ଚେନ୍ନାଇ: ଭାରତର ଶ୍ରେଷ୍ଠ କଳାକାରଙ୍କ ମଧ୍ୟରେ ପରିଗଣିତ କମଳ ହାସନଙ୍କ ଇଣ୍ଡିଆନ ୨ ଫିଲ୍ମ ଉପରେ ଏବେ ସମସ୍ତଙ୍କ ନଜର ରହିଛି । ମଙ୍ଗଳବାର ଏହାର ଦ୍ୱିତୀୟ ପର୍ଯ୍ୟାୟ ଶୁଟିଂ ଶେଷ ହୋଇଛି । ନିର୍ଦ୍ଦେଶକ ଶଙ୍କର ଶୁଟିଂ ଶେଷ ହେବା ପରେ କମଳ ହାସନଙ୍କ ସହଯୋଗ ନେଇ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଗତ ବର୍ଷ କମଳ ହାସନଙ୍କ ବିକ୍ରମ ଫିଲ୍ମକୁ ଦର୍ଶକମାନେ ବେଶ ପସନ୍ଦ କରିଥିଲେ । ୧୯୯୬ରେ ଇଣ୍ଡିଆନ ଫିଲ୍ମ ବକ୍ସ ଅଫିସରେ ଭଲ ବ୍ୟବସାୟ କରିବା ସହ କମଳ ହାସନଙ୍କ ଅଭିନୟ ସମସ୍ତଙ୍କୁ ଚକିତ କରି ଦେଇଥିଲା । ଦୀର୍ଘ ଦିନ ପରେ ଏହାର ସିକ୍ୱେଲ ଘୋଷଣା କରାଯାଇଥିଲା । ସେବେଠାରୁ ଦର୍ଶକଙ୍କ ଏଥିପ୍ରତି ଉତ୍କଣ୍ଠା ରହିଛି । ନିର୍ଦ୍ଦେଶକ ଶଙ୍କର ଇଣ୍ଡିଆନ ୨କୁ ଆନ୍ତର୍ଜାତୀୟସ୍ତରରେ ନିର୍ମାଣ କରୁଛନ୍ତି ।
ବିଦେଶରେ ମଧ୍ୟ କମଳା ହାସନଙ୍କ ପ୍ରଶଂସକ ରହିଥିବାରୁ ସେ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି । ଫିଲ୍ମର ତୃତୀୟ ପର୍ଯ୍ୟାୟ ଶୁଟିଂ କେବେ ହେବ ସେ ନେଇ କୌଣସି ଘୋଷଣା କରାଯାଇ ନାହିଁ । କମଳ ହାସନଙ୍କ ବ୍ୟତୀତ କାଜଲ ଅଗ୍ରୱାଲ, ରକୁଲ ପ୍ରୀତ ସିଂ, ପ୍ରିୟା ଭବାନୀ ଶଙ୍କର ଓ ସିଦ୍ଧାର୍ଥଙ୍କ ପରି କଳାକାର ରହିଛନ୍ତି । ଶଙ୍କର ଏବେ ରାମଚରଣଙ୍କ ଗେମ ଚେଞ୍ଜର ଫିଲ୍ମର ଶୁଟିଂ ଆରମ୍ଭ କରିବେ ।
Comments are closed.