Latest Odisha News

ସାମାନ୍ୟ କମିଲା ତାତି, ୪୨.୫ ଡିଗ୍ରୀ ସହ ବୌଦ୍ଧ ରାଜ୍ୟର ଉତ୍ତପ୍ତ ସହର

ଭୁବନେଶ୍ୱର: ଆଜି ରାଜ୍ୟରେ ତାତି ସାମାନ୍ୟ କମିଛି । ୨୨ ସହରରେ ପାରଦ ୪୦ ଡିଗ୍ରୀ ଉପରେ ରହିଥିବା ବେଳେ ବୌଦ୍ଧରେ ରାଜ୍ୟର ସର୍ବାଧିକ ଦିନ ତାପମାତ୍ରା ୪୨.୫ ଡିଗ୍ରୀ ରେକର୍ଡ କରାଯାଇଛି । ଗତକାଲି ତୁଳନାରେ ରାଜ୍ୟର ଅନେକ ସ୍ଥାନରେ ଆଜି ତାପମାତ୍ରା ହ୍ରାସ ପାଇଛି । ୧୯ ତାରିଖ ଯାଏ ଘଡ଼ଘଡ଼ି ବର୍ଷା ନେଇ ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

ଆଜି ଝାରସୁଗୁଡ଼ାର ସର୍ବୋଚ୍ଚ ଦିନ ତାପମାତ୍ରା ୪୨.୨ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ତାଳଚେରରେ ୪୨ ଡିଗ୍ରୀ, ଟିଟିଲାଗଡ଼ରେ ୪୧ ଡିଗ୍ରୀ, ବଲାଙ୍ଗିରରେ ୪୧.୭ ଡିଗ୍ରୀ, ରାଉରକେଲାରେ ୪୧.୬ ଡିଗ୍ରୀ, ଭବାନୀପାଟଣା ଓ କଟକରେ ୪୧.୨ ଡିଗ୍ରୀ, ଭୁବନେଶ୍ୱରରେ ୪୧.୭ ଡିଗ୍ରୀ, ଯାଜପୁରରେ ୪୧ ଡିଗ୍ରୀ ରହିଛି ।

ପାଣିପାଗ ବିଭାଗ ଘଡ଼ଘଡ଼ି ବର୍ଷା ନେଇ ୧୬ ତାରିଖରେ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ ଓ କେନ୍ଦୁଝର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ।

୧୯ ତାରିଖ ଯାଏ ଏଭଳି ଘଡ଼ଘଡ଼ି ବର୍ଷା ବିଭିନ୍ନ ଜିଲ୍ଲାରେ ହେବାକୁ ଥିବା ବେଳେ ୨୪ ଘଣ୍ଟାରେ ବିଭିନ୍ନ ସ୍ଥାନରେ ପାରଦ ସାମାନ୍ୟ ହ୍ରାସ ପାଇବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ତଥାପି ବିଭିନ୍ନ ସ୍ଥାନରେ ସର୍ବାଧିକ ଦିନ ତାପମାତ୍ରା ସ୍ୱାଭାବିକ ଠାରୁ ୩ରୁ ୫ ଡିଗ୍ରୀ ଅଧିକ ରହିବ ।

Comments are closed.