Latest Odisha News

BREAKING NEWS

ପୀଡ଼ିତାଙ୍କ ତଥ୍ୟ ଦେବାକୁ ରାହୁଲ ଗାନ୍ଧୀଙ୍କୁ ନୋଟିସ, କଂଗ୍ରେସ କହିଲା ‘ଡାର୍ଟି ପଲିଟିକ୍ସ’

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଟ୍ୱିଟ୍କୁ ନେଇ ଦିଲ୍ଲୀ ପୋଲିସ ନୋଟିସ୍ ଜାରି କରିଛି। ଏହାପରେ କଂଗ୍ରେସ ଜବବା ରଖି କହିଛି, ଶାସକ ଦଳ ଏକ ଖରାପ ରାଜନୀତି ଆରମ୍ଭ କରିଛି। ମୋଦୀ ସରକାରକୁ ଟାର୍ଗେଟ କରି କଂଗ୍ରେସ କହିଛି, ‘ଭାରତ ଯୋଡ଼ୋ’ ଯାତ୍ରାର ୪୫ ଦିନ ପରେ ରାହୁଲ ଗାନ୍ଧୀଙ୍କୁ ନୋଟିସ୍ ଜାରି କରିଛି ଦିଲ୍ଲୀ ପୋଲିସ।

ରାହୁଲ ଗାନ୍ଧୀ ଭାରତ ଯୋଡୋ ଯାତ୍ରା ଗସ୍ତ ସମୟରେ ଜମ୍ମୁ କଶ୍ମୀରର କିଛି ପୀଡ଼ିତାଙ୍କୁ ଭେଟିଥିଲେ ବୋଲି ଟ୍ବିଟ୍ କରି କହିଥିଲେ। ସଂପୃକ୍ତ ପୀଡ଼ିତା ନିର୍ଯାତନାର ଶିକାର ହୋଇଥିଲେ ମଧ୍ୟ ପୋଲିସର ସାହାରା ନେବେ ନାହିଁ ବୋଲି କହିଥିଲେ ବୋଲି ରାହୁଲ କହିଥିଲେ। ଏହି ସାକ୍ଷାତ ସମୟରେ ମହିଳାମାନେ ନିଜ ନିଜ ନିର୍ଯାତନା ବିଷୟରେ କହିଥିଲେ ବୋଲି ରାହୁଲ ଗାନ୍ଧୀ କହିଥିଲେ।

କଂଗ୍ରେସ କହିଛି, ଏହି ନୋଟିସର ଜବାବ ଆମେ ଆଇନ ଅନୁସାରେ ଠିକ୍ ସମୟରେ ଦେବୁ’, ମହିଳା ସଶକ୍ତିକରଣ, ଅଭିବ୍ୟକ୍ତିର ସ୍ୱାଧୀନତା ଓ ବିରୋଧୀଙ୍କ ଭୂମିକାକୁ କ୍ଷୁର୍ଣ୍ଣ କରିବାର ପ୍ରୟାସ ହେଉଛି।

ଉଲ୍ଲେଖଯୋଗ୍ୟ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ‘ରେପ୍ ଇନ୍ ଇଣ୍ଡିଆ’ ମନ୍ତବ୍ୟକୁ ନେଇ ଦିଲ୍ଲୀ ପୁଲିସ ତାଙ୍କୁ ନୋଟିସ୍ ଜାରି କରିଛି। କେତେକ ମହିଳାଙ୍କୁ ଯୌନ ନିର୍ଯାତନା ଦିଆଯାଉଥିବା ଆମେ ଶୁଣିଛୁ ବୋଲି ରାହୁଲ କହିଥିଲେ। ଏହାପରେ ପୁଲିସ ନୋଟିସରେ ରାହୁଲଙ୍କୁ ପୀଡ଼ିତାଙ୍କ ସବିଶେଷ ତଥ୍ୟ ଦେବାକୁ କହିଛି ପୋଲିସ। ଯାହାଦ୍ୱାରା ସେହି ମହିଳା ମାନଙ୍କୁ ସୁରକ୍ଷା ମିଳିପାରିବ।

ଗୁରୁବାର କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି ଯେ, ସେ ଲୋକସଭା ବାଚସ୍ପତିଙ୍କ ସହ କଥା ହୋଇଛନ୍ତି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅପମାନିତ କରିଥିବାରୁ ତାଙ୍କୁ କ୍ଷମା ମାଗିବାକୁ କୁହାଯାଇଛି। କିନ୍ତୁ ସେ ଆସିବାର ଗୋଟିଏ ମିନିଟ୍ ପରେ ଗୃହକୁ ମୁଲତବୀ ଘୋଷଣା କରାଯାଇଥିଲା ବୋଲି ରାହୁଲ କହିଛନ୍ତି।

Comments are closed.