Latest Odisha News

BREAKING NEWS

ମୋଦି ସରନେମ ବିବାଦ: ଆଜି ରାହୁଲଙ୍କ ଆବେଦନ ଉପରେ ଶୁଣାଣି କରିବେ ହାଇକୋର୍ଟ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧି ମୋଦି ସରନେମକୁ ନେଇ ଫସିଥିବାବେଳେ ସୁରଟ ସେସନ କୋର୍ଟ ରାୟକୁ ଗୁଜରାଟ ହାଇକୋର୍ଟରେ ଚାଲେଞ୍ଜ କରିଥିଲେ । ଏ ମାମଲାର ଆଜି ହାଇକୋର୍ଟ ଶୁଣାଣି କରିବେ ।

ମୋଦି ସରନେମ ଟିପ୍ପଣୀକୁ ନେଇ ସୁରଟର ଏକ କୋର୍ଟ ରାହୁଲଙ୍କୁ ଦୋଷୀ ସାବ୍ୟସ୍ତ କରିବା ପରେ ଏହା ଉପରେ ରୋକ ଲଗାଇବା ନେଇ ରାହୁଲ ସୁରଟ ସେସନ କୋର୍ଟରେ ଆବେଦନ କରିଥିଲେ । ହେଲେ ସେସନ କୋର୍ଟ ଏହା ଉପରେ ରୋକ ଲଗାଇବାକୁ ନେଇ ମନା କରିଦେଇଥିଲେ । ରାହୁଲ ଗାନ୍ଧି ସେସନ କୋର୍ଟଙ୍କ ଏହି ରାୟକୁ ହାଇକୋର୍ଟରେ ଚାଲେଞ୍ଜ କରିଥିଲେ। ଏହି ଆବେଦନ ଉପରେ ହାଇକୋର୍ଟର ନୂଆ ବିଚାରପତି ନ୍ୟାୟମୂ୍ର୍ତ୍ତି ହେମନ୍ତ ପି. ଆଜି ଶୁଣାଣି କରିବେ ।

୨୦୧୯ରେ ଲୋକସଭା ନିର୍ବାଚନ ସମୟରେ ରାହୁଲ ଗାନ୍ଧୀ ମୋଦୀ ଉପନାମ ବା ସରନେମ୍ ସମ୍ପର୍କରେ ଏକ ରାଲିରେ ଭାଷଣ ଦେଇଥିଲେ। ଏହି ସମୟ ମଧ୍ୟରେ ରାହୁଲ ଗାନ୍ଧୀ କହିଥିଲେ, ‘ସମସ୍ତ ମୋଦୀ ଚୋର କାହିଁକି?’। ଏହାପରେ ଗୁଜରାଟର ଜଣେ ବିଜେପି ବିଧାୟକ ଏହି ବିବୃତ୍ତିରେ ରାହୁଲଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର କରିଥିଲେ।

ଗୁଜୁରାଟ ସୁରଟର ମାଜିଷ୍ଟ୍ରେଟ୍ କୋର୍ଟ ଏହି ମାମଲାରେ ରାହୁଲ ଗାନ୍ଧୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। କୋର୍ଟ ରାହୁଲଙ୍କୁ ଦୁଇ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ନିୟମ ଅନୁଯାୟୀ ସେ ୨ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ ହୋଇଥିବାରୁ ସେ ତାଙ୍କ ପଦ ହରାଇଛନ୍ତି। ଏହା ପରେ ରାହୁଲ ଗାନ୍ଧୀ ସୁରଟର ଉପର କୋର୍ଟ ବା ସେସନ କୋର୍ଟ ଯାଇଥିଲେ। ଯେଉଁଠାରେ ତାଙ୍କୁ ଆଶ୍ୱସ୍ତି ମିଳିନାହିଁ। ଏହାପରେ ରାହୁଲ ଗାନ୍ଧୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।

ଦଣ୍ଡ ପାଇବା ପରେ ୨୪ ଘଣ୍ଟା ମଧ୍ୟରେ ରାହୁଲଙ୍କୁ ସଂସଦୀୟ ସଚିବାଳୟରୁ ଏକ ନୋଟିସ ପଠାଯାଇଥିଲା ଯେଉଁଥିରେ ଲୋକସଭାର ସଦସ୍ୟତା ବାତିଲ କରାଯାଇଥିଲା। ଏହା ପରେ ୨୦୦୫ରୁ ରାହୁଲ ରହି ଆସୁଥିବା ୧୨ ତୁଗଲକ ଲେନରେ ଥିବା ସରକାରୀ ବାସଭବନ ବି ଛାଡି ଦେଇଛନ୍ତି ।

Comments are closed.