ୱାଶିଂଟନ ଡିସି: ଆମେରିକା ସୀମାକୁ ଲାଗିଥିବା ମେକ୍ସିକୋର ସିଉଡାଡ ଜୁଆରେଜ୍ରେ ଥିବା ଏକ ସରକାରୀ ପ୍ରବାସୀ ଥଇଥାନ କେନ୍ଦ୍ରରେ ଭୀଷଣ ଅଗ୍ନିକାଣ୍ଡ ଯୋଗୁ କେନ୍ଦ୍ର ଓ ଦକ୍ଷିଣ ଆଫ୍ରିକାର ୪୦ ପ୍ରବାସୀଙ୍କର ମୃତ୍ୟୁ ହୋଇଛି।
ମେକ୍ସିକୋ ଜାତୀୟ ପ୍ରବାସନ ସଂସ୍ଥା ଏହି କେନ୍ଦ୍ର ପରିଚାଳନା କରିଥାଏ। ଅଗ୍ନିକାଣ୍ଡ ଘଟିବା ସହ ପ୍ରାୟ ୬୮ ଜଣ ଲୋକ କ୍ୟାମ୍ପରେ ଥିଲେ ବୋଲି ସୂଚନା ମିଳିଛି। ଏଥିରେ ୨୮ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ତେବେ ପ୍ରବାସୀମାନେ ଏହି ନିଆଁ ଲଗାଇଥିବା ସୂଚନା ମିଳିଥିବା ବେଳେ ଅଗ୍ନିକାଣ୍ଡର ବିଭିନ୍ନ କାରଣ କୁହାଯାଉଛି। ମିଳିଥିବା ରିପୋର୍ଟ ଅନୁସାରେ, ପ୍ରବାସୀମାନେ ଆମେରିକା ନାଗରିକତା ପାଇବା ପାଇଁ ଦୀର୍ଘ ଦିନ ଅପେକ୍ଷା କରି ଆସୁଥିଲେ। ନାଗରିକତା ଆବେଦନ କରୁଥିବା ଲୋକଙ୍କୁ ସରକାରୀ ନିୟମ ଅନୁସାରେ ପ୍ରଥମେ ଥଇଥାନ କେନ୍ଦ୍ରରେ ରଖାଯାଉଥିଲା। ଦୀର୍ଘଦିନ ଧରି ଅପେକ୍ଷା କରିବା ପରେ ନାଗରିକତା ନ ମିଳିବା, ପୁଣି ପ୍ରତ୍ୟାବର୍ତ୍ତନର ଭୟ ଯୋଗୁ ସେମାନେ ରାଗିଯାଇ ଏହି ନିଆଁ ଲଗାଇ ଥାଇପାରନ୍ତି ବୋଲି କୁହାଯାଉଛି।
🔴MEXICO :#VIDEO LEAKED IMAGES FROM FIRE AT MIGRANT FACILITY IN CIUDAD JUAREZ REVEAL TERRIFYING SCENES
Migrants were locked up & were not let out.
39 Migrants killed,dozens injured. #BreakingNews #UltimaHora #CiudadJuarez #Migrants #Migrantes #Fire #Incendio pic.twitter.com/QU4gfc5McD— LoveWorld (@LoveWorld_Peopl) March 28, 2023
ଅନ୍ୟ କେହି ଦାବି କରୁଛନ୍ତି ଯେ ଏକ ଛୋଟିଆ ଥଇଥାନ କେନ୍ଦ୍ରରରେ ସମସ୍ତଙ୍କୁ ମାଡ଼ିଯାକି ହେଇ ରହିବାକୁ କୁହାଯାଉଥିଲା। ଭାଇରାଲ୍ ହେଉଥିବା ଏକ ସିସିଟିଭି ଫୁଟେଜ୍ରେ ଦେଖାଯାଉଛି ଯେ ପ୍ରବାସୀମାନେ ତାଙ୍କୁ ମିଳିଥିବା ଗଦିକୁ ଘରର ଲୁହା ପାଚେରୀ ପାଖରେ ଥୋଇ ସେଥିରେ ନିଆଁ ଲଗାଇ ଦେଉଛନ୍ତି। ଆଉ ଚାହୁଁ ଚାହୁଁ ନିଆଁ ବ୍ୟାପିଯିବା ସହ ପୂରା ଥଇଥାନ କେନ୍ଦ୍ର ଧୂଆଁରେ ଫୁଲ ହେଇଯାଉଛି।
Comments are closed.