Latest Odisha News

BREAKING NEWS

ମହିଳା ଟି-୨୦ ବିଶ୍ୱକପ: ୱେଷ୍ଟଇଣ୍ଡିଜକୁ ୬ ୱିକେଟରେ ପରାସ୍ତ କଲା ଟିମ୍ ଇଣ୍ଡିଆ

ଓଡ଼ିଶା ସମ୍ବାଦ ବ୍ୟୁରୋ: ମହିଳା ଟି-୨୦ ବିଶ୍ୱକପର ଦ୍ୱିତୀୟ ମ୍ୟାଚରେ ଭାରତ ବିଜୟୀ ହୋଇଛି। ବୁଧବାର କେପଟାଉନରେ ଖେଳାଯାଇଥିବା ମ୍ୟାଚରେ ଟିମ୍ ଇଣ୍ଡିଆ ୱେଷ୍ଟଇଣ୍ଡିଜକୁ ୬ ୱିକେଟରେ ପରାସ୍ତ କରିଛି। ୱେଷ୍ଟଇଣ୍ଡିଜ ବ୍ୟାଟିଂ କରି ପ୍ରଥମେ ୧୧୯ ରନ୍‌ର ଟାର୍ଗେଟ ଦେଇଥିଲା। ଏହାର ଜବାବରେ ଟିମ୍ ଇଣ୍ଡିଆ ୧୮.୧ ଓଭରରେ ଲକ୍ଷ୍ୟ ହାସଲ କରିଥିଲା।

ରିଚା ଘୋଷ ଭାରତ ପାଇଁ ୪୪ ରନର ଅପରାଜିତ ଇନିଂସ ଖେଳିଥିଲେ। ଦୀପ୍ତି ଶର୍ମା ଚମତ୍କାର ବୋଲିଂ କରିଥିବା ବେଳେ ସେ ୩ଟି ୱିକେଟ୍ ନେଇଥିଲେ। ଭାରତ ଶେଷ ମ୍ୟାଚରେ ପାକିସ୍ତାନକୁ ପରାସ୍ତ କରିଥିଲା।

ଶେଫାଲୀ ଭର୍ମା ଏବଂ ସ୍ମୃତି ମନ୍ଧାନା ଭାରତ ପାଇଁ ଓପନିଂ ଇନିଂସ ଖେଳିଥିଲେ। ମନ୍ଧାନା ୭ଟି ବଲରେ ୨ଟି ଚୌକା ସହାୟତାରେ ୮ ରନ୍ କରିବା ପରେ ଆଉଟ ହୋଇଥିଲେ। ଶେଫାଲୀ ୨୩ ବଲରେ  ୫ଚି ଚୌକା ସହାୟତାରେ ୨୮ ରନ୍ କରିଥିଲେ। କ୍ୟାପଟେନ ହରମାନପ୍ରୀତ କୌର ଏବଂ ରିଚା ଘୋଷ ଏକ ଭଲ ଇନିଂସ ଖେଳିଥିଲେ।

ରିଚା ଘୋଷ ୩୨ଟି ବଲରେ ଅପରାଜିତ ୪୪ ରନ୍ କରିଥିଲେ। ସେ ୫ଟି ଚୌକା ମାରିଥିଲେ। ଭାରତ ୧୮.୧ ଓଭରରେ ୪ଟି ୱିକେଟ୍ ହରାଇ ମ୍ୟାଚ୍ ଜିତିଥିଲା।

ୱେଷ୍ଟଇଣ୍ଡିଜ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍ ହରାଇ ୧୧୮ ରନ୍ ସଂଗ୍ରହ କରିଥିଲା ଦଳ। ଟେଲର ୪୦ ବଲରେ ୬ଟି ଚୌକା ସହାୟତାରେ ୪୨ ରନ୍ କରିଥିଲେ। କ୍ୟାମ୍ପବେଲ ୩୬ ବଲରେ  ୩ଟି ଚୌକା ସହିତ ୩୦ ରନ୍ କରିଥିଲେ।ଦୀପ୍ତି ଶର୍ମା ଭାରତ ପାଇଁ ୩ ୱିକେଟ୍ ନେଇଥିଲେ। ସେ ୪ ଓଭରରେ ୧୫ ରନ୍ ଦେଇଥିଲେ।

 

 

Comments are closed.