Latest Odisha News

BREAKING NEWS

ଗତ ୬ ମାସରେ ଆଜି ସର୍ବାଧିକ କରୋନା ପଜିଟିଭ୍ ଚିହ୍ନଟ; ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଜରୁରୀ ବୈଠକ

ନୂଆଦିଲ୍ଲୀ: ଗତ ୬ ମାସ ଭିତରେ ଆଜି ଦେଶରେ ସର୍ବାଧିକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁସାରେ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩,୦୧୬ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏଥିସହିତ ୧୪ ଜଣଙ୍କ ଜୀବନ ନେଇଛି କରୋନା। ଯେଉଁଥିରେ ୮ ଜଣଙ୍କର ମୃତ୍ୟୁ କିଛିଦିନ ତଳେ କେରଳରେ ହୋଇଥିଲା। ପୁନଃ ଗଣନା ପରେ ମୃତ୍ୟୁ ସଂଖ୍ୟା ପ୍ରକାଶ ପାଇଛି।

ଗତ ବର୍ଷ ଅକ୍ଟୋବର ୨ ତାରିଖରେ ଭାରତରେ ସର୍ବାଧିକ ୩,୩୭୫ ରୋଗୀ ଚିହ୍ନଟ ହୋଇଥିଲେ। ଆଉ ଆଜି ବି ସଂକ୍ରମଣ ସଂଖ୍ୟା ୩ ହଜାର ଛୁଇଁଛି। ଗତ କିଛିଦିନ ହେଲା ଦେଶରେ ସଂକ୍ରମଣ ବଢ଼ି ଚାଲିଛି। ଯାହା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଚିନ୍ତାରେ ପକାଇଛି। ଏନେଇ ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସୌରଭ ଭରଦ୍ୱାଜ ଆଜି ଜରୁରୀ ବୈଠକ ଡାକି ଆଲୋଚନା କରିଛନ୍ତି।

ଗୁରୁବାର କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁସାରେ, ବର୍ତ୍ତମାନ ଦେଶରେ ୧୩,୫୦୯ କରୋନା ଆକ୍ଟିଭ୍ କେସ୍ ରହିଥିବା ବେଳେ ସାପ୍ତାହିକ ସଂକ୍ରମଣହାର ବଢ଼ି ୧.୭୧ରେ ହୋଇଛି। ବୁଧବାର ଭାରତରେ ୨୧୫୧ ପଜିଟିଭ୍ ଚିହ୍ନଟ ହୋଇଥିଲେ। ଆଉ ଆଜି  ୩,୦୧୬ ହୋଇଛନ୍ତି। ଏହାକୁ ହିସାବ କଲେ ଦୈନିକ ସଂକ୍ରମଣରେ ୪୦ ପ୍ରତିଶତ ବୃଦ୍ଧି ଦେଖିବାକୁ ମିଳିଛି। ସେହିଭଳି ୧୪ ଜଣଙ୍କର ମୃତ୍ୟୁକୁ ମିଶାଇଲେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୫,୩୦,୮୬୨ରେ ପହଞ୍ଚିଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରଣାଳୟ ୱେବ୍‌ସାଇଟ୍‌ରୁ ସୂଚନା ମିଳିଛି।

ମୋଟ ସୁସ୍ଥ ସଂଖ୍ୟା ଦେଶରେ ୪,୪୧,୬୮,୩୨୧ ହୋଇଥିବା ବେଳେ ମୃତ୍ୟୁ ହାର ୧.୧୯ ରହିଛି। ନୂଆ ମୃତକଙ୍କ ମଧ୍ୟରୁ ୩ ଟି ମହାରାଷ୍ଟ୍ରରେ ଓ ଦୁଇଟି ଦିଲ୍ଲୀରେ ହୋଇଥିବା ବେଳେ ଗୋଟିଏ ହିମାଚଳ ପ୍ରଦେଶରେ ହୋଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁସାରେ, ଦୈନିକ ପଜିଟିଭ ହାର ୨.୭୩ ପ୍ରତିଶତ ରହୁଥିବା ବେଳେ ଦେଶରେ ସୁସ୍ଥ ହାର ୯୮.୭୮ ପ୍ରତିଶତ ରହିଛି।  ସେହିପରି ଦେଶରେ ବର୍ତ୍ତମାନ ସୁଧା ୨୨୦,୬୫ କୋଟି ଡୋଡ୍ ଦିଆଯାଇ ସାରିଛି।

Comments are closed.