Latest Odisha News

BREAKING NEWS

ଟେଷ୍ଟ କ୍ରିକେଟରେ ଶ୍ରୀଲଙ୍କାର ବୃହତ ବିଜୟ

କଲମ୍ବୋ: ଆୟର୍ଲାଣ୍ଡକୁ ପ୍ରଥମ କ୍ରିକେଟ ଟେଷ୍ଟରେ ଶ୍ରୀଲଙ୍କା ଗୋଟିଏ ଇନିଂସ ଓ ୨୮୦ ରନରେ ପରାସ୍ତ କରିଛି । ଟେଷ୍ଟ କ୍ରିକେଟରେ ଶ୍ରୀଲଙ୍କାର ଏହା ବୃହତ ବିଜୟ । ଏହି ବିଜୟ ସହ ଶ୍ରୀଲଙ୍କା ୨ ମ୍ୟାଚ ବିଶିଷ୍ଟ ସିରିଜରେ ୧-୦ର ଅଗ୍ରଣୀ ହାସଲ କରିଛି । ପ୍ରଭାତ ଜୟସୂର୍ଯ୍ୟ ମ୍ୟାଚରେ ୧୦ ୱିକେଟ ହାସଲ କରି ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି । ଶ୍ରୀଲଙ୍କା ପ୍ରଥମ ଇନିଂସରେ ୬ ୱିକେଟ ବିନିମୟରେ ୫୯୧ ରନ ସଂଗ୍ରହ କରିଥିଲା । ଦିମୁଥ କରୁଣାରତ୍ନେ ୧୭୯, କୁଶଳ ମେଣ୍ଡିସ ୧୪୦, ସଦୀରା ସମରବିକ୍ରମ ୧୦୪ ଓ ଦୀନେଶ ଚଣ୍ଡିମାଲ ୧୦୨ ରନର ଇନିଂସ ଖେଳିଥିଲେ ।

ଜବାବରେ ଆୟର୍ଲାଣ୍ଡ ୧୪୩ ରନ କରି ଫଲୋଅନ ହୋଇଥିଲା । ଦ୍ୱିତୀୟ ଇନିଂସରେ ମଧ୍ୟ ଦଳ କିଛି ଖାସ କରି ନ ପାରି ୧୬୮ ରନରେ ଅଲଆଉଟ ହୋଇ ଯାଇଥିଲା । ଜୟସୂର୍ଯ୍ୟ ପ୍ରଥମ ଇନିଂସରେ ୭ ଏବଂ ଦ୍ୱିତୀୟ ଇନିଂସରେ ୩ ୱିକେଟ ହାସଲ କରିଥିଲେ । ସ୍ପିନର ରମେଶ ମେଣ୍ଡିସ ଶ୍ରୀଲଙ୍କା ପକ୍ଷରୁ କମ ମ୍ୟାଚରେ ୫୦ ୱିକେଟ ହାସଲ କରିଛନ୍ତି । ଏହି କୀର୍ତିମାନ ସେ ୧୧ ଟେଷ୍ଟରେ ରଚିଛନ୍ତି ।

Comments are closed.