ଶ୍ରୀନଗର: ରବିବାର ସକାଳେ ଭୂମିକମ୍ପ ଝଟ୍କାରେ ଥରିଲା ଜାମ୍ମୁ ଓ କାଶ୍ମୀର। ଏହାର ତୀବ୍ରତା ୪.୧ ଥିଲା ବୋଲି ଭାରତୀୟ ଭୂମିକମ୍ପ ବିଜ୍ଞାନ(NCS) କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ସକାଳ ୫.୧୫ରେ ହୋଇଥିବା ଏହି ଭୂମିକମ୍ପର ଗଭୀରତା ୫ କିମି ରହିଥିଲା। ଏହାର ଅକ୍ଷାଂଶ ଓ ଦ୍ରାଘିମା ଯଥାକ୍ରମେ ୩୫.୦୬ ଓ ୭୪.୪୯ ରହିଥିଲା ବୋଲି NCS କହିଛି।
ଜାମ୍ମୁ ଓ କାଶ୍ମୀର ଭୂମିକମ୍ପ ଭଳି ପ୍ରାକୃତିକ ବପର୍ଯ୍ୟୟ ପ୍ରଭାବିତ ଅଞ୍ଚଳରେ ରହୁଥିବାରୁ ପ୍ରଶାସନ ଅତ୍ୟାଧୁନିକ ଜରୁରିକାଳୀନ ପରିଚାଳନା କେନ୍ଦ୍ର ବା ଏମାର୍ଜେନ୍ସି ଅପେରସନ ସେଣ୍ଟର(ଇଓସି) ସ୍ଥାପନା କରିବାକୁ ନିଷ୍ପତ୍ତି ନେଇଛନ୍ତି। ଭୂମିକମ୍ପରୁ ଯେମିତି ଅତି କମ୍ କ୍ଷତିଗ୍ରସ୍ତ ହେବ ଏଥିପାଇଁ ସମସ୍ତ ଜିଲ୍ଲାରେ ଏହି ଇଓସି ସ୍ଥାପନ କରିବାକୁ ନିଷ୍ପତ୍ତି ନିଆଯାଇଛି।
ବୁଡଗାମରେ ଇଓସି ନିର୍ମାଣ ପ୍ରକ୍ରିୟା ଆରମ୍ଭ ହୋଇଗଲାଣି। ଯେଉଁଥିରେ ଜାତୀୟ ବିପର୍ଯ୍ୟୟ ପରିଚାଳନା ଯୋଜନା ୨୦୧୯ ଅନୁସାରେ ବିପର୍ଯ୍ୟୟ ପରିଚାଳନା ଯୋଜନା ରହିବ। ଏହାକୁ ଜାମ୍ମୁ ଓ କାଶ୍ମୀର ସବୁ ଜିଲ୍ଲାରେ ଲାଗୁ କରାଯିବ।
Comments are closed.