ଆଜି ରଙ୍ଗର ପର୍ବ ହୋଲି; ଗାଁ ଠୁ ସହର ସବୁଠି ଜମୁଛି ହୋଲିର ଆସର
ଆଜି ହେଉଛି ରଙ୍ଗ ଓ ଭାଇଚାରାର ପର୍ବ ହୋଲି । ଆନନ୍ଦ, ଉଲ୍ଲାସର ସହ ପରସ୍ପରକୁ ଅବିର ଓ ରଙ୍ଗ ଲଗାଇବେ । କିଛି ସମୟ ପାଇଁ ହେଉ ପଛେ ସମସ୍ତେ ଭୂଲିଯାଆନ୍ତି ଦୁଃଖ ଓ କଷ୍ଟ । ରଙ୍ଗ ଖେଳିବା ସହ ସମସ୍ତେ ମଜ୍ଜି ଯାଆନ୍ତି ନାଚ ଗୀତରେ । ଆଉ ନିଜକୁ ହଜାଇଦେବେ ଫଗୁଣର ଫଗୁ ରଙ୍ଗରେ ।
ଏଥିସହ ଭାବର ରଙ୍ଗରେ ରଙ୍ଗୀନ ହେବାକୁ ଯେମିତି ସମସ୍ତେ ବ୍ୟାକୁଳ । ଏହି ହୋଲି ପର୍ବ ସହ ଯୋଡ଼ି ହୋଇଛି ଅନେକ ପୌରାଣିକ ଆଖ୍ୟାନ । ଭଗବାନ ଶ୍ରୀକୃଷ୍ଣଙ୍କ ଲୀଳା ଖେଳାର ଅଂଶବିଶେଷ ହେଉଛି ହୋଲି ଉତ୍ସବ । ସାରା ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଏହି ପର୍ବ ବେଶ୍ ଧୂମ୍ଧାମ୍ରେ ପାଳିତ ହୋଇଥାଏ ।
ପୁରୀ ଶ୍ରୀମନ୍ଦିର ସହ ଅନ୍ୟ ମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ହୋଇଥାଏ । ଦୁଇ ବର୍ଷ ଧରି କରୋନା କଟକଣା ହୋଲି ପାଳନରେ ବାଧକ ସାଜିଥିବା ବେଳେ ଏଥର କରୋନା କଟକଣା ନଥିବାରୁ ଲୋକେ ହୋଲି ଖେଳିବାକୁ ବେଶ୍ ଉତ୍ସାହିତ ଅଛନ୍ତି ।
Comments are closed.