Latest Odisha News

BREAKING NEWS

ରାଜ୍ୟରେ ନୂଆ ମେଡିକାଲ କଲେଜରେ ଖାଲି ପଡ଼ିଛି କେତେ ଡାକ୍ତରୀ ପଦବୀ ?

ଭୁବନେଶ୍ୱର: ରାଜ୍ୟରେ ନୂଆ କରି ୭ଟି ମେଡିକାଲ କଲେଜ ଖୋଲିଥିବା ବେଳେ ୧୨୪ଟି ପ୍ରଫେସର ପଦ, ୧୭୪ଟି ପଦ ଆସୋସିଏଟ୍ ପ୍ରଫେସର, ୨୯୫ଟି ଆସିଷ୍ଟାଣ୍ଟ ପ୍ରଫେସର, ୧୭୬ଟି ଟିଉଟର, ୧୨୫ଟି ଏସ୍ଆର୍, ୧୦୪ଟି ଜେଆର୍ ପଦ ଖାଲି ପଡ଼ିଛି । କଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କ ତାରକା ପ୍ରଶ୍ନର ଉତ୍ତର ରଖି ଏ ତଥ୍ୟ ଦେଇଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନିରଞ୍ଜନ ପୂଜାରୀ ।

ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ କୋରାପୁଟ ଲାଗି ୨୧ଟି ପ୍ରଫେସର ପଦବୀ ମଞ୍ଜୁରୀ ହୋଇଥିବା ବେଳେ ୧୩ ଜଣ କାର୍ଯ୍ୟରତ ଅଛନ୍ତି, ୮ଟି ପଦ ଖାଲି ପଡ଼ିଛି । ସେହିଭଳି ସେଠାରେ ଅନୁମୋଦିତ ୨୯ ଆସୋସିଏଟ୍ ପ୍ରଫେସର ପଦରୁ ୧୩ଟି ଖାଲି ପଡ଼ିଥିବା ବେଳେ ୪୭ଟି ଆସିଷ୍ଟାଣ୍ଟ ପ୍ରଫେସର ପଦ ମଧ୍ୟରୁ ୧୩ଟି ଖାଲି ରହିଛି ।

ଅନୁମୋଦିତ ପ୍ରଫେସର ପଦ ମଧ୍ୟରୁ ବାଲେଶ୍ୱର ଏଫ୍ଏମ୍ ମେଡିକାଲ କଲେଜରେ ସର୍ବାଧିକ ୧୦ଟି ପଦ ଖାଲି ରହିଛି । ସେହିଭଳି ଅନୁମୋଦିତ ଆସିଷ୍ଟାଣ୍ଟ ପ୍ରଫେସର ପଦରୁ ବାରିପଦା ପିଆରଏମ୍ ମେଡିକାଲ୍ କଲେଜରେ ସର୍ବାଧିକ ୧୭ଟି ଫଦ ଖାଲି ପଡ଼ିଥିବା ମନ୍ତ୍ରୀ ବିଧାନସଭାରେ ସୂଚନା ଦେଇଛନ୍ତି ।

ମନ୍ତ୍ରୀ ଗୃହରେ ଦେଇଥିବା ସମସ୍ତ ତଥ୍ୟକୁ ଅନୁଶୀଳନ କଲେ ଜଣାପଡ଼ୁଛି, କୋରାପୁଟ, ବାରିପଦା, ବାଲେଶ୍ୱର ଓ ବଲାଙ୍ଗିର ମେଡିକାଲ କଲେଜରେ ବିଭିନ୍ନ ଅନୁମୋଦିତ ପଦ ଅନୁସାରେ ଅଧିକ ପଦବୀ ଖାଲି ପଡ଼ିଛି । ତେବେ ଡାକ୍ତର ଅଭାବ ଯୋଗୁ ରୋଗୀ ମୃତ୍ୟୁ ସତ ନୁହେଁ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ ।

Leave A Reply

Your email address will not be published.