Latest Odisha News

BREAKING NEWS

ସେନା ଅଫିସର ଝିଅ ବୋଲି ଗର୍ବ କରୁଥିଲେ ସ୍ୱାତୀ, ଏବେ ବାପାଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ: ବିଜେପି

ନୂଆଦିଲ୍ଲୀ: ଦିଲ୍ଲୀ ମହିଳା ଆୟୋଗର ଅଧ୍ୟକ୍ଷ ସ୍ୱାତୀ ମାଲିୱାଲ ଶସ୍ତା ଲୋକପ୍ରିୟତା ହାସଲ କରିବା ପାଇଁ ବାପାଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣିଛନ୍ତି ବୋଲି ବିଜେପି କହିଛି । ସେନା ଅଧିକାରୀଙ୍କ ଝିଅ ବୋଲି ଯିଏ ନିଜେ ଗର୍ବ ଅନୁଭବ କରୁଥିଲେ ସେ କିପରି ବାପାଙ୍କ ବିରୋଧରେ ଏ ଭଳି ବୟାନ ଦେଉଛନ୍ତି । ବିଜେପି ଏ ନେଇ ସ୍ୱାତୀଙ୍କ ପୁରୁଣା ଟୁଇଟ ମଧ୍ୟ ଶେୟାର କରିଛି । ବିଜେପି ନେତା ଜଗଦୀଶ ମାମଗଇ କହିଛନ୍ତି ଏହି ଘଟଣାର ଯାଂଚ ହେବା ଆବଶ୍ୟକ । ଦୁଷ୍କର୍ମ ହୋଇଥିବା ପ୍ରମାଣ ମିଳିଲେ ବାପାଙ୍କ ଉପରେ ଏବଂ ନ ହୋଇଥିଲେ ସେନାଙ୍କୁ ଅପମାନ କରିବା ନେଇ ସ୍ୱାତୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ । ସେ ଏ ନେଇ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ଚିଠି ମଧ୍ୟ ଲେଖିଛନ୍ତି । ବାପାଙ୍କ ମୃତ୍ୟୁ ପରେ ସେ କାହିଁକି ଏହି ଅଭିଯୋଗ ଆଣିଲେ । ଯଦି ସାହାସୀ ଥିଲେ ପୂର୍ବରୁ ଏ ନେଇ ମୁହଁ ଖୋଲି ପାରିଥାନ୍ତେ ।

ଶନିବାର ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସ୍ୱାତୀ ଉପରୋକ୍ତ ଅଭିଯୋଗ ଆଣିଥିଲେ । ମୋ ବାପା ଯେତେବେଳେ ଘରକୁ ଆସୁଥିଲେ ମୁଁ ଡରି ଯାଇଥିଲି । ଅନେକ ରାତି ତକିଆରେ ମୁହଁ ମାଡି କାଟିଛି । ମାଆ, ମାଉସୀ, ମଉସା ଓ ଜେଜେ ବାପା, ଜେଜେ ମାଆ ନ ଥିଲେ ମୁଁ ମାନସିକ ଚାପରୁ ବାହାରକୁ ବାହାରି ପାରି ନ ଥାନ୍ତି । ଏହି ବୟାନ ଦେବା ପରେ ସାରା ଦେଶରେ ସ୍ୱାତୀଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି ।

Comments are closed.