ମୁମ୍ବାଇ: ବଲିଉଡ଼ର ସୁପରଷ୍ଟାର ତଥା ଭାଇଜାନ୍ ସଲମନ ଖାଁ ଆସନ୍ତା ଇଦ୍ରେ ନିଜର ଅଗଣିତ ସିନେ ପ୍ରେମୀଙ୍କୁ ଭେଟି ଦେବାକୁ ଯାଉଛନ୍ତି ନୂଆ ଫିଲ୍ମ ‘କିସି କା ଭାଇ କିସିକା ଜାନ୍’ । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସଲମାନ ଭେଟି ଦେବାକୁ ଯାଉଥିବା ଏହି ନୂଆ ଫିଲ୍ମକୁ ନେଇ ଚର୍ଚ୍ଚା ଢେର । ସିନେପ୍ରେମୀଙ୍କୁ ସସ୍ପେନ୍ସ ରଖିଥିବା ଏହି ଫିଲ୍ମକୁ ନେଇ ସଲମନ ଓ ତାଙ୍କ କ୍ରିଉ ଫିଲ୍ମ ବିଷୟରେ କିଛି ସୂଚନା ଦେଇ ନ ଥିଲେ ମଧ୍ୟ ରିଲିଜ୍ ହୋଇଛି ଏହାର ପ୍ରଥମ ଟିଜର । ଏହି ଟିଜରରେ ରହିଛି ସଲମାନ ଓ ପୂଜା ହେଗେଡେଙ୍କ ଦମଦାର ଡ୍ୟାନ୍ସ ଥିବା ଗୀତ ‘ବିଲ୍ଲି ବିଲ୍ଲି’ । ଗୀତଟି ଦର୍ଶକଙ୍କ ଗ୍ରହଣୀୟତା ପାଇବ ବୋଲି ପୁରା ଟିମ୍ ଆଶା ରଖିଛି । ସଲମାନ ଓ ପୂଜା ହେଗେଡେ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ପଲକ ତିୱାରୀ, ଶହନାଜ ଗିଲ, ରାଘବ ଜୁୟଲ, ଜସ୍ସି ଗିଲ ଓ ସିଦ୍ଧାର୍ଥ ନିଗମଙ୍କ ଭଳି କଳାକାରଙ୍କୁ ମଧ୍ୟ ଦେଖିବାକୁ ମିଳିବ ।
BREAKING NEWS
- ଜାମ୍ମୁ-କାଶ୍ମୀରର କଠୁଆରେ ବଡ଼ ଅଘଟଣ :ଯବାନଙ୍କ ଗୁଳିଚାଳନାରେ ୪ ସହକର୍ମୀ ମୃତ
- ଭିଜିଲାନ୍ସ ସ୍ୱତନ୍ତ୍ର କୋର୍ଟରେ ପୂର୍ବତନ ଆରଟିଓ ଦୋଷୀ ସାବ୍ୟସ୍ତ
- ଝାରସୁଗୁଡ଼ା ବେଦାନ୍ତ ଆଲୁମିନିୟମର ଶିଳ୍ପାଞ୍ଚଳ ଟାଉନସିପ୍କୁ ମିଳିଲା ‘ଏମ.କେ. ରାଉତ ପ୍ରଦୂଷଣ ନିୟନ୍ତ୍ରଣ ପ୍ରଶଂସା ପୁରସ୍କାର ୨୦୨୬’
- ବାୟୋ ଗ୍ୟାସ୍ ପ୍ରକଳ୍ପ: ୧୯ଟି ଶିଳ୍ପ ନିବେଶ ପ୍ରସ୍ତାବକୁ ଅନୁମୋଦନ, ସୃଷ୍ଟି ହେବ ୧୦୬୬୧ଟି ନିଯୁକ୍ତି ସୁଯୋଗ
- ଆସନ୍ତାକାଲି ଓଡ଼ିଶା ବନ୍ଦ; ରାଜ୍ୟର ସବୁ ଜିଲ୍ଲାପାଳଙ୍କୁ ଗୃହ ବିଭାଗର ସତର୍କ ସୂଚନା
- ଟିପିଏସ୍ଓଡିଏଲ୍ ତରଫରୁ ଗଜପତି ଜିଲ୍ଲାରେ ସୋଲାର ରଥର ଶୁଭାରମ୍ଭ
- ଶେଷ ହୋଇନାହିଁ ଜାଡେଜାଙ୍କ ୨୦୨୭ ବିଶ୍ୱକପ୍ ଖେଳିବା ଆଶା
- ପାର୍ବଣରେ ଗ୍ରାହକଙ୍କୁ ଝଟ୍କା ଦେଇପାରେ ଆରବିଆଇ: ମହଙ୍ଗା ହୋଇପାରେ ଘର ଓ ଗାଡ଼ି ଋଣ
- ‘ଭୁଲ୍ ଭୁଲୈୟା ୩’ ପରେ ଏବେ ତାମିଲ ସିନେମା: ବିଦ୍ୟା ବାଲନ୍ ଦେଲେ ନୂଆ ଫିଲ୍ମର ସୁଟିଂ ହିଣ୍ଟ
- ଅକ୍ଟୋବର ୨ରେ ବୁଧ-ମଙ୍ଗଳଙ୍କ ବିରଳ ‘କେନ୍ଦ୍ର ଦୃଷ୍ଟି ଯୋଗ’: ଏହି ୪ଟି ରାଶିର ଖୋଲିବ ଭାଗ୍ୟ

Comments are closed.