ମୁମ୍ବାଇ: ବଲିଉଡ ଗାୟକ ତଥା କିମ୍ବଦନ୍ତୀ କଣ୍ଠଶିଳ୍ପୀ ସୋନୁ ନିଗମ ଏବଂ ତାଙ୍କ ବନ୍ଧୁ ରବାନୀ ମୁସ୍ତଫା ଖାନଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ମୁମ୍ବାଇର ଚେମ୍ବୁର ଅଞ୍ଚଳରେ ଏକ ଶୋ ’ କରୁଥିବା ସମୟରେ ଏହି ଆକ୍ରମଣ ହୋଇଛି। ସୋନୁ ନିଗମଙ୍କ ବନ୍ଧୁ ରବାନୀ ମୁସ୍ତଫା ଖାନ ଏଥିରେ ଆହତ ହୋଇଛନ୍ତି। ରବାନୀ ମୁସ୍ତଫାଙ୍କୁ ଡାକ୍ତରଖାନା ନିଆଯିବା ପରେ ସୋନୁ ନିଗମ ମଧ୍ୟ ତାଙ୍କ ସହ ଯାଇଥିଲେ। ତେବେ ଏହି ଘଟଣାରେ କୌଣସି ଏଫଆଇଆର ଦାଖଲ ହୋଇନାହିଁ କିନ୍ତୁ ଘଟଣା ବାବଦରେ ମୁମ୍ବାଇ ପୋଲିସ ଅଧିକ ତଦନ୍ତ କରୁଥିବା ସୂଚନା ରହିଛି।
#UPDATE | Mumbai: Singer Sonu Nigam reached Chembur police station in Mumbai after a scuffle happened with him during an event. Police personnel are currently recording his statement.
— ANI (@ANI) February 20, 2023
ଆହତ ରବାନୀ ମୁସ୍ତଫା ଖାନ ହେଉଛନ୍ତି ସ୍ୱର୍ଗତ ଉସ୍ତାଦ୍ ଗୁଲାମ ମୁସ୍ତଫା ଖାନଙ୍କ ପୁଅ। ଯିଏକି ସୋନୁ ନିଗମଙ୍କ ପରାମର୍ଶଦାତା। ରବାନୀ ମୁସ୍ତଫା ଏବଂ ସୋନୁ ନିଗମ ଘନିଷ୍ଠ ବନ୍ଧୁ ବୋଲି କୁହାଯାଏ। ସୂଚନାନୁସାରେ, ଉଦ୍ଧବ ଠାକରେ କ୍ୟାମ୍ପର ବିଧାୟକ ପ୍ରକାଶ ଫାଟରପେକରଙ୍କ ସହ ତାଙ୍କ ସହଯୋଗୀମାନେ ସୋନୁ ନିଗମ ଏବଂ ଖାନଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ ସୋନୁ ନିଗମଙ୍କୁ ଠେଲି ଦିଆଯାଇଥିଲା ତେଣୁ ସେ ସାମାନ୍ୟ ଆହତ ହୋଇଛନ୍ତି।
ଗତ ଚାରି ଦିନ ଧରି ସ୍ଥାନୀୟ ବିଧାୟକ ପ୍ରକାଶ ଫାଟରପେକରଙ୍କ ନେତୃତ୍ୱରେ ‘ଚେମ୍ବୁର ଫେଷ୍ଟିଭାଲ୍’ ଚାଲିଥିଲା। ସୋମବାର କାର୍ଯ୍ୟକ୍ରମର ଶେଷ ଦିନ ଥିଲା। ଯେତେବେଳେ ସୋନୁ ନିଗମ ମଞ୍ଚ ଉପରକୁ ଆସି ଗୀତ ଗାଉଥିଲେ, ସେତେବେଳେ ବିଧାୟକ ପ୍ରକାଶ ଫାଟରପେକରଙ୍କ ପୁଅ ସୋନୁଙ୍କ ମ୍ୟାନେଜର ସାଇରାଜଙ୍କ ସହ ଅସଦାଚରଣ କରିଥିଲେ ଏବଂ ଅଶାଳୀନ ବ୍ୟବହାର କରିଥିବା ଅଭିଯୋଗ ରହିଛି।
ତେବେ ମଞ୍ଚରେ ପ୍ରଦର୍ଶନ ପରେ ସୋନୁ ନିଗମ ଓହ୍ଲାଉଥିବା ବେଳେ ବିଧାୟକଙ୍କ ପୁଅ ବ୍ୟଗ୍ର ହୋଇ ସେଲଫି ନେବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ସୋନୁଙ୍କ ଅଙ୍ଗରକ୍ଷୀ ତାଙ୍କୁ ଠିକ ଭାବେ ସେଲଫି ନେବାକୁ ନିର୍ଦ୍ଦେଶ ଦେଇଥିଲେ। ବିଧାୟକଙ୍କ ପୁଅ ଏପରି ନିର୍ଦ୍ଦେଶକୁ ଗ୍ରହଣ କରିନପାରି ସୋନୁଙ୍କ ଅଙ୍ଗରକ୍ଷୀଙ୍କୁ ଠେଲି ଦେଇଥିଲେ। ଏହି ସମୟରେ ସେ ସୋନୁ ନିଗମଙ୍କୁ ମଧ୍ୟ ଠେଲି ଦେଇଥିଲେ। ବଡି ଗାର୍ଡ ହରି ସଙ୍ଗେ ସଙ୍ଗେ ସୋନୁକୁ ଧରି ପକାଇବାରୁ ସେ ତଳେ ପଡ଼ିବା ପୂର୍ବରୁ ବର୍ତ୍ତି ଯାଇଥିଲେ। ଏହା ପରେ ବିଧାୟକଙ୍କ ପୁଅ ରାବଣ ମୁସ୍ତାଫା ଖାନଙ୍କୁ ଠେଲି ଦେଇଥିଲେ ଯେଉଁଥିରେ ସେ ଗୁରୁତର ଆହତ ହୋଇଛନ୍ତି ଏବଂ ତାଙ୍କୁ ଡାକ୍ତରଖାନା ନେବାକୁ ପଡିଥିଲା।
#SonuNigam attacked by Uddhav Thackeray MLA Prakash Phaterpekar son and his goons in music event at Chembur. Sonu has been taken to the hospital nearby. pic.twitter.com/ERjIC96Ytv
— Swathi Bellam (@BellamSwathi) February 20, 2023
ସୋନୁ ନିଗମ୍ ସମ୍ପୂର୍ଣ୍ଣ ଭଲ ଅଛନ୍ତି। ତାଙ୍କ ସହ କିଛି ହୋଇ ନାହିଁ। କିନ୍ତୁ ତାଙ୍କୁ ଏତେ ଜୋରରେ ଠେଲି ଦିଆଯାଇଥିଲା ଯେ ସେ ସେଠାରେ କିଛି ସମୟ ବସି ପଡ଼ିଥିଲେ। ବର୍ତ୍ତମାନ ସୋନୁ ନିଗମ ଏହି ପ୍ରସଙ୍ଗରେ କୌଣସି ସରକାରୀ ବିବୃତ୍ତି ଦେଇ ନାହାନ୍ତି କିମ୍ବା ପୋଲିସ ନିକଟରେ ଅଭିଯୋଗ କରିନାହାନ୍ତି। ତେବେ ଆଜାନକୁ ନେଇ ସୋନୁ ନିଗମ କିଛି ବର୍ଷ ପୂର୍ବେ ଦେଇଥିବା ବିବୃତ୍ତି ସହିତ ଏହି ଘଟଣାର କୌଣସି ସମ୍ପର୍କ ନାହିଁ।
Comments are closed.