ମୁମ୍ବାଇ: ଅଭିନେତା ବରୁଣ ଧାୱନ ଏବଂ ଅଭିନେତ୍ରୀ ଜାହ୍ନବୀ କପୁର କିଛି ଦିନ ହେଲା ଚର୍ଚ୍ଚାରେ ରହିଆସିଛନ୍ତି । ଉଭୟଙ୍କୁ ଫିଲ୍ମ ବୋବାଲରେ ଏକାଠି ଦେଖିବାକୁ ମିଳିବେ ।
ଏହି ଫିଲ୍ମଟି ବରୁଣ ଏବଂ ଜାହ୍ନବୀଙ୍କ ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର । କାରଣ ସେମାନେ ପ୍ରଥମ ଥର ଏକାଠି ନଜର ଆସିବେ । ଏହି ସମୟରେ ପ୍ରଶଂସକମାନେ ମଧ୍ୟ ଉଭୟ ଯୋଡ଼ିଙ୍କୁ ଦେଖିବା ପାଇଁ ବହୁତ ଉତ୍ସାହିତ ଅଛନ୍ତି । ଏହି ଫିଲ୍ମ ଏପ୍ରିଲ ୭ ତାରିଖରେ ରିଲିଜ ହେବାର ଥିଲା, କିନ୍ତୁ ପରେ ଏହାର ରିଲିଜକୁ ସ୍ଥଗିତ ରଖାଯାଇଛି । ଏହା ବରୁଣଙ୍କ କ୍ୟାରିୟରର ସବୁଠାରୁ ମହଙ୍ଗା ଫିଲ୍ମ ବୋଲି କୁହାଯାଉଛି । ଏହି ଫିଲ୍ମଟି ଏକ ପ୍ରେମ କାହାଣୀ ଉପରେ ଆଧାରିତ । ଏହାର ସୁଟିଂ ପ୍ୟାରିସ୍, ବର୍ଲିନ୍, ପୋଲାଣ୍ଡ, ଆମଷ୍ଟରଡାମ୍ ଏବଂ ଭାରତରେ ସୁଟିଂ କରାଯାଇଛି ।
Comments are closed.