ସମ୍ବଲପୁର:ହନୁମାନ ଜୟନ୍ତୀ ରାଲିବେଳେ ସମ୍ବଲପୁର ସହରରେ ଦେଖା ଦେଇଥିବା ଅସନ୍ତୋଷ ନିଆଁ ଏବେ ବି ଥମିନି । ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସମ୍ବଲପୁରର ୬ଟି ଥାନା ଅଞ୍ଚଳରେ ୧୪୪ ଧାରା ଲାଗୁ କରାଯାଇଛି। ସହରରେ ପର୍ଯ୍ୟାପ୍ତ ପୋଲିସ ଫୋର୍ସ ମୁତୟନ କରାଯାଇଛି ।
ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ସହରରେ ଇଣ୍ଟରନେଟ ସେବା ବନ୍ଦ କରି ଦିଆଯାଇଛି । ଆଜି ଦିନ ୧୦ଟାରୁ ୪୮ ଘଣ୍ଟା ପର୍ଯ୍ୟନ୍ତ ଇଣ୍ଟରନେଟ ସେବା ବନ୍ଦ ରହିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି । ସେହିପରି ଫେସବୁକ, ଇନଷ୍ଟଗ୍ରାମ ଏବଂ ଟୁଇଟର ପୋଷ୍ଟ ଉପରେ ବି କଟକଣା ଜାରି କରାଯାଇଛି ।
ସୂଚନାଥାଉ କି, ବୁଧବାର ସମ୍ବଲପୁରରେ ହନୁମାନ ଜୟନ୍ତୀ ରାଲି ଚାଲିଥିବା ବେଳେ ହିଂସାକାଣ୍ଡ ଘଟିଥିଲା । ଦୁଇଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଲାଗିବା ପରେ ରାଲି ଉପରକୁ ଟେକାପଥର ମାଡ ହୋଇଥିଲା । ବାଇକ ରାଲି ଧନୁପାଲି ଥାନା ଛକରୁ ଯାଇ ମୋତିଝରଣ ଛକ ଅତିକ୍ରମ କରୁଥିବାବେଳେ ପଥର ମାଡ ହୋଇଥିଲା । ଉତ୍ତ୍ୟକ୍ତ ଲୋକେ ସ୍ଥାନୀୟ ଅଞ୍ଚଳରେ ଭଙ୍ଗାରୁଜା ବି କରିଥିଲେ ।
ଭିଡକୁ ନିୟନ୍ତ୍ରଣ କରିବାପାଇଁ ପୋଲିସକୁ ଲାଠିଚାର୍ଜ କରିବାକୁ ପଡିଥିଲା । ଫଳରେ ଉତ୍ତ୍ୟକ୍ତ ଲୋକ ଏବଂ ପୋଲିସ ମଧ୍ୟରେ ଜିଲ୍ଲାସ୍କୁଲ ଛକରେ ଧସ୍ତାଧସ୍ତି ହୋଇଥିଲା ।
ଗଣ୍ଡେଗାଳରେ ଧନୁପାଲି ଧାନା ଆଇଆଇସି ଅନିତା ପ୍ରଧାନଙ୍କ ସମେତ ୧୦ ଜଣ ପୋଲିସ କର୍ମଚାରୀ ଆହତ ହୋଇଥିଲେ । ଏହି ଘଟଣାରେ ପୋଲସ ୨୫ ଜଣଙ୍କୁ ଗିରଫ କରିଥିବାବେଳେ ଆଉ କିଛି ଲୋକଙ୍କୁ ଅଟକ ରଖିଛି ।
Comments are closed.