ଜଗତସିଂହପୁର: ଜଗତସିଂହପୁରରେ ତହସିଲରଦାରଙ୍କ ଗାଡି ଦୁର୍ଘଟଣା । ଡ୍ରାଇଭରଙ୍କ ସମେତ ୩ ଜଣ ଆହତ ହୋଇଛନ୍ତି । ୨ ଜଣଙ୍କ ଅବସ୍ଥା ଗୁରୁତର ଅଛି । ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ କଟକ ବଡ ଡାକ୍ତରଖାନା ପଠାଇ ଦିଆଯାଇଛି ।
ମିଳିଥିବା ଖବର ଅନୁଯାୟୀ, ଅତିରିକ୍ତ ତହସିଲଦାର ଏବଂ ମୁଖ୍ୟ କିରାଣି ଗାଡିରେ ଜଗତସିଂହପୁର ଏକ ମିଟିଂରେ ଯୋଗ ଦେବାକୁ ଯାଇଥିଲେ । ମିଟିଂ ସାରି କୁଜଙ୍ଗ ଫେରୁଥିବାବେଳେ ଷଣ୍ଢକୁଦ ନିକଟରେ ଦୁର୍ଘଟଣା ଘଟିଥିଲା । ଗାଡିଟି ରାସ୍ତା ତଳକୁ ଖସିଯାଇ ଏକ ଗଛରେ ପିଟି ହୋଇ ଯାଇଥିଲା । ଫଳରେ ଅତିରିକ୍ତ ତହସିଲଦାର, ମୁଖ୍ୟ କିରାଣି ଓ ଡ୍ରାଇଭର ଗାଡ଼ି ଭିତରେ ଚାପି ହୋଇ ରହିଯାଇଥିଲେ।
ଦୁର୍ଘଟଣାରେ ଅତିରିକ୍ତ ତହସିଲଦାର ବାଇଧର ପ୍ରଧାନ ଏବଂ ମୁଖ୍ୟ କିରାଣୀ ଲାଲା ଅମରେନ୍ଦ୍ର ରାଏ ଗୁରୁତର ହୋଇଛନ୍ତି । ସ୍ଥାନୀୟ ଲୋକଙ୍କ ସହାୟତାରେ ସେମାନଙ୍କୁ ଉଦ୍ଧାର କରାଯାଇଥିଲା । ସେମାନଙ୍କୁ ପ୍ରଥମେ କୁଜଙ୍ଗ ଡାକ୍ତରଖାନା ନିଆ ଯାଇଥିଲ । ହେଲେ ପରେ କଟକ ପଠାଇ ଦିଆଯାଇଛି । ଦୁର୍ଘଟଣାରେ ଗାଡି ଡ୍ରାଇଭର ମଧ୍ୟ ଅହତ ହୋଇଛନ୍ତି । ତେବେ ଗାଡିରେ ତହସିଲଦାର ନ ଥିବା ଜଣାଯାଇଛି ।
Comments are closed.