ସାପ ବିଷଧର ହେଉ ବା ବିଷହୀନ, ସାପର ନାଁ ଶୁଣିଲେ ଯେ କେହି ଲୋକ ଭୟଭୀତ ହୋଇପଡ଼ନ୍ତି । ଯଦି ଆପଣ ଅପ୍ରସ୍ତୁତ ଅଛନ୍ତି ଓ ଏତିକି ବେଳେ କୌଣସି ସାପ ଆପଣଙ୍କ ସାମ୍ନାକୁ ଆସିଗଲା, ହଠାତ୍ କ’ଣ କରିବେ ଆପଣ ? ଏ କ୍ଷେତ୍ରରେ ଅନେକ ଲୋକ ପ୍ରାଣବିକଳରେ ଦୌଡ଼ିଥାନ୍ତି । ତାଛଡ଼ା ଅନେକ ସମୟରେ ପୋଷାକ, ଜୋତା, ଆଲମାରୀ, ଘରର କୋଣରେ ସାପ ପଶି ରହିଯିବାର ନଜିର ଅଛି । କେତେକ କ୍ଷେତ୍ରରେ ସାପ ବଂଶର ବିସ୍ତାର ହୋଇଥାଏ ମାଟି ଘର ଭିତରେ । କିନ୍ତୁ ଥରେ ଭାବନ୍ତୁ ଅସାବଧାନତା କାରଣରୁ ଯଦି କୌଣସି ମଣିଷ ପାଟିରେ ସାପ ପଶିଯାଏ ତାହାହେଲେ ସ୍ଥିତି କ’ଣ ହେବ । ଅବିକଳ ଏମିତି ଏକ ଘଟଣା ଘଟିଛି ଜଣେ ମହିଳାଙ୍କ କ୍ଷେତ୍ରରେ । ପ୍ରାୟ ୪ ଫୁଟ ଲମ୍ବାର ସାପ ଟିଏ ମହିଳାଙ୍କ ପାଟିରେ ହଠାତ୍ ପଶିଗଲା । ଏଥର ସ୍ଥିତି କ’ଣ ହୋଇଥିବ ଥରେ ଭାବନ୍ତୁ । ଏଭଳି ଘଟଣାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଥରେ ନୁହେଁ, ଏକାଧିକ ଥର ଏହି ଭିଡ଼ିଓକୁ ଦେଖୁଛନ୍ତି ଲୋକେ ।
ଋଷର ଦାଗେସ୍ତାନ ଅଞ୍ଚଳର ଏହି ଘଟଣା । ସେଠାରେ ଏକ ଛୋଟିଆ ଗାଁର ଜଣେ ମହିଳା ଗଭୀର ନିଦ୍ରାରେ ଶୋଇଥଲେ । ଏହି ସମୟରେ ଗୋଟିଏ ସାପ ମହିଳାଙ୍କ ପାଟିରେ ପଶି ପେଟକୁ ଚାଲିଯାଇଥିଲା । ମହିଳାଙ୍କ ନିଦ ଭାଙ୍ଗିଯିବାରୁ ପେଟରେ କ’ଣ ଗୋଟେ ପଶିଗଲା କହି ଚିତ୍କାର କରିଥିଲେ । ଘର ଲୋକେ ସଙ୍ଗେ ସଙ୍ଗେ ତାଙ୍କୁ ଡ଼ାକ୍ତରଖାନା ନେଇଥିଲେ । ଆଉ ଡ଼ାକ୍ତର ପରୀକ୍ଷା ନୀରିକ୍ଷା କରିବା ପରେ ଯାହା ଜଣାପଡ଼ିଲା ତାକୁ ନେଇ ଖୋଦ୍ ଡ଼ାକ୍ତରଙ୍କ ହୋସ ଉଡ଼ିଗଲା ।
ପ୍ରାରମ୍ଭିକ ପରୀକ୍ଷାନିରୀକ୍ଷା ପରେ ମହିଳା ଜଣଙ୍କର ପାକସ୍ଥଳୀରେ ଅଲଟ୍ରା ସାଉଣ୍ଡ କରାଗଲା । ଡ଼ାକ୍ତରମାନେ ନିଶ୍ଚିତ ହେଲେ ଯେ, ଭିତରକୁ ସାପଟି ପଶିଯାଇଛିି ଓ ଫେରିବା ପାଇଁ ବାଟ ପାଉ ନ ଥିବାରୁ ଘୂରି ବୁଲୁଛି । ମହିଳାଙ୍କୁ ଅପରେସନ ଥିଏଟରକୁ ନିଆଗଲା । ଅତ୍ୟାଧୁନିକ ମେସିନରେ ସାପର ଗତିବିଧି ଠାବ ହେଲା । ତେବେ ଅସ୍ତ୍ରୋପଚାର ନ କରି ସାପ କେମିତି ପେଟ ଭିତରୁ ବାହାରକୁ ଅଣାଯିବ ଡ଼ାକ୍ତରମାନେ ଲାଗିପଡ଼ିଲେ । ଶେଷରେ ଅତ୍ୟାଧୁନିକ ପଦ୍ଧତିରେ ପାଟି ପଟେ ସାପକୁ ବାହାର କରାଗଲା ।
ଘୂରି ବୁଲୁଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ, ଜଣେ ମହିଳା ଅପରେସନ୍ ଥିଏଟରରେ ଚେତାଶୂନ୍ୟ ଅବସ୍ଥାରେ ଶୋଇଛନ୍ତି । ତାଙ୍କ ପାଟିରୁ ଡାକ୍ତରମାନେ କିଛି ବାହାର କରିବାକୁ ଚେଷ୍ଟା କରୁଛନ୍ତି । ପରେ ଜଣେ ମହିଳା ଡାକ୍ତର ପାଟି ପଟୁ ଏକ ଲମ୍ବା ସାପ ବାହାର କରି ଆଣୁଛନ୍ତି । ଏହା ଦେଖି ଡାକ୍ତର ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଏହି ଭିଡ଼ିଓକୁ ଲୋକେ ସହଜରେ ଗ୍ରହଣ କରିପାରୁ ନ ଥିବା ବେଳେ ଜଣେ ମହିଳା କିପରି ଏତେ ଗଭୀର ଭାବରେ ଶୋଇ ପାରିଲେ ଓ ତାଙ୍କ ଅଜ୍ଞାତରେ କିଭଳି ସାପ ତାଙ୍କ ପାଟିରେ ପଶିଗଲା ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଲୋକେ ।
Comments are closed.