Latest Odisha News

BREAKING NEWS

ବିଦ୍ୟୁତ୍ ସର୍ଟସର୍କିଟ୍‌ ଯୋଗୁ ଜଳିଗଲା ୧୭ ବଖରା ଘର; ୯ ପରିବାରର ୪୦ ସଦସ୍ୟ ବାସହରା

ବାଲେଶ୍ୱର: ବିଦ୍ୟୁତ୍ ସର୍ଟସର୍କିଟ୍‌ ଯୋଗୁ ଜଳିଗଲା ୧୭ ବଖରା ଘର। ବାସହରା ହେଲେ ୯ ପରିବାରର ୪୦ ସଦସ୍ୟ। ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ବିଦ୍ୟାଧରପୁର ଗ୍ରାମରେ।  ୧୭ ବାଖରା ଘର ଜଳିବା ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି।  ଧାନ, ଚାଉଳ ଆସବାବପତ୍ର ପୋଡ଼ିଯାଇଛି।

ମିଳିଥିବା ସୂଚନା ଅନୁସାରେ ଶନିବାର ଦିନ ପ୍ରାୟ ୨.୩୦ ସମୟରେ ପ୍ରଥମେ ଉକ୍ତ ଗ୍ରାମର ସେକ୍‌ ମନ୍ଵାର, ସେକ୍‌ ଅଜିଯୁଲଙ୍କ  ଘରେ ନିଆଁ ଲାଗିଥିଲା। ନିଆଁ ଦେଖିବା ପରେ ଘର ଲୋକଙ୍କୁ ଉଦ୍ଧାର କରାଯାଇଥିଲା। ଏହାପରେ ନିଆଁ ବ୍ୟାପିଯାଇ ୧୭ ବଖରା ଘର ପୋଡ଼ି ପାଉଁଶ ହୋଇଯାଇଥିଲା ୯ ଟି ପରିବାରର ପାଖାପାଖି ୪୦ରୁ ଅଧିକ ସଦସ୍ୟ ବାସହରା ହୋଇଯାଇଥିଲେ।

ସ୍ଥାନୀୟ ଲୋକଙ୍କ ସହଯୋଗରେ ଉଦ୍ଧାର କାର୍ଯ୍ୟ କରାଯାଇଥିବା ବେଳେ ଖବର ପାଇଁ ଅଗ୍ନିଶମବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲେ। କ୍ଷତିଗ୍ରସ୍ତମାନେ ସମସ୍ତେ ଖଟିଖିଆ ହୋଇଥିବାରୁ ସେମାନଙ୍କୁ ସରକାରୀ ସହଯୋଗ ଯୋଗାଇ ଦେବାକୁ ଦାବି ହୋଇଛି।

Comments are closed.