ମୁମ୍ବାଇ: ବଲିଉଡର ଲୋକପ୍ରିୟ କଳାକାର ଅର୍ଜୁନ ରାମପାଲ ୪ର୍ଥ ଥର ପାଇଁ ବାପା ହେବାକୁ ଯାଉଛନ୍ତି । ସେ ସୋସିଆଲ ମିଡିଆରେ ଗର୍ଲଫ୍ରେଣ୍ଡ ଗାବ୍ରିଏଲ ଡେମେଟ୍ରିଡସଙ୍କ ବେବି ବମ୍ପ ସହ ଫଟୋ ମଧ୍ୟ ଶେୟାର କରିଛନ୍ତି । ପୂର୍ବରୁ ଏହି ଦମ୍ପତିଙ୍କ ଆରିକ ନାମକ ଏକ ପୁତ୍ର ସନ୍ତାନ ମଧ୍ୟ ଅଛି । ୧୯୯୮ରେ ଅର୍ଜୁନ ମେହେର ଜେସିଆଙ୍କୁ ବିବାହ କରିଥିଲେ । ଉଭୟଙ୍କ ୨ଟି କନ୍ୟା ସନ୍ତାନ ମଧ୍ୟ ରହିଛି । ସେମାନଙ୍କ ନାମ ହେଲା ମାହିକା ଓ ମାୟରା । ନିକଟରେ ମାୟରା ଡାୟର ଫେଶନ ଶୋରେ ରନୱେ ଡେବଟ କରିଛନ୍ତି । ୨୦ ବର୍ଷର ବିବାହ ପରେ ୨୦୧୯ରେ ଉଭୟଙ୍କ ଛାଡପତ୍ର ହୋଇଥିଲା । ଏହି ବିଚ୍ଛେଦର ପ୍ରକୃତ କାରଣ ଜଣା ପଡ ନାହିଁ । ତେବେ ଗାବ୍ରିଏଲାଙ୍କ ସହ ସମ୍ପର୍କ ଏହାର ମୂଖ୍ୟ କାରଣ ଥିଲା ବୋଲି ଅନୁମାନ କରାଯାଉଥିଲା ।
ମେହେରଙ୍କଠାରୁ ଅଲଗା ହେବା ପରେ ସେ ଗାବ୍ରିଏଲଙ୍କ ଆହୁରି ନିକଟତର ହୋଇ ଯାଇଥିଲେ । ଏବେ ସେମାନେ ଏକତ୍ର ରହୁଛନ୍ତି । ଗାବ୍ରିଏଲା କମଳା ରଙ୍ଗର ଏକ ସୁନ୍ଦର ଫ୍ଲୋରାଲ ଗାଉନ ପିନ୍ଧିଛନ୍ତି । ଯେଉଁଥିରେ ତାଙ୍କ ବେବି ବମ୍ପ ସ୍ପଷ୍ଟ ଭାବେ ବାରି ହୋଇ ପଡୁଛି । କଙ୍ଗନା ରାନାୱତଙ୍କ ଧାକଡ ଫିଲ୍ମରେ ଅର୍ଜୁନ ଖଳନାୟକ ଭୂମିକା ତୁଲାଇଥିଲେ । ଏହା ବ୍ୟତୀତ ପଲଟନ ଓ ନେଲ ପଲିଶରେ ମଧ୍ୟ ତାଙ୍କୁ ଦେଖିବାକୁ ମିିଳିଥିଲା । ତେବେ ରାୱାନ, ଓମ ଶାନ୍ତି ଓମ, ରକ ଅନ, ହିରୋଇନ, ରାଜନୀତି ଓ ଇନକାର ପରି ଫିଲ୍ମରେ ଅଭିନୟ କରି ସେ ତାଙ୍କ ଦକ୍ଷତା ପ୍ରତିପାଦିତ କରି ପାରିଛନ୍ତି ।
Comments are closed.