Latest Odisha News

BREAKING NEWS

ଧାରା ୩୭୦ ପାଇଁ କଶ୍ମୀରର ନାଗରିକତା ହରାଇଥିଲେ ଏହି ଅଭିନେତ୍ରୀ

ମୁମ୍ବାଇ: ବିବାଦୀୟ ଧାରା ୩୭୦କୁ ସୋମବାର ସଂସଦରେ କେନ୍ଦ୍ର ସରକାର ଉଚ୍ଛେଦ କରିଛନ୍ତି। ଏହି ଧାରା ଅନୁସାରେ କଶ୍ମୀରର ଝିଅ ଅନ୍ୟ ରାଜ୍ୟର ପୁଅକୁ ବିବାହ କଲେ ନିଜର କଶ୍ମୀରର ନାଗରିକତା ହରାଉଥିଲେ।

ଗତକାଲି ଏହା ଉଚ୍ଛେଦ ହେବା ପରେ କେବଳ ବଲିଉଡ୍‌ ସେଲେବ୍ରିଟି ନୁହଁନ୍ତି, ଟେଲିଭିଜନ ଅଭିନେତ୍ରୀମାନେ ମଧ୍ୟ ନିଜର ଖୁସି ବ୍ୟକ୍ତ କରିଛନ୍ତି। ଟେଲି ଅଭିନେତ୍ରୀ ଏକତା କୌଲ୍‌ ୩୭୦ ଉଠିବା ପରେ ସବୁଠାରୁ ଅଧିକ ଖୁସି ହୋଇଥିବା ଶୁଣିବାକୁ ମିଳିଛି ।

ଏହାର କାରଣ ଏକତା କଶ୍ମୀରର ଝିଅ ଅଟନ୍ତି । ଗତବର୍ଷ ଅଭିନେତା ସୁମିତ୍‌ ବ୍ୟାସଙ୍କୁ ଏକତା ବିବାହ କରିବା ପରେ ସେ କଶ୍ମୀରର ନାଗରିକତ୍ୱ ହରାଇଥିଲେ। ଯେଉଁଥିପାଇଁ ସେ ଖୁବ ଦୁଃଖୀ ଥିବା ପ୍ରକାଶ କରିଛନ୍ତି ।

ତେବେ ସୋମବାର ଦିନ ସକାଳେ ଏକତାଙ୍କ ବାପା ଫୋନ୍‌ କରି ତାଙ୍କୁ ଟିଭି ଦେଖିବା ପାଇଁ କହିଥିଲେ । ଧାରା ୩୭୦ ଉଠିଯିବା କଥା ଟିଭିରେ ଦେଖିବା ପରେ, କଶ୍ମୀର ପୁଣି ଥରେ ତାଙ୍କ ରାଜ୍ୟ ହୋଇଗଲା ବୋଲି କହି ଖିସିରେ କାନ୍ଦି ପକାଇଥିବା ସେ କହିଛନ୍ତି । ସରକାରଙ୍କର ନିଷ୍ପତ୍ତିକୁ ସେ ସମ୍ପୁର୍ଣ୍ଣ ଭାବେ ସମର୍ଥନ ଜଣାଇବା ସହ ଏହି ଦିନଟିକୁ ସେଲେବ୍ରେଟ୍‌ ମଧ୍ୟ କରିଛନ୍ତି।

ଏକତା ଆହୁରି ମଧ୍ୟ କହିଛନ୍ତି, ଯେ ବିବାହ ପରେ ତାଙ୍କ ପାଇଁ ସବୁକିଛି ଅଚାନକ ବଦଳି ଯାଇଥିଲା। ସେ କଶ୍ମୀରରେ ଏକ ଜମି କିଣିବା ପାଇଁ ଇଚ୍ଛା ରଖିଥିଲି ଏବଂ ସବୁଦିନ ପାଇଁ ସେଠାରେ ରହିବାକୁ ସେ ଭାବିଥିଲେ । କିନ୍ତୁ ବିବାହ ପରେ ଏସବୁ ତ ସମ୍ଭବ ହୋଇପାରିଲା ନାହିଁ ତାହାସହ ସେ ନିଜେ ମଧ୍ୟ କାଶ୍ମୀରୁ ନାଗରିକତ୍ଵ ହରାଇଥିଲେ । ଏହି ୩୭୦ ଧାରାକୁ ଉଚ୍ଛେଦ କରିଥିବାରୁ ସେ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି ।

ସୂଚନା ଅନୁସାରେ ଧାରା ୩୭୦ ଉଚ୍ଛେଦ ହେବା ପରେ ବର୍ତ୍ତମାନ କଶ୍ମୀରର ସମସ୍ତ ମହିଳା ଯେ କୌଣସି ରାଜ୍ୟର ପୁରୁଷଙ୍କୁ ବିବାହ କଲେ ମଧ୍ୟ ସେମାନଙ୍କ ନାଗରିକତା ରଦ୍ଦ କରାଯିବ ନାହିଁ।

Comments are closed.