Latest Odisha News

ଭାଷା ଭାଗବତ : ସ୍ବଭାଷାର କଷଣ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭା

 

BjdElectrycity

ଏଠାରେ ଲେଖକଂକ ମନ

ଏଯାଏଁ ସଂସ୍କୃତ ଆଚ୍ଛନ୍ନ

ହୋଇଥିବାରୁ ଲୋକଭାଷା

ଅଯଥା ହୁଏ ଲୋକହସା

 

ପ୍ରାଚୀନ ପରଂପରା ବୋହି

ସ୍ବଭାଷା ବଢ଼ି ପାରୁନାହିଁ

ଜ୍ଞାନୀ ସମୂହ ଉଦାସୀନ

ଘଟାଂତିନାହିଁ ଉନ୍ନୟନ

 

ସ୍ବନାମଧନ୍ୟ ହୋଇ କବି

ଯଶ ଭାରରେ ଗଲେ ଦବି

ମନର ସର୍ଜନଶୀଳତା

ପାଳନ କରେ ନିରବତା

 

ମର୍ଯାଦାହାନି ହେବା ଭୀତି

ଯୋଗୁଁ ହିଁ ବହୁ ଲୁପ୍ତ ରୀତି

ଲେଖକେ କରଂତି ପାଳନ

ଡରଂତି ହେବାକୁ ସ୍ବାଧୀନ

 

ସାହିତ୍ଯ ହୋଇଛି ବିଳାସ

ସମ୍ମାନ ପ୍ରାପ୍ତି ଅଭିଳାଷ

କରଂତି ଲେଖକେ ପୋଷଣ

ସ୍ବଭାଷା ଭୋଗୁଛି କଷଣ

 

ବଦଳିଯିବା ପାଇଁ ଭୟ

ଭାଷାରେ ନୁହେ ସ୍ପୃହଣୀୟ

ନବୀନ ରୀତି ସଂଯୋଜନ

କରେ ଭାଷାକୁ ଚଳମାନ

 

କେବଳ ଧରାବଂଧା ରୀତି

ପାଳିଲେ ହୋଇଥାଏ କ୍ଷତି

ମଉଳିଗଲେ ଭାଷାଗ୍ରହ

ସାହିତ୍ୟ ହୁଅଇ ଦୁଃସହ

 

ପୁନର୍ଲିଖନକାରୀ କବି

ଆଗ ପଛ କିଛି ନ ଭାବି

ଶବ୍ଦ ସୁଅରେ ଗଲେ ବହି

ସାହିତ୍ୟ ତିଷ୍ଠି ପାରେନାହିଁ

 

ଅତି ଅଧିକ ଚାତୁର୍ଯୋକ୍ତି

ଭାଷାକୁ ଦିଏନାହିଁ ଶକ୍ତି

ସାହିତ୍ୟ ହେଲେ ସ୍ବାଭାବିକ

ତାହା ପଢ଼ଂତି ବହୁ ଲୋକ

 

Leave A Reply

Your email address will not be published.