Latest Odisha News

BREAKING NEWS

ହୀରାକୁଦ ଡ୍ୟାମରୁ ପ୍ରଥମ ବନ୍ୟାଜଳ ନିଷ୍କାସିତ

ସମ୍ବଲପୁର: ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ବୁଧବାର ଦିନ ହୀରାକୁଦ ଜଳଭଣ୍ଡାରରୁ ନିଷ୍କାସିତ ହୋଇଥିବା ଡ୍ୟାମ୍ କର୍ତ୍ତୃପକ୍ଷ ସୂଚନା ପ୍ରଦାନ କରିଛନ୍ତି ।

ମିଳିଥିବା ସୂଚନାନୁଯାୟୀ ଆଜି ସକାଳ ୧୧ଟା ୨୪ମି.ରେ ପ୍ରଥମେ ୭ନଂ ଗେଟ୍ ଖୋଲାଯାଇଥିଲା ।

ଅପରପକ୍ଷରେ ଜଳ ଭଣ୍ଡାର ମଧ୍ୟକୁ ସେକେଣ୍ଡ ପିଛା ୧,୩୯,୦୭୮ କ୍ୟୁସେକ୍ ଜଳ ପ୍ରବେଶ କରୁଥିବାବେଳେ ପାଖାପାଖି ସେକେଣ୍ଡ ପିଛା ୧୫,୫୫୦ କ୍ୟୁସେକ୍ ଜଳ ନିଷ୍କାସିତ ହେଉଥିବା ନେଇ ଡ୍ୟାମ୍ କର୍ତ୍ତୃପକ୍ଷ ସୂଚନା ପ୍ରଦାନ କରିଛନ୍ତି ।

ଆହୁରି ମଧ୍ୟ ପ୍ରାୟ ଦ୍ୱିପ୍ରହର ୨ଟା ବେଳେ ଗେଟ୍ ବନ୍ଦ କରିଦିଆଯିବ ଏବଂ ମହାନଦୀର ତଳ ମୁଣ୍ଡରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତିରେ ସୁଧାର ଆସିବା ପରେ ଯାଇ ଅଧିକ ଗେଟ୍ ଖୋଲାଯିବ ବୋଲି ଜଣାପଡିଛି ।

Leave A Reply

Your email address will not be published.