Latest Odisha News

ରାହୁଲଙ୍କୁ ବିଜେପିର ପାଲଟା ଆକ୍ରମଣ, ରବିଶଙ୍କର କହିଲେ; ସେ ଜଣେ ଅଭ୍ୟାସଗତ ମିଛୁଆ

ପାଟନା : ମୋଦିଙ୍କୁ ଆଦାନୀ ପ୍ରସଙ୍ଗରେ ରାହୁଲ ଗାନ୍ଧୀଙ୍କ ସମାଲୋଚନା ପରେ ଏହାର ଜବାବ ରଖିଛି ବିଜେପି। ବରିଷ୍ଠ ବିଜେପି ନେତା ରବି ଶଙ୍କର ପ୍ରସାଦ କହିଛନ୍ତି, ରାହୁଲ ଜଣେ ଅଭ୍ୟାସଗତ ମିଛୁଆ । ରବି ଶଙ୍କର କହିଛନ୍ତି, ରାହୁଲ ଗାନ୍ଧି ଆଜି ପୁଣି ମିଛ କହିଛନ୍ତି। ସେ ଲଣ୍ଡନରେ କିଛି କହି ନଥିଲେ ବୋଲି ସଫେଇ ଦେଇଛନ୍ତି। ରାହୁଲ ଗାନ୍ଧି ଲଣ୍ଡନରେ କହିଥିଲେ ଯେ ଭାରତରେ ଗଣତନ୍ତ୍ର ଦୁର୍ବଳ ହେବାରେ ଲାଗିଛି ଓ ୟୁରୋପୀୟ ଦେଶ ଏହା ଉପରେ ଦୃଷ୍ଟି ଦେଉନାହାନ୍ତି। ରାହୁଲ ଗାନ୍ଧିଙ୍କ ପ୍ରକୃତି ହେଉଛି ମିଛ କହିବା। କଟାକ୍ଷ କରି ରବି ଶଙ୍କର କହିଛନ୍ତି, ଲୋକେ କଂଗ୍ରେସକୁ ଭୋଟ ଦେଉନାହାଁ, ଆମେ ବା ସେଥିରେ କଣ କରିପାରିବୁ। ସାମ୍ବାଦିକ ସମ୍ମିଳନୀ କରି ରାହୁଲ ପୁଣିଥରେ ସମସ୍ତଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରିଛନ୍ତି ବୋଲି କହିଛନ୍ତି ରବି ଶଙ୍କର ।

ଯଦି ଜାଣିଶୁଣି ପଛୁଆ ବର୍ଗର ଲୋକଙ୍କୁ ରାହୁଲ ଗାନ୍ଧି ଅପମାନିତ କରିଚାଲିବେ, ତେବେ ଆଗକୁ ମଧ୍ୟ ମଧ୍ୟ କଂଗ୍ରେସ ଭୋଟ ପାଇବ ନାହିଁ। ବିଜେପି ଏହି ପ୍ରସଙ୍ଗ ସମଗ୍ର ଦେଶରେ ଉଠାଇବ। ସେ ସମାଲୋଚନା କରିବାର ଅଧିକାର ଆପଣଙ୍କର ଅଛି। କିନ୍ତୁ ଅପମାନିତ କରିବାର ଅଧିକାର ଆପଣଙ୍କର ନାହିଁ। ଏଥିସହ ବିଜେପି ରାହୁଲଙ୍କ ବିବାଦୀୟ ବୟାନ ବିରୋଧରେ ଦେଶବ୍ୟାପୀ ବିକ୍ଷୋଭ କରିବ ବୋଲି ବିଜେପି ନେତା ରବି ଶଙ୍କର ପ୍ରସାଦ ଗଣମାଧ୍ୟମ ଜରିଆରେ କହିଛନ୍ତି।

Comments are closed.