Latest Odisha News

BREAKING NEWS

ରାଜସ୍ୱ ନୀରିକ୍ଷକ ପିଅନ ହତ୍ୟା ମାମଲା: ମା’ ଓ ୩ ପୁଅଙ୍କୁ ଆଜୀବନ ଜେଲ

ଧର୍ମଗଡ:ଏକ ହତ୍ୟା ମାମଲାର ବିଚାର କରି ଧର୍ମଗଡ ଅତିରିକ୍ତ ଜିଲ୍ଳା ଦୌରାଜଜ୍  ମା’ ଓ ୩ ପୁଅଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ଦେଇଛନ୍ତି । ଅଭିଯୁକ୍ତମାନେ ହେଲେ,  ହତ୍ୟାକାରୀ ମା କୁଚିତା ଦଣ୍ଡସେନା, ପୁଅ ରାଧୁ ଦଣ୍ଡସେନା, ପିତୁ ଦଣ୍ଡସେନା ଓ ଯଦୁ ଦଣ୍ଡସେନା । ଏଥସହିତ ଏମାନଙ୍କୁ ୫୦ହଜାର ଟଙ୍କା ଜରିମାନା ମଧ୍ୟ କରିଛନ୍ତି କୋର୍ଟ ।

ଉଭୟେ ମା’ ଓ ପୁଅ ୪ ଜଣ ମିଶି ୨୦୧୮ ମସିହାରେ ଛାୟାକାନ୍ତ ଦଣ୍ଡସେନା ନାମକ ଜଣେ ବ୍ୟକ୍ତିଙ୍କୁ ଗୋଡାଇ ଗୋଡାଇ ପିଟି ହତ୍ୟା କରିଥିଲେ । ନିହତ ଛାୟାକାନ୍ତ ଛାୟାକାନ୍ତ ସ୍ଥାନୀୟ ଅଟିଗାଁ ଆରଆଇ ଅଫିସରେ ଠିକା ପିଅନ ଭାବେ କାର୍ଯ୍ୟ କରୁଥିଲେ । ଏକ ସରକାରୀ ଜାଗାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା ।

୨୦୧୮ ଜୁନ ତାରିଖରେ ଜୁନାଗଡ଼ ବ୍ଳକ ଆଟିଗାଁ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ନିକଟରେ ଥିବା ସରକାରୀ ଜମିକୁ ଅକ୍ତିଆର ସେହି ଗ୍ରାମର ରାଧୁ ,ପିତ, ଯଦୁ ଏବଂ ତାଙ୍କ ମା କୁଚିତା ଘର କରିବାକୁ ନିଅଁ ଖୋଳୁଥିଲେ। ସମୟ  ସକାଳ ୮ଟା ହେବ । ସରକାରୀ ଜମିରେ କାହିଁକି ନିଅଁ ଖୋଳୁଛ ବୋଲି ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ଅସ୍ଥାୟୀ ପିଅନ ଭାବେ କାମ କରୁଥିବା ଛାୟାକାନ୍ତ ତାଙ୍କୁ ପଚାରିଥିଲେ । ଏହାକୁ ନେଇ ବଚସା ଆରମ୍ଭ ହୋଇଥିଲା । କାମ ବନ୍ଦ କରିବା ପାଇଁ ଛାୟାକାନ୍ତ କହିବାରୁ ରାଗି ଯାଇଥିଲେ ମା’ ଓ ତିନି ପୁଅ ।

ଏହାପରେ ଏକ ଟାଙ୍ଗିଆରେ ଛାୟାକାନ୍ତଙ୍କୁ ମା’ ଓ ପୁଅ ମିଶି ଆକ୍ରମଣ କରିଥିଲେ । ମୁମୂର୍ଷୁ ଅବସ୍ଥାରେ ଛାୟାକାନ୍ତଙ୍କୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଜୁନାଗଡ଼ ପୁଲିସ ଏନେଇ ଏକ ହତ୍ୟା ମାମଲା ରୁଜୁ କରିଥିଲା। ଶନିବାର ମାମଲାର ବିଚାର କରି  ଧର୍ମଗଡ଼ ଅତିରିକ୍ତ ଜିଲ୍ଲା ଦୌରାଜଜ ବନ୍ଦନା କର କୁଚିତା ଦଣ୍ଡସେନା ଓ ତାଙ୍କ ତିନି ପୁଅ ରାଧୁ, ପିତ ଏବଂ ରାଜୁଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି। ଏଥସହିତ ୫୦ହଜାର  ଜରିମାନା   ଅନାଦେୟ ଅଧିକ ବର୍ଷେ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି। ସରକାରଙ୍କ ତରଫରୁ ମାମଲାକୁ ସରକାରୀ ଓକିଲ ପୂର୍ଣ୍ଣଚନ୍ଦ୍ର ନାଗ ପରିଚାଳନା କରୁଥିଲେ।

Comments are closed.