Latest Odisha News

BREAKING NEWS

ବନ୍ଧୁକ ମୁନରେ ବ୍ୟାଙ୍କ ପୋଛିନେଲେ ଡକାୟତ

ବାଲେଶ୍ୱର: ବ୍ୟାଙ୍କ ଲୁଟି ନେଲେ ଲୁଟେରା ।  ବନ୍ଧୁକ ମୁନରେ ପୋଛି ନେଇଗଲେ ବ୍ୟାଙ୍କର ଟଙ୍କାସୁନା । ଏମିତି ବଡ ଧରଣର ବ୍ୟାଙ୍କ ଲୁଟ ଆଜି ବାଲେଶ୍ୱର ଜିଲ୍ଲା ଚନ୍ଦନେଶ୍ୱର ସ୍ଥିତ ୟୁନିୟନ ବ୍ୟାଙ୍କରେ ହୋଇଛି  । ଲୁଟେରାମାନେ ଟଙ୍କା ସୁନା ଲୁଟି ପଶ୍ଚିମବଙ୍ଗ ପଳାଇଥିବା ସୂଚନା ମିଳିଛି ।

ମିଳିଥିବା ଖବର ଅନୁଯାୟୀ,ଆଜି ପୂର୍ବାହ୍ନରେ ଚନ୍ଦେନଶ୍ୱର ୟୁନିୟନ ବ୍ୟାଙ୍କରେ ବଡ ଧରଣର ଏକ ଲୁଟପାଟ ହୋଇଯାଇଛି । ୭ରୁ ୮ ଜଣ ଡକାୟତ ମାରଣାସ୍ତ୍ର ଧରି ବ୍ୟାଙ୍କକୁ ଆସିଥିଲେ । ସେମାନେ ବନ୍ଧୁକ ମୁନରେ  ବ୍ୟାଙ୍କ କର୍ମଚାରୀଙ୍କୁ ଭୟଭୀତ କରାଇ ଗୋଟିଏ ଘରେ ତାଲା ପକାଇ ରଖି ଦେଇଥିଲେ । ପରେ ବ୍ୟାଙ୍କକୁ ଲୁଟି ନେଇଥିଲେ ।

ଦୁର୍ବୃତ୍ତମାନେ ବ୍ୟାଙ୍କରେ ଥିବା ସବୁ ସୁନା ଲୁଟି ନେଇଛନ୍ତି । ଏଥିସହିତ ୩୦ରୁ ୪୦ ଲକ୍ଷ ଟଙ୍କା ମଧ୍ୟ ନେଇ ପଳାଇଥିଲେ ।ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ଘରେ ବନ୍ଦ ଥିବା ବ୍ୟାଙ୍କ କର୍ମଚାରୀଙ୍କୁ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଚଳାଇଛି ।

Comments are closed.