Latest Odisha News

BREAKING NEWS

ଗ୍ରୀନଙ୍କ ବିସ୍ଫୋରକ ଅର୍ଦ୍ଧଶତକ: ହାଇଦ୍ରାବାଦ ସମ୍ମୁଖରେ ୧୯୩ ରନର ଲକ୍ଷ୍ୟ

ହାଇଦ୍ରାବାଦ: ଚଳିତ ଆଇପିଏଲରେ ମଙ୍ଗଳବାର ମୁମ୍ବାଇ ଇଣ୍ଡିଆନ୍ସ ୧୯୩ ରନର ବିଜୟ ଲକ୍ଷ୍ୟ ସନରାଇଜର୍ସ ହାଇଦ୍ରାବାଦ ସମ୍ମୁଖରେ ରଖିଛି । ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ୨୦ ଓଭରରେ ୫ ୱିକେଟ ହରାଇ ୧୯୨ ରନ କରିବାକୁ ସକ୍ଷମ ହୋଇଥିଲା । କାମେରୁନ ଗ୍ରୀନ ଦଳ ପକ୍ଷରୁ ସର୍ବାଧିକ ୬୪ ରନ(୪୦ ବଲ, ୬ ଚୌକା, ୨ଛକା) କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଈଶାନ କିଶାନ ୩୮, ତିଳକ ବର୍ମା ୩୭ ଓ ରୋହିତ ଶର୍ମା ୨୮ ରନର ଇନିଂସ ଖେଳିଥିଲେ । ସୂର୍ଯ୍ୟକୁମାର ଯାଦବ ପୁନର୍ବାର ବିଫଳ ହୋଇଛନ୍ତି । ସେ ମାତ୍ର ୭ ରନ କରିବାକୁ ସକ୍ଷମ ହୋଇଥିଲେ । ମାର୍କୋ ଜାନେସନ ହାଇଦ୍ରାବାଦ ପକ୍ଷରୁ ୨ଟି ୱିକେଟ ଅକ୍ତିଆର କରିଥିଲେ ।

ଟସ ଜିତି ହାଇଦ୍ରାବାଦ ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଥିଲା । ଉଭୟ ମୁମ୍ବାଇ ଓ ହାଇଦ୍ରାବାଦ ୪ଟି ମ୍ୟାଚରୁ ୪ ପଂଏଟ ହାସଲ କରିଛି । ଉଭୟଙ୍କ ପାଇଁ ଏହି ମ୍ୟାଚରେ ବିଜୟ ଜରୁରୀ ହୋଇପଡିଛି ।

Comments are closed.