Latest Odisha News

BREAKING NEWS

ରାହୁଲଙ୍କୁ ମାନହାନି ଅଡୁଆ !

ଭୁବନେଶ୍ୱର: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଚାରିଆଡୁ ବିପଦ। ବିଭିନ୍ନ ରାଜ୍ୟର କୋର୍ଟରେ ରାହୁଲଙ୍କ ବିରୋଧରେ ମାନହାନୀ ମାମଲା ଥିବାରୁ ବିଭିନ୍ନ ତାରିଖରେ ସେସବୁର ଶୁଣାଣି ରହୁଛି।

ଗୋଟିଏ ପଟେ ସୁରଟ ସେସନ୍ସ କୋର୍ଟ ରାହୁଲଙ୍କ ଆବେଦନ ଖାରଜ କରିବା ପରେ ଦଣ୍ଡାଦେଶ କାୟମ ରହିଛି। ଏଭଳି ସ୍ଥିତିରେ ରାହୁଲଙ୍କ ସଦସ୍ୟ ପଦ ରଦ୍ଦ ହେବା ସହ ତାଙ୍କୁ ନିଜ ସରକାରୀ ବାସଭବନରୁ ବିଦା ହେବାକୁ ପଡିଛି।

ଏଭଳି ସ୍ଥିତିରେ ସେହି ସମାନ ମୋଦି ସାଙ୍ଗିଆ ପ୍ରସଙ୍ଗରେ ପାଟନା କୋର୍ଟରେ ମାମଲା ହୋଇଥିଲା। କିନ୍ତୁ ଏ ପ୍ରସଙ୍ଗରେ ରାହୁଲଙ୍କୁ ଆଶ୍ବସ୍ତି ମିଳିଛି। ମୋଦି ସାଙ୍ଗିଆ ମାମଲାରେ ପାଟନା ହାଇକୋର୍ଟରୁ ରାହୁଲଙ୍କୁ ଅନ୍ତରୀଣ ଆଶ୍ବସ୍ତି ମିଳିଛି। ରାହୁଲଙ୍କୁ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଥିବା ବେଳେ ମାମଲାର ପ୍ରୋସିଡିଂ ଉପରେ କୋର୍ଟ ସ୍ଥଗିତାଦେଶ ଦେଇଛନ୍ତି । ଆସନ୍ତା ୧୬ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

ମୋଦି ସାଙ୍ଗିଆ ମାମଲା ନେଇ ବିଜେପି ନେତା ସୁଶୀଲ କୁମାର ମୋଦି ମାମଲା ରୁଜୁ କରିଥିଲେ। କେବଳ ସେତିକି ନୁହେଁ ହରିଦ୍ୱାର କୋର୍ଟରେ ମଧ୍ୟ ରାହୁଲଙ୍କ ବିରୋଧରେ ମାମଲା ହୋଇଥିବା ବେଳେ ସଭରକରଙ୍କ ନାତି ମଧ୍ୟ ମାନହାନୀ ମକଦମା କରିଛନ୍ତି।

ଏପରିକି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱାଶର୍ମା ମଧ୍ୟ ରାହୁଲଙ୍କୁ କୋର୍ଟରେ ଦେଖା ହେବ ବୋଲି କହିଛନ୍ତି। ତେଣୁ ଚାରିଆଡୁ ରାହୁଲଙ୍କୁ ସମସ୍ତେ ଘେରି ରହିଥିବା ଦେଖାଯାଉଛି।

କିନ୍ତୁ ଏ ସବୁ ରାଜନୈତିକ ଟିକାଟିପ୍ପଣୀକୁ ନେଇ ବିଜେପି ଉଦେଶ୍ୟମୂଳକ ଭାବେ ରାହୁଲଙ୍କୁ ଘେରୁଥିବା କଂଗ୍ରେସ ଅଭିଯୋଗ କରୁଛି। ଏପରିକି ବିରୋଧୀଙ୍କ ସ୍ୱରକୁ ଚାପିଦେବା ପାଇଁ ଏହା ଉଦ୍ୟମ ବୋଲି କୁହାଯାଉଛି।

ତେଣୁ ରାହୁଲଙ୍କ ବିରୋଧରେ ଏ ସବୁ ଆଇନଗତ ପଦକ୍ଷେପ ତାଙ୍କ ଅଡୁଆ ବଢ଼ାଉଥିଲେ ମଧ୍ୟ ରାଜନୈତିକ କ୍ଷେତ୍ରରେ ତାଙ୍କୁ ବହୁ ଲାଭ ଦେଇଥିବା କୁହାଯାଉଛି। ରାହୁଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସବୁ ବିରୋଧୀଙ୍କୁ ଗୋଟିଏ ମଞ୍ଚକୁ ଆଣିଥିବା ବେଳେ ରାହୁଲ ଓ କଂଗ୍ରେସକୁ ବହୁ ଲାଭ ଦେଇଥିବା ଆଲୋଚନା ହେଉଛି।

କର୍ଣ୍ଣାଟକରେ ନିର୍ବାଚନ ଚାଲୁଥିବା ବେଳେ ଆଗକୁ ବିଭିନ୍ନ ରାଜ୍ୟର ନିର୍ବାଚନ ଅଛି। ତେଣୁ ଏସବୁର ପରିଣାମ ନିର୍ବାଚନ ରାଜନୀତିରେ କେତେ ପ୍ରତିଫଳିତ ହେବ ତା ଉପରେ ନଜର।

Comments are closed.