ଦିଶପୁର: ଭାରତୀୟ ଜାତୀୟ କଂଗ୍ରେସ ଅଧ୍ୟକ୍ଷ ଶ୍ରୀନିବାସ ବିଭିଙ୍କ ବିରୋଧରେ ସଂଗୀନ ଦଫାରେ ମାମଲା ରୁଜୁ କଲା ପୁଲିସ। ଯାଞ୍ଚ ପାଇଁ କର୍ଣ୍ଣାଟକ ବି ଗଲା। ଶ୍ରୀନିବାସଙ୍କ ବିରୋଧରେ ଉତ୍ପୀଡ଼ନ ଅଭିଯୋଗ ଆଣି ଦଳରୁ ବହିଷ୍କାର ହୋଇଥିବା ଅଙ୍ଗକିତାଙ୍କ ଅଭିଯୋଗରେ ମାମଲା ରୁଜୁ କରିଛି ଆସାମ ଦିଶପୁର ପୁଲିସ। ମାମଲାର ତଦନ୍ତ ପାଇଁ ପୁଲିସର ଏକ ଟିମ୍ କର୍ଣ୍ଣାଟକ ଯାଇଛି। ଏହି ମାମଲାରେ ପୁଲିସ ଦିଲ୍ଲୀ ଓ ରାୟପୁରକୁ ବି ଯାଇ ତଦନ୍ତ କରିବ। ଏହି ମାମଲାରେ ଜାତୀୟ ମହିଳା କମିଶନ ମଧ୍ୟ ଆସାମ ପୁଲିସକୁ ଚିଠି ପଠାଇଥିବା ସୂଚନା ମିଳିଛି।
ପୁଲିସ ସୂଚନା ଅନୁସାରେ, ଅଙ୍ଗକିତାଙ୍କ ଅଭିଯୋଗ ପରେ, ଦିଶପୁର ପୁଲିସ ଶ୍ରୀନିବାସଙ୍କ ବିରୋଧରେ ଆଇପିସି ଧାରା ୫୦୯, ୨୯୪,୩୪୧,୩୫୨,୩୫୪/୩୫୪ଏ(ଆଇଭି),୫୦୬ ଓ ଆଇଟି ଆକ୍ଟର ୬୭ ମାମଲା ରୁଜୁ କରିଛି।
ତେବେ ଏହା ପୂର୍ବରୁ ଗତକାଲି ଅଙ୍ଗକିତାଙ୍କୁ ୬ ବର୍ଷ ପାଇଁ ବହିଷ୍କାର କରିଛି କଂଗ୍ରେସ।। ଅଙ୍ଗକିତା ଦଳ ବିରୋଧୀ କାର୍ଯ୍ୟ କରୁଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି।
ସୂଚନା ଥାଉକି ଅଙ୍ଗକିତା ଭାରତୀୟ ଜାତୀୟ କଂଗ୍ରେସ ଅଧ୍ୟକ୍ଷ ଶ୍ରୀନିବାସ ବିଭିଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଥିଲେ। ଏହାପରେ ଦଳରେ ଫାଟ ସୃଷ୍ଟି ହୋଇଥିଲା। ଅଙ୍ଗକିତା ବିଜେପିରେ ମିଶିବାକୁ ଯୋଜନା କରି ମୋତେ ମିଛଟାରେ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି ବୋଲି ଶ୍ରୀନିବାସ ପାଲଟା ଅଭିଯୋଗ କରିଥିଲେ।
ଅଙ୍ଗକିତାଙ୍କ ଅଭିଯୋଗ ଅନୁସାରେ, ଶ୍ରୀନିବାସ ଏକ ଅଧିବେଶନରେ ତାଙ୍କୁ କହିଥିଲେ ଯେ ଏ ଝିଅ ତୁମେ କଣ ମଦ ପିଇ ମେସେଜ୍ କରୁଛ। ତୁମେ ଭୋଡକା ପିଉଛ ନା ଟକିଲା ପିଉଛ। କେବଳ ସେତିକି ନୁହେଁ, ଶ୍ରୀନିବାସଙ୍କ ବିରୋଧରେ ଉତ୍ପୀଡ଼ନ ଅଭିଯୋଗ ବି ଆଣିଥିଲେ ଅଙ୍ଗକିତା। ଏନେଇ ସେ ଶ୍ରୀନିବାସଙ୍କ ବିରୋଧରେ ଦିଶପୁର ଥାନାରେ ଅଭିଯୋଗ କରିଥିଲେ।
ଅଙ୍ଗକିତା ଗତ ୬ ମାସ ହେଲା ଲିଙ୍ଗଗତ ଆଧାରରେ ଆଶାଳୀନ ତାତ୍ସଲ୍ୟ ସହୁଥିଲେ ବୋଲି ସେ ତାଙ୍କ ଅଭିଯୋଗରେ ଦର୍ଶାଇଥିଲେ। ବରିଷ୍ଠ ନେତାଙ୍କୁ ଅଭିଯୋଗ କରିବାକୁ କହିଲେ ପରିଣାମ ଭୋଗିବ ବୋଲି ଶ୍ରୀନିବାସ ତାଙ୍କୁ ଧମକାଉଥିବା ଅଙ୍ଗକିତା ଥାନାରେ ଜଣାଇଥିଲେ।
ଅନ୍ୟପଟେ ଶ୍ରୀନିବାସ ମଧ୍ୟ ଅଙ୍ଗକିତାଙ୍କ ବିରୋଧରେ ଆଇନଗତ ନୋଟିସ୍ ଜାରି କରିଛନ୍ତି। ବିନା କାରଣରେ ତାଙ୍କୁ ଅପମାନିତ କରିବାକୁ ଚେଷ୍ଟା କରାଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି। ପ୍ରଥମେ ପୁଲିସ ଏହି ମାମଲାର ନିରବ ରହିଥିଲା. ହେଲେ ଗତାଲି ଅଙ୍ଗକିତ ଦଳରୁ ବହିଷ୍କାର ହେବା ପରେ ତତ୍ପର ହୋଇଛି ଆସାମ ପୁଲିସ। ମାମଲାର ଯାଞ୍ଚ ପାଇଁ କର୍ଣ୍ଣାଟକ ଯାଇଛି।
Comments are closed.