ପୁରୀ : ଆଜି ପବିତ୍ର ଜାଗର ଯାତ୍ରା । ଜାଗର ପାଇଁ ଚଳଚଞ୍ଚଳ ବାବା ଲୋକନାଥଙ୍କ ପୀଠ । ସୁନ୍ଦର ଆଲୋକରେ ସୁସଜ୍ଜିତ ହୋଇଛି ପୁରୀର ବାବା ଲୋକନାଥଙ୍କ ପୀଠ । ମହାଶିବରାତ୍ରି ଉପଲକ୍ଷେ ଲକ୍ଷାଧିକ ଭକ୍ତଙ୍କ ସମାଗମ ଲାଗିରହିଛି । ସେ ନେଇ ଶ୍ରୀଲୋକନାଥ ଦେବ ଟ୍ରଷ୍ଠ ବୋର୍ଡ ପକ୍ଷରୁ କରାଯାଇଛି ସ୍ୱତନ୍ତ୍ର ଜାଗର ପ୍ରସ୍ତୁତି ହୋଇଛି ।
ନିତିନିର୍ଘଣ୍ଟ ଅନୁସାରେ ଗତକାଲି ରାତି ସାଢେ ୧୨ଟାରେ ଦ୍ୱାରଫିଟା ନିତି ସମ୍ପର୍ଣ୍ଣ ହେବା ପରେ ମଙ୍ଗଳଆଳତୀ ବଢିବା ସହ ଆରମ୍ଭ ହୋଇଥିଲା ସର୍ବସାଧାରଣ ଦର୍ଶନ। ହଜାର ହଜାର ଭକ୍ତ ଦର୍ଶନାର୍ଥି ଗମ୍ଭୀରା ଭିତରେ ମହାପ୍ରଭୁ ଶ୍ରୀଲୋକନାଥଙ୍କୁ ଦର୍ଶନ କରି ସାନିଧ୍ୟ ଗ୍ରହଣ କରିଛନ୍ତି। ଦର୍ଶନ ନିମନ୍ତେ ଭକ୍ତଙ୍କ ପାଇଁ ଟିକେଟ ବ୍ଯବସ୍ଥା କରାଯାଇଛି। ବାବା ଲୋକନାଥଙ୍କ ପିଠରେ ପଙ୍କୋଦ୍ଧାର ଏକାଦଶୀରୁ ମହାଶିବରାତ୍ରି ପର୍ଯ୍ୟନ୍ତ ତିନିଦିନ ଧରି ଜାଗରଯାତ୍ରା ଅନୁଷ୍ଠିତ ହୋଇଥାଏ। ଯାହା କୌଣସି ଶୈବପୀଠରେ ହୋଇନଥାଏ।
ଲୋକନାଥଙ୍କ ପିଠରେ ଅନେକ ମାହାତ୍ମ୍ୟ ରହିଛି। ପୌରାଣିକ କିମ୍ବଦନ୍ତୀ ଅନୁସାରେ ମହାପ୍ରଭୁ ଶ୍ରୀରାମଚନ୍ଦ୍ର ବନବାସରେ ଥିବା ସମୟ ଲୋକନାଥ ମନ୍ଦିର ପ୍ରତିଷ୍ଠା କରି ପୂଜା କରିଥିଲେ। ସେହି ଆଧାରରେ ଭକ୍ତମାନେ ଲୋକନାଥଙ୍କୁ ଇଷ୍ଟ ଦେବତା ଭାବେ ପୂଜା କରିଥାନ୍ତି। ବିଶ୍ୱାସ ରହିଛି ଲୋକନାଥଙ୍କ ନିକଟରେ ଜାଗରରେ ଉଜାଗର ରହି ଦିପ ଜାଳିଲେ ମାନସିକ ପୂରଣ ହୋଇଥାଏ।
ଏଣୁ ଆଜିର ଦିନରେ ଲକ୍ଷଲକ୍ଷ ଭକ୍ତ ଶ୍ରୀକ୍ଷେତ୍ରକୁ ଆସି ମହାପ୍ରଭୁଙ୍କ ଦର୍ଶନ ସହ ଶ୍ରୀଲୋକନାଥଙ୍କୁ ଦର୍ଶନ କରିଥାନ୍ତି। ସବୁଠାରୁ ବଡକଥା ହେଲା ଆଜିର ଦିନରେ ଏହି ପିଠରେ ହରିହର ଭେଟ ନିତି ସମ୍ପର୍ଣ୍ଣ ହୋଇଥାଏ। ମହାପ୍ରଭୁଙ୍କ ଭଣ୍ଡାର ରକ୍ଷକ ଶ୍ରୀଲୋକନାଥ ହରି ବେଶରେ ଲୋକନାଥ ପିଠକୁ ବିଜେ କରି ଲୋକନାଥ ପିଠର ଇଷ୍ଟଦେବ ଶ୍ରୀଲୋକନାଥ ହର ବେଶରେ ଭେଟ ନିତି ସେବକଙ୍କ ଦ୍ୱାରା ସମ୍ପର୍ଣ୍ଣ ହୋଇଥାଏ। ହରିହର ଭେଟ ନିତି ଭକ୍ତମାନେ ଦର୍ଶନ କରିବାର ସୌଭାଗ୍ୟ ଅର୍ଜନ କରିଥାନ୍ତି। ମହାଶିବରାତ୍ରୀ ଅବସରରେ ଆଜି ରାତିରେ ଲକ୍ଷାଧିକ ଭକ୍ତ ନିଜର ମନସ୍କାମନା ପାଇଁ ଶ୍ରୀଲୋକନାଥ ମନ୍ଦିର ପରିସରରେ ଦୀପଜାଳି ଜାଳିବେ । ତେବେ ଭିତରକାଠର ଦର୍ଶନର ବ୍ୟବସ୍ଥା ହୋଇଥିବା ବେଳେ ଗମ୍ଭୀରା ଦର୍ଶନ ବନ୍ଦ କରାଯାଇଛି ଓ ରାତ୍ର ୪ଟାରେ ଉଠିବ ଲୋକନାଥଙ୍କ ମହାଦ୍ୱୀପ । ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ମଧ୍ୟ କରାଯାଇଛି ।
ମହାଶିବରାତ୍ରୀ ଦିନ ରାତ୍ର ୧୨ଟା ୩୦ରୁ ଦ୍ୱାରଫିଟା ନିତି ବଢି ରାତି ୧ଟାରେ ମଙ୍ଗଳ ଆଳତୀ ଆଦି ବଢି ୫ଟା ଭିତରେ ଗୋପାଳ ବଲ୍ଲଭ, ସକାଳ ଧୁପ ଓ ଦ୍ୱିପହର ଧୁପ ନୀତି ସମ୍ପର୍ଣ୍ଣ କରାଯାଇଛି । ଭୋରରୁ ରାତ୍ର ୨ଟା ପର୍ଯ୍ୟନ୍ତ ସର୍ବଧାସାରଣ ଦର୍ଶନ ଓ ରାତ୍ର ୨ଟାରେ ହରିହର ଭେଟ ଓ ରାତ୍ରି ୩ଟାରେ ମହାଦୀପ ଉଠିବା ପାଇଁ ବ୍ୟବସ୍ଥା କରାଯାଇଛି ।
ସେପଟେ ଶ୍ରୀମନ୍ଦିରରେ ଗୋପାଳବଲ୍ଲଭ ସରିବା ପରେ ଶ୍ରୀମନ୍ଦିରରୁ ଭଣ୍ଡାର ରକ୍ଷକ ଲୋକନାଥଙ୍କ ଚଳନ୍ତି ପ୍ରତିମା ବିମାନରେ ବିଜେ କରି ପନ୍ତି ଖାଇ ଆସି ପଂହଚିବେ ଲୋକନାଥଙ୍କ ପୀଠରେ । ତା ପରେ ଅନ୍ୟାନ୍ୟ ନୀତି ବଢି ହରିହର ଭେଟ ସରିବା ପରେ ମହାଦ୍ୱୀପ ଉଠିବାର ପରମ୍ପରା ରହିଛି ।
Comments are closed.