Latest Odisha News

BREAKING NEWS

ଜିଓମି ଟିଭିରେ ଉପଲବ୍ଧ ହେବ ‘ଜିଓ ସିନେମା’ ଆପ

ଭୁବନେଶ୍ୱର: ଜିଓମିର ଏମ୍. ଆଇ ସ୍ମାର୍ଟ ଟିଭିରେ ଲୋକପ୍ରିୟ ‘ଜିଓ ସିନେମା ଭିଡିଓ ଷ୍ଟ୍ରିମିଙ୍ଗ’ ସେବା ଖୁବଶୀଘ୍ର ଉପଲବ୍ଧ ହେବାକୁ ଯାଉଥିବା କମ୍ପାନୀ ଟ୍ୱିଟରରେ ଘୋଷଣା କରିଛି ।

ଜିଓ ସିନେମାରେ ଟେଲିଭିଜିଅନ ଶୋ’, ସ୍ପୋର୍ଟସ ଟେଲିକାଷ୍ଟ, ସିନେମା, ଡକ୍ୟୁମେଣ୍ଟଟାରି, ଟେଲର ଏବଂ ଏକ୍ସକଲ୍ୟୁସିଭ ତଥ୍ୟ ଭଳି ଅନେକ ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ ଟେଲିକାଷ୍ଟ ହେଉଛି ।

ବର୍ତ୍ତମାନ ଆମାଜନ ଫ୍ରିଡ଼ମ ଡେ ସେଲରେ ଏହି ଏମାଆଇ ଟିଭି ଉପଲବ୍ଧ ହେଉଛି । ଯାହାକୁ ଏସ.ବି.ଆଇ କାର୍ଡ ଜରିଆରେ କିଣିଲେ ୧୦% ରିହାତି ମଧ୍ୟ ମିଳୁଛି ।

ଏମଆଇ ସ୍ମାର୍ଟ ଟିଭି ହଟଷ୍ଟାର, ସୋନି ଲାଇଭ, ଭୁଟ, ଜି୫ ଷ୍ଟ୍ରିମିଙ୍ଗ ଆପ ଭଳି ସୁବିଧା ଗୁଡିକ ଯୋଗେଇ ଦେଇଆସୁଛି । କିନ୍ତୁ ନେଟଫିଲକ୍ସ ଓ ଆମାଜନ ପ୍ରାଇମ ଭଳି ଆପ ଗୁଡିକ ଏଯାଏଁ ଏହି ସ୍ମାର୍ଟ ଟିଭିରେ ଉପଲବ୍ଧ ହୋଇନାହିଁ।

Leave A Reply

Your email address will not be published.