Latest Odisha News

BREAKING NEWS

ଇଦ୍‌ରେ ଆସିବ ‘କିସି କା ଭାଇ କିସିକା ଜାନ୍‌’

ମୁମ୍ବାଇ: ବଲିଉଡ଼ର ସୁପରଷ୍ଟାର ତଥା ଭାଇଜାନ୍ ସଲମନ ଖାଁ ଆସନ୍ତା ଇଦ୍‌ରେ ନିଜର ଅଗଣିତ ସିନେ ପ୍ରେମୀଙ୍କୁ ଭେଟି ଦେବାକୁ ଯାଉଛନ୍ତି ନୂଆ ଫିଲ୍ମ ‘କିସି କା ଭାଇ କିସିକା ଜାନ୍‌’ । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସଲମାନ ଭେଟି ଦେବାକୁ ଯାଉଥିବା ଏହି ନୂଆ ଫିଲ୍ମକୁ ନେଇ ଚର୍ଚ୍ଚା ଢେର । ସିନେପ୍ରେମୀଙ୍କୁ ସସ୍‌ପେନ୍ସ ରଖିଥିବା ଏହି ଫିଲ୍ମକୁ ନେଇ ସଲମନ ଓ ତାଙ୍କ କ୍ରିଉ ଫିଲ୍ମ ବିଷୟରେ କିଛି ସୂଚନା ଦେଇ ନ ଥିଲେ ମଧ୍ୟ ରିଲିଜ୍ ହୋଇଛି ଏହାର ପ୍ରଥମ ଟିଜର । ଏହି ଟିଜରରେ ରହିଛି ସଲମାନ ଓ ପୂଜା ହେଗେଡେଙ୍କ ଦମଦାର ଡ୍ୟାନ୍ସ ଥିବା ଗୀତ ‘ବିଲ୍ଲି ବିଲ୍ଲି’ । ଗୀତଟି ଦର୍ଶକଙ୍କ ଗ୍ରହଣୀୟତା ପାଇବ ବୋଲି ପୁରା ଟିମ୍ ଆଶା ରଖିଛି । ସଲମାନ ଓ ପୂଜା ହେଗେଡେ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ପଲକ ତିୱାରୀ, ଶହନାଜ ଗିଲ, ରାଘବ ଜୁୟଲ, ଜସ୍‌ସି ଗିଲ ଓ ସିଦ୍ଧାର୍ଥ ନିଗମଙ୍କ ଭଳି କଳାକାରଙ୍କୁ ମଧ୍ୟ ଦେଖିବାକୁ ମିଳିବ ।

Comments are closed.