Latest Odisha News

BREAKING NEWS

ଆତ୍ମ ସମର୍ପଣ କରିବ ଅମ୍ରିତପାଲ; ଭିଡିଓ ଜାରି କରି ରଖିଲା ୩ ସର୍ତ୍ତ

ଚଣ୍ଡିଗଡ଼: ଆତ୍ମ ସମର୍ପଣ କରିପାରେ ଖଲିସ୍ତାନ ବିଛିନ୍ନତାବାଦୀ ନେତା ଅମ୍ରିତପାଲ ସିଂହ। ସପ୍ତାହେରୁ ଅଧିକ ଦିନ ହେବା ପୁଲିସ ଆଖିରେ ଧୂଳି ଦେଇ ଖସି ଚାଲିଥିବା ଅମ୍ରିତପାଲ୍ ଶେଷରେ ପଞ୍ଜାବ ଫେରିଆସିଛି। ସେ ଅମୃତସରରେ ଗୋଲ୍‌ଡେନ୍ ଟେମ୍ପଲ ପାଖରେ ଆତ୍ମ ସମର୍ପଣ କରିପାରେ ବୋଲି କୁହାଯାଉଛି। ଏଥିପାଇଁ ଅକଲ ତଖ୍‌ତ ନିକଟରେ ଗୋଲ୍‌ଡେନ୍‌ ଟେମ୍ପଲ ପାଖରେ ବିପୁଳ ପୁଲିସ ମୁତୟନ କରାଯାଇଛି।

ତେବେ ଆତ୍ମସମର୍ପଣ କରିବା ପୂର୍ବରୁ ସୋସିଆଲ୍ ମିିଡିଆରେ ଏକ ଭିଡିଓ ଜାରି କରି ୩ ଟି ସର୍ତ୍ତ ରଖିଛି ଅମ୍ରିତପାଲ। ସର୍ତ୍ତ ନମ୍ବର ୧ ହେଲା- ଗିରଫଦାରୀକୁ ପୁଲିସ ଆତ୍ମସମର୍ପଣ ଭଳି ଦେଖାଉ। ୨- ତାକୁ ପଞ୍ଜାବ ଜେଲ୍‌ରେ ରଖାଯାଉ। ସେହିପରି ତୃତୀୟ ସର୍ତ୍ତ ହେଲା ଜେଲ୍‌ରେ ତା’ସହ ମାର୍‌ପିଟ୍‌ କରା ନଯାଉ ବୋଲି ଅମ୍ରିତପାଲ କହିଛି।

ବୁଧବାର ୟୁଟ୍ୟୁବ୍‌ରେ ଭିଡିଓ ଜାରି କରି ଅମ୍ରିତପାଲ ବୃହତ ସ୍ୱାର୍ଥ ଦୃଷ୍ଟିରୁ ବିଶ୍ୱରେ ଥିବା ସମସ୍ତ ସିଖ୍‌ମାନଙ୍କ ଏକାଠୀ ହେବାକୁ ସେ ଆହ୍ୱାନ କରିଛି। ଅମ୍ରିତପାଲ ୟୁଟ୍ୟୁବ୍‌ରେ ରିଲିଜ୍ କରିଥିବା ଏହି ଭିଡିଓରେ ମାର୍ଚ୍ଚ ୧୮ ତାରିଖରୁ ପୁଲିସ ତାକୁ ଗୋଢାଇଥିବା ସମସ୍ତ କଥା କହିଛି। ଦିନେ କିମ୍ବା ଦୁଇ ଦିନ ପୂର୍ବରୁ ଉତ୍ତର ପ୍ରଦେଶରେ ଏହି ଭିଡିଓ ରେକର୍ଡିଂ କରାଯାଇଥିଲା। ତେବେ ଯେଉଁ ୟୁଟ୍ୟୁବ୍ ଚ୍ୟାନେଲ୍‌ରେ ସେ ଭିଡିଓ ରେକର୍ଡିଂ କରି ଅପ୍‌ଲୋଡ୍ କରିଥିଲା ଏହାକୁ ସସ୍‌ପେଣ୍ଡ କରାଯାଇଛି।

 

Comments are closed.