Latest Odisha News

BREAKING NEWS

ସ୍କୁଲରେ ଛାତ୍ରୀଙ୍କୁ ମିଳିବ ସାନିଟାରୀ ପ୍ୟାଡ୍‌

ନୂଆଦିଲ୍ଲୀ : ସୁପ୍ରିମ୍‌ କୋର୍ଟଙ୍କ ବଡ଼ ରାୟ । ବିଦ୍ୟାଳୟରେ ପାଠ ପଢ଼ୁଥିବା ଛାତ୍ରୀଙ୍କ ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଜାରି କରିଛନ୍ତି। ଏଣିକି ପ୍ରାଥମିକ, ମାଧ୍ୟମିକ ଏବଂ ଉଚ୍ଚ ମାଧ୍ୟମିକ ଶ୍ରେଣୀର ଛାତ୍ରୀମାନଙ୍କୁ ଯୋଗାଇ ଦିଆଯିବ ମାଗଣା ସାନିଟାରୀ ପ୍ୟାଡ୍‌ । ଏନେଇ ଶିକ୍ଷାନୁଷ୍ଠାନଗୁଡ଼ିକୁ ଏକ ସ୍ୱତନ୍ତ୍ର ନିର୍ଦ୍ଦେଶ ଜାରି କରିଛନ୍ତି । ପ୍ରଧାନ ବିଚାରପତି ଡି.ଓ୍ଵାଇ ଚନ୍ଦ୍ରଚୂଡ଼, ଜଷ୍ଟିସ୍ ପିଏସ୍ ନରସିଂହ ଏବଂ ଜଷ୍ଟିସ୍ ଜେ.ବି ପାରଦୀୱାଲାଙ୍କ ବେଞ୍ଚ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି।

ସୁପ୍ରିମକୋର୍ଟ ସମସ୍ତ ରାଜ୍ୟର ବିଦ୍ୟାଳୟ ଏବଂ ଶିକ୍ଷାନୁଷ୍ଠାନଗୁଡ଼ିକୁ ଏକ ସ୍ୱତନ୍ତ୍ର ନିର୍ଦ୍ଦେଶ ଜାରି କରିଛନ୍ତି। ବିଦ୍ୟାଳୟରେ ପଢ଼ୁଥିବା ସମସ୍ତ ଛାତ୍ରୀଙ୍କୁ ମାଗଣାରେ ସାନିଟାରୀ ପ୍ୟାଡ୍ ଯୋଗାଇ ଦେବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ପ୍ୟାଡ୍ ଲାଗି ଭେଣ୍ଡିଂ ମେସିନ୍ ସ୍ଥାପନଠାରୁ ଆରମ୍ଭ କରି ପ୍ୟାଡ୍ ନିଷ୍କାସନ ବ୍ୟବସ୍ଥା କରିବାକୁ ପଡ଼ିବ। ଏଥିସହ ଛାତ୍ରୀମାନଙ୍କ ସୁରକ୍ଷା ତଥା ପରିଷ୍କାର ପରିଚ୍ଛନ୍ନତା ପାଇଁ ସମସ୍ତ ପ୍ରକାର ବନ୍ଦେବସ୍ତ କରିବାକୁ ରାଜ୍ୟ ସରକାରଙ୍କୁ କହିଛନ୍ତି । ସ୍ୱଚ୍ଛତା ସୁନିଶ୍ଚିତ କରିବା ପାଇଁ ଏସ୍‌ ଓ ପି ଏବଂ ନ୍ୟାସନାଲ୍ ମଡେଲ୍ ବିକଶିତ କରିବାକୁ ଆଦେଶ ଦେଇଛନ୍ତି ।

 

 

 

Comments are closed.