ ରଖିବାକୁ ବ୍ୟବସ୍ଥା ହୋଇଛି।

ଉଲ୍ଲେଖଯୋଗ୍ୟ, ମନ୍ତ୍ରୀ ନବ ଦାସ ହତ୍ୟା ଘଟଣାକୁ ଇତି ମଧ୍ୟରେ 17 ଦିନି ବିତିଛି। ହେଲେ ଅଭିଯୁକ୍ତ ଗୋପାଳ ଦାସ କେଉଁ କାରଣ ପାଇଁ ମନ୍ତ୍ରୀଙ୍କୁ ଗୁଳି କରିଛନ୍ତି ତାର ରହସ୍ୟ ସାମ୍ନାକୁ ଆସିପାରି ନାହିଁ। କୁହାଯାଉଛି ଖୁବଶୀଘ୍ର ଗୁଜରାଟ ଗାନ୍ଧୀନଗରରେ ଗୋପାଳର ହୋଇଥିବା ନାର୍କୋ ଟେଷ୍ଟ ରେଜଲ୍ଟ ଆସିବ। ଏହାକୁ କୋର୍ଟରେ ତଦନ୍ତକାରୀ ଟିମ୍ ଉପସ୍ଥାପନ କରିବା ପରେ କ୍ରାଇମବ୍ରାଞ୍ଚ ସମ୍ପୂର୍ଣ୍ଣ ଘଟଣା ଉପରୁ ପରଦା ହଟାଇପାରେ।

 

Comments are closed.