ଚୀନ୍: ସାଧାରଣତଃ ଯେତେବେଳେ ଜଣେ ମହିଳା ମାଆ ହୁଅନ୍ତି ସେତେବେଳେ ଡ଼ାକ୍ତର ମାଆ ଓ ଶିଶୁକୁ କିଛି ମାସ ବିଶ୍ରାମ ନେବା ପାଇଁ ପରାମର୍ଶ ଦେଇଥାନ୍ତି । କର୍ମଜୀବୀ ମହିଳାମାନେ ୩ ମାସ କିମ୍ବା ୬ମାସ ପରେ ଶିଶୁକୁ ଛାଡ଼ି କର୍ମକ୍ଷେତ୍ରକୁ ଯିବା ପାଇଁ ବାଧ୍ୟ ହୁଅନ୍ତି । କିନ୍ତୁ ଜଣେ ମହିଳା ୬ ମାସର ଶିଶୁକୁ ଧରି ମାରାଥନ୍ରେ ସାମିଲ ହୋଇ ସମସ୍ତଙ୍କୁ ଚକିତ କରିଛନ୍ତି ।
ଚୀନ୍ର ହୁବେଇ ସହରରେ ଏକ ମାରାଥନ ଆୟୋଜିତ ହୋଇଥିଲା । ଏଥିରେ ବହୁ ପ୍ରତିଯୋଗୀ ସାମିଲ ହୋଇଥିଲେ । ଏଥିରେ ୩୫ ବର୍ଷିୀୟା ଲିୟୁ ନାମକ ଜଣେ ମହିଳା ବି ସାମିଲ ହୋଇଥିଲେ । ତାହାପୁଣି ନିଜ ୬ ମାସର ଶିଶୁ ପୁତ୍ର ସହିତ । ଲିୟୁ ନିଜ ଶିଶୁକୁ ଷ୍ଟ୍ରୋଲର୍ରେ ଧରି ଅନ୍ୟ ପ୍ରତିଯୋଗୀଙ୍କ ସହ ଦୌଡ଼ିଥିଲେ । ତାଙ୍କୁ ବାଟରେ ଦୁଇଥର ଅଟକି ନିଜ ପୁଅକୁ ଖାଇବାକୁ ଦେଇଥିଲେ । ଏଥିରେ ଆୟୋଜକମାନେ ମଧ୍ୟ ପୁରା ସହଯୋଗ କରିଥିଲେ । ସେ ନିର୍ଦ୍ଧାରିତ ସମୟରଠାରୁ ଅଧଘଣ୍ଟା ବିଳମ୍ବରେ ପହଞ୍ôଚଥିଲେ । ଯେତେବେଳେ ଲିୟୁ ୧୩ କିମି ଅତିକ୍ରମ କଲେ ସେତେବେଳେ ଲାକମାନେ ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ । ଏନେଇ ଲିୟୁ କହିଛନ୍ତି ଯେ, ମୋର ଫିଟନେସ୍ ଏବଂ କ୍ରୀଡା ପ୍ରତି ବହୁତ ଆଗ୍ରହ । କିନ୍ତୁ ଦୌଡ଼ ପ୍ରତିଯୋଗିତାରେ ପୁଅ ସହିତ ପ୍ରଥମ ଥର ପାଇଁ ଭାଗ ନେଇଛି । ମୁଁ ପ୍ରତ୍ୟେକ ଦିନ ନିଜ ପୁଅକୁ ଷ୍ଟ୍ରୋଲରରେ ଜିମ୍ ଏବଂ ଚାଲିବା ବେଳେ ନେଇଥାଏ, ତେଣୁ ଏଥିରେ ମୁଁ ପୁରା ଅଭ୍ୟସ୍ତ ଅଛି । ମୁଁ ମୋ ପୁଅ ସହ ମାରାଥନରେ ଦୌଡ଼ୁଥିବା ଦେଖି ସେଠାରେ କିଛି ଲୋକ ମୋତେ ଥଟ୍ଟା ପରିହାସ କରିବାକୁ ବି ପଛାଇ ନ ଥିଲେ । ହେଲେ ସେମାନଙ୍କ କଥାକୁ ମୁୁଁ ଖାତିର ନ କରି ଆଗକୁ ବଢିଥିଲି ବୋଲି ସେ କହିଛନ୍ତି ।
ଏହି ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଛି । ମହିଳାଙ୍କ ଏପରି କାର୍ଯ୍ୟକୁ ଅନେକ ବହୁତ ପ୍ରଶଂସା କରିବା ସହ ସୁପରମମ ବୋଲି ସମ୍ବୋଦନ କରିଛନ୍ତ ।
Comments are closed.