Latest Odisha News

BREAKING NEWS

ପୂର୍ବବର୍ଷ ତୁଳନାରେ ସର୍ବାଧିକ ଦରମାରେ ୧୪୭% ବୃଦ୍ଧିରେ IIM ସମ୍ବଲପୁର ପକ୍ଷରୁ ଶତପ୍ରତିଶତ ନିଯୁକ୍ତି

ସମ୍ବଲପୁର: ୨୦୧୫ରେ ଭାରତ ସରକାର ସମ୍ବଲପୁରରେ IIM ପ୍ରତିଷ୍ଠା କରିଥିଲେ । ୨୦୨୧-୨୩ ଶିକ୍ଷା ବର୍ଷରେ ଏହି ଜାତୀୟ ଶିକ୍ଷାନୁଷ୍ଠାନରେ ପଢ଼ିଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ମିଳିଥିବା ବେଳେ ଘରୋଇ କ୍ଷେତ୍ରରେ ସର୍ବାଧିକ ବାର୍ଷିକ ୬୪.୬୧ ଲକ୍ଷ ପ୍ୟାକେଜରେ ଚାକିରି ମିଳିଛି । ସେହିଭଳି ଅନୁଷ୍ଠାନର ଶିକ୍ଷାର୍ଥୀ ବିଦେଶରେ ସର୍ବାଧିକ ୬୪.୧୫ ଲକ୍ଷ ବାର୍ଷିକ ପ୍ୟାକେଜରେ ଚାକିରି ପାଇଛନ୍ତି ।

ପ୍ଲେସମେଣ୍ଟରେ ନିଯୁକ୍ତି ପାଇଥିବା ଶିକ୍ଷାର୍ଥୀଙ୍କ ହାରାହାରି ବାର୍ଷିକ ଦରମା ୧୬.୬୪ ଲକ୍ଷ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି । ସେହିଭଳି ମହିଳା ଶିକ୍ଷାର୍ଥୀଙ୍କୁ ହାରାହାରି ବାର୍ଷିକ ୧୮.୨୫ ଲକ୍ଷରେ ନିଯୁକ୍ତି ମିଳିଛି । ବ୍ୟାଚର ଟପ୍ ୧୦ ପ୍ରତିଶତ ଶିକ୍ଷାର୍ଥୀଙ୍କ ହାରାହାରି ବାର୍ଷିକ ଦରମା ୩୧.୬୯ ପ୍ରତିଶତ ଅଟେ ।

IIMରୁ ଶିକ୍ଷା ଗ୍ରହଣ କରିଥିବା ଛାତ୍ରଛାତ୍ରୀ ମାଇକ୍ରୋସଫ୍ଟ, ବେଦାନ୍ତ, ଟୋଲାରାମ, ଅମୁଲ୍, ଆଦାନୀ, ଇୱାଇ, ଆସେନଚ୍ୟୁର, କଗ୍ନିଜାଣ୍ଟ, ଡେଲୟଟ୍ ଓ ଆମାଜନ ଆଦି କମ୍ପାନୀରେ ନିଯୁକ୍ତି ପାଇଛନ୍ତି । କୋଭିଡ୍ ଯୋଗୁଁ ବୈଶ୍ୱିକ ସ୍ତରରେ ଆର୍ଥିକ ମାନ୍ଦାବସ୍ଥା ଲାଗି ରହିଥିବା ବେଳେ ୨୦୨୧-୨୩ ଶିକ୍ଷା ବର୍ଷର ଏମବିଏ ଛାତ୍ରଛାତ୍ରୀଙ୍କୁ ଭଲ ପ୍ଲେସମେଣ୍ଟ ମିଳିଛି । ଯାହାକୁ ନେଇ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି ଆଇଆଇଏମ୍ ସମ୍ବଲପୁରର ନିର୍ଦ୍ଦେଶକ ଶ୍ରୀ ଜୟସ୍ୱାଲ ।

ପ୍ଲେସମେଣ୍ଟ କ୍ୟାମ୍ପରେ ୧୩୦ରୁ ନିଯୁକ୍ତିଦାତା ଭାଗ ନେଇଥିଲେ । ଗତ ୬ ବର୍ଷରେ ଆଇଆଇଏମ୍ ଛାତ୍ରଛାତ୍ରୀଙ୍କ ପ୍ଲେସମେଣ୍ଟ ବଢ଼ିବା ସହ ହାରାହାରି ଦରମା ମଧ୍ୟ ବୃଦ୍ଧି ପାଉଛି ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

Comments are closed.