Latest Odisha News

ସୋସିଆଲ ମିଡିଆରେ ପିଲାଙ୍କ ଫଟୋ ପୋଷ୍ଟ କରିପାରିବେନି ବାପା-ମା’: ଆସୁଛି କଡା ନିୟମ

ନୂଆଦିଲ୍ଲୀ:ପିଲାମାନଙ୍କ ସଫଳତା ବାପା-ମା’ଙ୍କ ଜୀବନର ସର୍ବଶ୍ରେଷ୍ଠ ଖୁସି ଭରିଦେଇଥାଏ । ପିଲାଙ୍କ ପ୍ରଶଂସାରେ ଜୀବନର ସବୁ କଷ୍ଟର ମୂଲ୍ୟ ସେମାନେ ପାଇଥାନ୍ତି । ତେଣୁ ପିଲା ଭଲ ଗୀତଟିଏ ଗାଉ ବା ଭଲ ପୋଜରେ ଫଟୋଟିଏ ଉଠାଉ..ଏହାକୁ ସୋସସିଆଲ ମିଡିଆରେ ସେୟାର କରିଦିଅନ୍ତି ବାପା-ମା । ସେଥିରେ ମିଳୁଥିବା ଲାଇକ, କେମଣ୍ଟ ଦେଖିଲେ ସେମାଙ୍କ ମନ ପୂରିଯାଏ । କିନ୍ତୁ ପିଲାଙ୍କ ଫଟୋ ବା ଭିଡିଓକୁ ବାପା-ମା’ ସୋସିଆଲ ମିଡିଆରେ ସେୟାର କରିପାରିବେନି । ଏମିତି କଟକଣା ଲାଗୁ କରାଯାଇଛି ଏକ ସଭ୍ୟ ଦେଶ ଫ୍ରାନ୍ସରେ ।

ଦେଶର ନାଶନାଲ ଆସେମ୍ଲିରେ ଏ ନେଇ ଆଇନ ପାସ ହୋଇଛି । ଏହି ଆଇନ ଅନୁଯାୟୀ ବାପା-ମା’ ସେମାନଙ୍କ ପିଲାମାନଙ୍କ ଫଟୋ  ସୋସିଆଲ ମିଡିଆରେ ସେୟାର କରିପାରିବେନି । ଯଦି କରିବେ ତେବେ କୋର୍ଟଦ୍ୱାରା ଦଣ୍ଡିତ ହେବେ । ଏପରିକି ଯଦି ବାପା-ମା’ଙ୍କ ମଧ୍ୟରୁ ଜଣେ ଫଟୋ/ଭିଡିଓ ସେୟାର କରନ୍ତି ତେବେ ଉଭୟଙ୍କୁ ଦଣ୍ଡ ଭୋଗିବାକୁ ପଡିବ ।

ଏହି ଆଇନ ଅନୁସାରେ, ବାପା-ମା’ମାନେ ଯଦି ସେମାନଙ୍କ ପିଲାଙ୍କ ଫଟୋ ଅପଲୋଡ କରିବାକୁ ଚାହାଁନ୍ତି ତେବେ ପିଲାଙ୍କ ବୟସ ଏବଂ ମାଚ୍ୟରିଟି ଅନୁସାରେ ସେମାନଙ୍କର ଅନୁମତି ନେବାକୁ ପଡିବ । ଯଦି ପିଲାଙ୍କର ଅସହମତି ଥାଏ ତେବେ କୋର୍ଟ ଏହାକୁ ବ୍ୟାନ କରିପାରିବେ ।

ଏହି ବିଲରେ ଦର୍ଶାଯାଇଛି,  ସୋସିଆଲ ମିଡିଆାରେ ସେୟାର ହେଉଥିବା ପିଲାଙ୍କ  ଫଟୋର ଦୁରୁପଯୋଗ କରାଯାଉଛି । ବାପା-ମାମାନେ ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ପିଲାଙ୍କ ଫଟୋ ସେୟାର କରୁଛନ୍ତି ଯାହାକୁ ଚାଇଲଡ ପନୋଗ୍ରାଫିରେ ବ୍ୟବହାର କରାଯାଉଛି । ଏହାଦ୍ୱାରା ପିଲାଙ୍କ ପ୍ରତି ବିପଦ ବଢୁଛି । ଏହି ଫଟୋ ବିଶେଷକରି ଅଭିଭାବକଙ୍କ ଆକାଉଣ୍ଟରେ ସେୟାର କରାଯାଉଛି ।

ଗବେଷକମାନେ ଏକ ଅଧ୍ୟୟନ କରି କହିଛନ୍ତି, ୧୩ ବର୍ଷ ବୟସ୍କ ପିଲାମାନଙ୍କର ପ୍ରାୟ ୧୩୦୦ ଫଟୋ ଇଣ୍ଟରନେଟରେ ଘୂରି ବୁଲୁଛି । ଯାହା ସେହି ପିଲାଙ୍କ ଗୋପନୀୟତା ପ୍ରତି ବିପଦ ସୃଷ୍ଟି କରିଛି । ଏଥିରୁ ୫୦ ପ୍ରତିଶତ ଫଟୋ ଚାଇଲଡ ପନୋଗ୍ରାଫିରେ ବ୍ୟବହାର କରାଯାଉଛି ।

ଫ୍ରାନ୍ସ ସରକାରଙ୍କ ଏପରି ନିଷ୍ପତ୍ତିକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି । ତେବେ ଏହି ବିଲ ଫ୍ରାନ୍ସ ସିନେଟରେ ପାସ ହେବା ପରେ ରାଷ୍ଟ୍ରପତିଙ୍କ ଅନୁମତି ପାଇବା ପରେ ଏହା ଆଇନର ମାନ୍ୟତା ପାଇବ ।

Leave A Reply

Your email address will not be published.