ମୁମ୍ବାଇ: ବଲିଉଡ ଅଭିନେତା ଅକ୍ଷୟ କୁମାର ତାଙ୍କ ଫିଲ୍ମ ‘ସେଲଫି’ ଫ୍ଲପ୍ ନେଇ ଆଜିକାଲି ବେଶ୍ ଚର୍ଚ୍ଚାରେ । ଏବେ ସେ ପୁଣି ଚର୍ଚ୍ଚାରେ ଆଉ ଏକ ଭିନ୍ନ କାରଣ ନେଇ । କାରଣ ହେଲା ରେଡ଼୍ କଲର ଲେହେଙ୍ଗା ପିନ୍ଧି ନୃତ୍ୟ ପରିବେଷଣ କରିଛନ୍ତି ଅକ୍ଷୟ । ତାଙ୍କ ସହିତ ଥିଲେ ଅଭିନେତ୍ରୀ ନୋରା ଫତେହି । ଉଭୟ ଜବରଦସ୍ତ ନୃତ୍ୟ କରିଥିଲେ, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଥିଲା । ଆମେରିକାର ଆଟଲାଣ୍ଟାଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଉଭୟ ‘ସେଲଫି’ ଗୀତରେ ନାଚୁଥିବାର ନଜର ଆସିଛନ୍ତି । ଏହାର ଭିଡ଼ିଓ ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଅକ୍ଷୟ ପ୍ରଥମେ ‘ଲାଲ୍ ଘାଗରା’ ଗୀତରେ ଜବରଦସ୍ତ ନୃତ୍ୟ କରିଥିଲେ । ପରେ ‘ମୈ ଖିଲାଡି ତୁ ଅନାରୀ’ ଗୀତରେ ନାଚିଥିଲେ । ଅକ୍ଷୟ ତାଙ୍କ କଳା ପୋଷାକ ଉପରେ ନାଲି ଲେହେଙ୍ଗା ପିନ୍ଧି ନାଚିଥିଲେ ଯାହା ଚର୍ଚ୍ଚାକୁ ଆସିଛି ।
BREAKING NEWS
- ଆଜି ଦିଲ୍ଲୀରେ କଂଗ୍ରେସର ପ୍ରତିବାଦ; ୬ଟି ମେଟ୍ରୋ ଷ୍ଟେସନ ବନ୍ଦ
- ଉତ୍କଳ ବିଶ୍ୱବିଦ୍ୟାଳୟରେ ବୋମା ମାଡ!
- ସାଉଦି ଆରବ ବିମାନବନ୍ଦରରେ କ୍ଷେପଣାସ୍ତ୍ର ମାଡ଼: ଜଣେ ଭାରତୀୟ ମୃତ, ଦୁଇ ପୁଅ ହସ୍ପିଟାଲରେ ଭର୍ତ୍ତି
- ୩ୟ ଟି୨୦: ୱେଷ୍ଟଇଣ୍ଡିଜକୁ ୧୪ ରନ୍ରେ ହରାଇଲା ଭାରତ, ସିରିଜ୍ରେ ୨-୧ରେ ଆଗୁଆ
- ବସଷ୍ଟାଣ୍ଡରୁ ବାଘ ଚମଡ଼ା ଜବତ ଘଟଣା;ଆଉ ତିନି ଗିରଫ
- Drone-Based Surveillance:ଡ୍ରୋନ୍ ଆଧାରିତ ନିରୀକ୍ଷଣରେ ପୂର୍ବ ତଟ ରେଳପଥ ଅଗ୍ରଣୀ;୧୧ଟି ଡ୍ରୋନ୍ ଦ୍ୱାରା ୨୮୪ଟି ଷ୍ଟେସନରେ ନିରୀକ୍ଷଣ
- ଏଆଇ, ପରମାଣୁ ଯୁଦ୍ଧ, ଜୈବଅସ୍ତ୍ର ଆଗାମୀ ୭୫ ବର୍ଷରେ ମାନବଜାତି ପାଇଁ ବିପଦ: ରିପୋର୍ଟ
- ଅନ୍ଧବିଶ୍ୱାସର କରୁଣ ପରିଣତି: ଗୁଣିଗାରେଡ଼ି ସନ୍ଦେହରେ ମାଆକୁ ହତ୍ୟା କଲା ପୁଅ
- DRI Seizes Gold:ମିଳିଲା ଗୁପ୍ତ ଚାମ୍ବର; ୮.୯୮ କୋଟି ମୂଲ୍ୟର ସୁନା ଜବତ, ୨ଅଭିଯୁକ୍ତ ଗିରଫ
- ଏସସିବି ମେଡିକାଲରେ ମାନସିକ ରୋଗୀଙ୍କ ମୃତ୍ୟୁ ଘଟଣା: ଆଟେଣ୍ଡାଣ୍ଟ ଓ ସୁରକ୍ଷାକର୍ମୀ ଗିରଫ

Comments are closed.