ବ୍ରହ୍ମପୁର: ବିଲେଇ ପାଇଁ ହଟହଟା ସାହି ବାସିନ୍ଦା। ଶେଷରେ ପୋଷା ବିଲେଇ ପାଇଁ ମିଲିକ ବିରୋଧରେ ଥାନାରେ ଏତଲା। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲା ଛତ୍ରପୁର ସହରର ଶଙ୍କର ମଠ ସାହି ପାଣି କଲୋନୀରେ।
ସାହିର ଜଣେ ମହିଳା ଘରେ ୩୦ରୁ ଅଧିକ ବିଲେଇ ପାଳିଛନ୍ତି। ଆଉ ବିଲେଇମାନେ ଏଣେ ତେଣେ ବୁଲା ବୁଲି କରିବା ସହ ଯେଉଁଠି ସେଇଠି ମଳମୁତ୍ର ତ୍ୟାଗ କରୁଛି। ଯାହା ଫଳରେ ସାହି ବାସିନ୍ଦାମାନେ ନାନା ପ୍ରକାରର ହଇରାଣ ହେଉଛନ୍ତି। ପରିମଳ ବିପର୍ଯ୍ୟସ୍ଥ ହେଉଛି। କେହି ସଂପର୍କୀୟ ଘରକୁ ଆସିବାକୁ ଇଚ୍ଛା କରୁନାହାନ୍ତି। ଏପରିକି ଅତ୍ୟଧିକ ଦୁର୍ଗନ୍ଧ ହେବା ଯୋଗୁଁ ଏହି ସାହିକୁ ପରିବା ବିକାଳି ମଧ୍ୟ ଆସୁନାହାଁନ୍ତି। ଏପରିକି ଦୁଇ ଦିନ ତଳେ ବିଲେଇ ଛୁଆ ମରିଯିବା ଫଳରେ ଦୁର୍ଗନ୍ଧ ମଧ୍ୟ୍ୟ ହେଉଥିଲା। ଏଣୁ ଏନେଇ ପଦେକ୍ଷପ ଗ୍ରହଣ କରିବାକୁ ୧୦ ନଂ ୱାର୍ଡର କାଉନସିଲର ଦେବାଶିଷ ମିଶ୍ରଙ୍କ ନେତୃତ୍ୱରେ ସାହିର ମହିଳାମାନେ ଛତ୍ରପୁର ଥାନାର ଦ୍ବାରସ୍ଥ ହୋଇଛନ୍ତି। ଏପରିକି ପୂର୍ବରୁ ଏନଏସି କାର୍ଯ୍ୟନିର୍ବାହୀ ଆଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। କିନ୍ତୁ କୌଣସି ସୁଫଳ ନମିଳିବାରୁ ୧୦ନଂ ୱାର୍ଡର ମହିଳାମାନେ ଛତ୍ରପୁର ଥାନାରେ ଲିଖିତ ଅଭିଯୋଗ ଦାଖଲ କରିଛନ୍ତି। ପରେ ଏନେଇ ଗଞ୍ଜାମ ଏସ୍ପି ଜଗମୋହନ ମିନାଙ୍କ ନିକଟରେ ଫେରାଦ ହୋଇଛନ୍ତି। ମହିଳା ଜଣକ ନିଜର ଦୁଇଟି ଘର ଥିବାରୁ ଗୋଟିଏ ଘରେ ଏହି ସବୁ ବିଲେଇ ରଖି ମହିଳା ଜଣକ ଅନ୍ୟ ଏକ ଘରେ ରହୁଛନ୍ତି। ସେ ରହୁଥିବା ଘରକୁ ନେବା ପାଇଁ ସାହି ବାସିନ୍ଦା କହିଲେ ସେମାନଙ୍କୁ ଗାଳି ଗୁଲଜ କରିଥିବା ମହିଳା ମାନେ ଏସପିଙ୍କୁ ଜଣାଇଛନ୍ତି। ପରେ ଏହି ଘଟଣାକୁ ନେଇ ବିଲେଇ ରଖିଥିବା ପରିବାରର ତିନି ଜଣଙ୍କ ନାମରେ ଛତ୍ରପୁର ଥାନାରେ ଏତଲା ଦିଆଯାଇଥିଲା। ପୋଲିସ ୧୪୦/୨୩ରେ ଏକ ମାମଲା ରୁଜୁ କରିଛି।
BREAKING NEWS
- Special Appeal Camp Court:ଏହି ଦିନ ହେବ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ସ୍ୱତନ୍ତ୍ର ଅପିଲ୍ କ୍ୟାମ୍ପ କୋର୍ଟ
- ୧୮ ବର୍ଷ ପରେ ଧୋନୀଙ୍କ କ୍ଷେତ୍ରରେ ଘଟିଲା ଏହି ଘଟଣା
- Kalabaisakhi Storm:କାଳବୈଶାଖୀ ତାଣ୍ଡବ; ୩ ମୃତ,ଜଣେ ଗୁରୁତର;ମୃତ ପରିବାରଙ୍କୁ ୪ ଲକ୍ଷ ଲେଖାଏଁ ସହାୟତା ନିର୍ଦ୍ଦେଶ
- ଡିସକସ ଥ୍ରୋୟର ବନବୀର ସିଂଙ୍କୁ ୭ ,ଡିଷ୍ଟାନ୍ସ ରନର ହରେନ୍ଦ୍ର କୁମାର ୪ ବର୍ଷ ପାଇଁ ବାସନ୍ଦ
- Sourav Ganguly’s Biopic:ଗାଙ୍ଗୁଲିଙ୍କ ବାୟୋପିକରେ ବଙ୍ଗାଳୀ ସୁପରଷ୍ଟାରଙ୍କ ଏଣ୍ଟ୍ରି !
- ଦିଲ୍ଲୀ ଓ ମୁମ୍ବାଇରେ ATF ଉପରୁ ଟିକସ ହ୍ରାସ, ବିମାନ ଟିକେଟ ଉପରେ ପଡ଼ିବ କି ପ୍ରଭାବ
- ଟ୍ରେନ ସିଟ୍ ଅଧିକାଂଶ ନୀଳ ରଙ୍ଗର କାହିଁକି? ଏହା ପଛରେ ଥିବା ରୋଚକ କାରଣ ଜାଣନ୍ତୁ..
- ୨୦୨୭ ମାର୍ଚ୍ଚ ଶେଷ ସୁଦ୍ଧା ସବୁ ଗାଁକୁ ପାଇପ୍ ଜଳ ଯୋଗାଇଦିଆଯିବ: ମନ୍ତ୍ରୀ
- LPG Subsidy DBT: କ’ଣ ଆପଣଙ୍କ ଖାତାକୁ ବି ଆସୁନି ଗ୍ୟାସ ସବସିଡି ଟଙ୍କା? ଆଜି ହିଁ ଏମିତି କରନ୍ତୁ… କିଛି ମିନିଟରେ ଜାଣିପାରିବେ…
- ଝଡ଼ବର୍ଷା ନେଇ ୧୦ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ
Comments are closed.