Latest Odisha News

BREAKING NEWS

ବଲାଙ୍ଗିର ଜାଲ୍ ସାର୍ଟିଫିକେଟ୍‌ ମାମଲା, କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ ରାଜ୍ୟ ସରକାର

ହୁ ଚର୍ଚ୍ଚିତ ବଲାଙ୍ଗିର ଜାଲ ସାର୍ଟିଫିକେଟ ଘଟଣାର ତଦନ୍ତ ଏବେ କ୍ରାଇମବ୍ରାଞ୍ଚ କରିବ । ରାଜ୍ୟ ସରକାର ଏହି ନିର୍ଦ୍ଦେଶ ଦେଇଥିବା ବେଳେ ଆଜି(ଶନିବାର) କ୍ରାଇମବ୍ରାଞ୍ଚର ଏକ ଟିମ୍ ବଲାଙ୍ଗିର ଗସ୍ତ କରିବ ବୋଲି ଜଣାପଡ଼ିଛି। କ୍ରାଇମବ୍ରାଞ୍ଚର ଏହି ୫ ଜଣିଆ ଦଳର ନେତୃତ୍ବ ଡିଏସପି ଡି.ବି ଚକ୍ରଙ୍କ ହାତରେ ଥିବାବେଳେ ବଲାଙ୍ଗିର ସମେତ ଅଧିକ ଛାନଭିନ କରିବାକୁ ଉତ୍ତରପ୍ରଦେଶ ମଧ୍ୟ ଯାଇପାରେ ତଦନ୍ତକାରୀ ଦଳ।

ସୂଚନାଯୋଗ୍ୟ, ଜାଲ୍ ସାର୍ଟିଫିକେଟ କରାବାରର ଚେର ବଲାଙ୍ଗିରରୁ ରାଜ୍ୟର ଏକାଧିକ ଜିଲ୍ଲାକୁ ଲମ୍ବିଛି। ଏହି ନକଲି ସାର୍ଟିଫିକେଟ ମାମଲାରେ ଏଯାବତ, ମାଷ୍ଟରମାଇଣ୍ଡ ମନୋଜ କୁମାର ମିଶ୍ରଙ୍କ ସମେତ ୧୯ ଜଣଙ୍କୁ ଗିରଫ କରି ସାରିଛି ବଲାଙ୍ଗିର ପୋଲିସ । ପୋଲିସର କହିବା ଅନୁସାରେ ଗୋଟିଏ ସାର୍ଟିଫିକେଟ୍ ପାଖାପାଖି ୫୦ ହଜାରରୁ ୫ ଲକ୍ଷ ପର୍ଯ୍ୟନ୍ତ ଟଙ୍କାରେ ବିକ୍ରି ହେଉଥିଲା । ବଲାଙ୍ଗିର ପୋଲିସ ତଦନ୍ତ ସମୟରେ ପ୍ରାୟ ୫ ହଜାର ଫେକ୍ ସାର୍ଟିଫିକେଟ୍ ସମେତ ବହୁ ସରକାରୀ କାର୍ଯ୍ୟାଳୟର ନକଲି ସିଲ୍ ଏବଂ ଷ୍ଟାମ୍ପ୍ ମଧ୍ୟ ଜବତ କରିଛି ।

ସେପଟେ ଏହି ନକଲି ପ୍ରମାଣପତ୍ର ଘଟଣାରେ ବିଜେଡି ନେତାଙ୍କ ସଂପୃକ୍ତି ଥିବା ନେଇ ବିଧାନସଭା ଭିତରେ ଓ ବାହାରେ ବିରୋଧୀ ବିଜେପି ଓ କଂଗ୍ରେସ, ଶାସକ ଦଳକୁ ଲଗାତାର ଆକ୍ରମଣ ଜାରି ରଖିଛନ୍ତି। ଜବାବରେ ଶୁକ୍ରବାର ବିଜେଡି ବିଧାୟକ ଭାଗିରଥୀ ସେଠୀ କହିଛନ୍ତି, ଜାଲ ସାର୍ଟିଫିକେଟ ରାକେଟ ପଛରେ ବିଜେଡିର ହାତ ନାହିଁ। ସବୁ ପ୍ରସଙ୍ଗରେ ବିଜେଡି ନେତାଙ୍କ ନାଁ ନେବା ବିରୋଧୀଙ୍କ ଅଭ୍ୟାସ ହୋଇଗଲାଣି ବୋଲି କହିଛନ୍ତି ଭାଗିରଥୀ। ତଦନ୍ତ ପରେ ସବୁକିଛି ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି।

Leave A Reply

Your email address will not be published.