Latest Odisha News

BREAKING NEWS

ଧାନ ଜଗିଥିବାବେଳେ ଯୁବକଙ୍କୁ ଦଳିଦେଲା ହାତୀ

ଢେଙ୍କାନାଳ : ମାତିଛନ୍ତି ହାତୀ । ଦିନକୁ ଦିନ ବଢ଼ିବାରେ ଲାଗିଛି ହାତୀ ଉପଦ୍ରବ । ପୁଣି ହାତୀ ଆକ୍ରମଣରେ ଚାଲିଗଲା ଜଣକ ଜୀବନ । ସଦର ରେଞ୍ଜ ଅନ୍ତର୍ଗତ କୁରୁମ ଟାଙ୍ଗର ଗାଁରେ ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟ ହୋଇଛି । ମୃତକଙ୍କ ନାଁ ଶ୍ରୀକାନ୍ତ ପରିଡ଼ା।
ଗତକାଲି ସେ ଗାଁ ନିକଟ ଜମିରେ ଧାନ ଜଗିବା ପାଇଁ ଯାଇଥିଲେ । ଚାଷ ଜମି ନିକଟସ୍ଥ ପୋଖରୀ କୂଳରେ ଥିବା ମଣ୍ଡପରେ ସେ ଶୋଇପଡ଼ିଥିଲେ । ଶ୍ରୀକାନ୍ତଙ୍କୁ ଏକୁଟିଆ ପାଇ ହାତୀଟି ଆକ୍ରମଣ କରିଥିଲା ।

ତେବେ ଭୋର ସମୟରେ ପୋଖରୀକୁ ପାଣି ପିଇବାକୁ ଆସିଥିବା ବେଳେ ହାତୀ ଶ୍ରୀକାନ୍ତଙ୍କୁ ଆକ୍ରମଣ କରିଥିବା କୁହାଯାଉଛି । ହାତୀଟି ଶ୍ରୀକାନ୍ତଙ୍କୁ କଚାଡ଼ି ଦେଇଥିଲା। ଫଳରେ ଶ୍ରୀକାନ୍ତଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ଏନେଇ ଖବରପାଇ ବନ ବିଭାଗ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ତେବେ ମୃତକଙ୍କ ପରିବାର ପକ୍ଷରୁ କ୍ଷତିପୂରଣ ଦାବି ହୋଇଛି ।

Leave A Reply

Your email address will not be published.