Latest Odisha News

BREAKING NEWS

ଚେକ ବାଉନ୍ସ ମାମଲାରେ କୋର୍ଟଙ୍କ ରାୟ: ଏବେ ଟଙ୍କା ଦେବ, ଜେଲ ବି ଯିବ

ଜଗତସିଂହପୁର: ଚେକ ବାଉନ୍ସ ଶେଷରେ ପଡିଲା ମହଙ୍ଗା । ଟଙ୍କା ତ ଫେରାଇବେ ତ ସହ ଜେଲ ବି ଯିବେ । ଏମିତି ରାୟ ଶୁଣାଇଛନ୍ତି କୋର୍ଟ । ଘଟଣଟି ଥିଲା ଏମିତି ।
ଏକ ବାଉନ୍ସ ମାମଲାର ବିଚାର କରି ଐତିହାସିକ ରାୟ ଶୁଣାଇଛନ୍ତି ଜଗତସିଂହପୁରର ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ। ଦୀର୍ଘ ୬ବର୍ଷ ପରେ ଉପଯୁକ୍ତ ନ୍ୟାୟ ପାଇଛନ୍ତି ଆବେଦନକାରୀ ଜମିଲ ଖାଁ। ୨୦୧୬ ମସିହାରେ ମୁଦେଇ ଜମିଲ ଜମି ମାଲିକ ସୁରେଶ ସ୍ୱାଇଁଙ୍କୁ ଦେଇଥିଲେଖାଁ ୧୨ଲକ୍ଷ ଟଙ୍କା । ଉକ୍ତ ଟଙ୍କା ପରିଶୋଧ ବାବଦରେ ସୁରେଶ ଜମିଲଙ୍କୁ ଏକ ଚେକ୍ ବନ୍ଧକ ସ୍ୱରୂପ ଦେଇଥିଲେ। ଧାର୍ଯ୍ୟ ସମୟ ପରେ ମୁଦେଇ ଜମିଲ ଖାଁ ଚେକକୁ ବ୍ୟାଙ୍କରେ ଲଗାଇଥିଲେ।

କିନ୍ତୁ ସୁରେଶଙ୍କ ଆକାଉଣ୍ଟରେ ନିର୍ଦ୍ଧାରିତ ଅର୍ଥ ନ ଥିବାରୁ ଚେକଟି ବାଉନ୍ସ ହୋଇ ଯାଇଥିଲା। ଏହା ବିରୋଧରେ ଜମିଲ ଖାଁ ଜଗତସିଂହପୁରର ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ କୋର୍ଟରେ ଗତ ୨୦୧୮ ମସିହାରେ ଏକ ମକଦ୍ଦମା ଦାୟର କରିଥିଲେ।

ଉକ୍ତ ମକଦ୍ଦମାକୁ ଜଗତସିଂହପୁର ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ପ୍ରିୟ ରଞ୍ଜନ ମିଶ୍ର ବିଚାର କରିବା ସହିତ ଉଭୟ ପକ୍ଷର ସାକ୍ଷ୍ୟ ପ୍ରମାଣ ଗ୍ରହଣ କରି ଗତ ୧୪ତାରିଖରେ ରାୟ ଲିପିବଦ୍ଧ କରିଥିଲେ । ଆଜି ଏହି ରାୟ ସାର୍ବଜନୀନ କରିଛନ୍ତି।

ଉକ୍ତ ରାୟରେ ସୁରେଶ କୁମାର ସ୍ୱାଇଁଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଅଦାଲତ । ତୁରନ୍ତ ୧୨ ଲକ୍ଷ ଟଙ୍କା ସୁରେଶ ସ୍ୱାଇଁଙ୍କୁ ପ୍ରଦାନ କରିବା ପାଇଁ କୋର୍ଟ ଜମିଲ ଖାଁଙ୍କୁ ନିର୍ଦେଶ ଦେବା ସହିତ ୨ ବର୍ଷର ସଶ୍ରମ କାରାଦଣ୍ଡ ଆଦେଶ ମଧ୍ୟ ଦେଇଛନ୍ତି। ଉକ୍ତ ମକଦ୍ଦମାକୁ ଆବେଦନକାରୀ ଜମିଲ ଖାଁଙ୍କ ପକ୍ଷରୁ ଆଇନଜୀବୀ ପୂର୍ଣେନ୍ଦୁ ମଉଳି ମହାନ୍ତି ପରିଚାଳନା କରିଥିବା ବେଳେ ସୁରେଶ କୁମାର ସ୍ୱାଇଁଙ୍କୁ ପକ୍ଷରୁ ଆଇନଜୀବୀ ସରୋଜ କୁମାର ମହାନ୍ତି ପରିଚାଳନା କରୁଥିଲେ।ମାନ୍ୟବର ବିଚାରପତିଙ୍କ ଚେକ୍ ବାଉନ୍ସ ଭଳି ମାମଲାରେ ଏଭଳି ଐତିହାସିକ ରାୟ ପ୍ରକାଶ ପରେ ଲୋକମାନଙ୍କର ବିଚାର ବିଭାଗ ପ୍ରତି ଆସ୍ଥା ପ୍ରକଟ ହୋଇଛି।

Leave A Reply

Your email address will not be published.