ନେଦରଲ୍ୟାଣ୍ଡ: ଲୋକମାନେ ଟଙ୍କା ରୋଜଗାର କରିବା ପାଇଁ କିଛି ବି କରିବାକୁ ପ୍ରସ୍ତୁତ ହୁଅନ୍ତି । କିନ୍ତୁ ସେମାନେ ଦେଖନ୍ତି ନାହିଁ ଯେ, ସେମାନଙ୍କର କାର୍ଯ୍ୟ ନୈତିକ, ସାମାଜିକ ଏବଂ ଆଇନଗତ ଭାବରେ ଠିକ୍ କି ନୁହେଁ । ଅର୍ଥର ଲୋଭ ହେତୁ ଲୋକମାନେ ଅଜବ କାର୍ଯ୍ୟ କରି ବସନ୍ତି ଏବଂ ପରେ ଅସୁବିଧାରେ ପଡ଼ନ୍ତି । ସେହିଭଳି, ନେଦରଲ୍ୟାଣ୍ଡର ଜଣେ ବ୍ୟକ୍ତି ୫୫୦ ଜଣକୁ ଶୁକ୍ରାଣୁ ପ୍ରଦାନ କରି ସନ୍ତାନର ପିତା ହୋଇଛନ୍ତି । ହେଲେ ତାଙ୍କର ଏଭଳି କାର୍ଯ୍ୟ କରିବା ଉପରେ ଏବେ କୋର୍ଟ ପ୍ରତିବନ୍ଧକ ଲଗାଇଛନ୍ତିି ।
ନେଦରଲ୍ୟାଣ୍ଡର ୪୧ ବର୍ଷିୟ ଜୋନାଥନ ମେଜର । ଜୋନାଥନ୍ ଜଣେ ଶୁକ୍ରାଣୁ ଦାତା ଭାବେ ପରିଚିତ । ସେ ନେଦରଲ୍ୟାଣ୍ଡ ସହ ବିଦେଶରେ ଶୁକ୍ରାଣୁ ପ୍ରଦାନ କରନ୍ତି ଏବଂ ବହୁ ଅର୍ଥ ଉପାର୍ଜନ କରନ୍ତି । ନେଦରଲ୍ୟାଣ୍ଡର ୧୦ ଟି କ୍ଲିନିକରେ ଶୁକ୍ରାଣୁ ପ୍ରଦାନ କରି ୧୦୨ ପିଲାଙ୍କ ପିତା ହୋଇଥିଲେ । ସେ ଅନ୍ୟ ଦେଶରେ ମଧ୍ୟ ଶୁକ୍ରାଣୁ ବିକ୍ରି କରିଥିଲେ । ଅନଲାଇନ୍ ଯୋଗେ ଲୋକଙ୍କ ସହ ଯୋଗାଯୋଗ କରି ନିଜର ଶୁକ୍ରାଣୁ ବିକ୍ରି କରିଥାନ୍ତି । ଇତିମଧ୍ୟରେ ୫୫୦ ଜଣଙ୍କୁ ଶୁକ୍ରାଣୁ ପ୍ରଦାନ କରିସାରିଲେଣି ।
ଦେଶର ନିୟମ ଅନୁଯାୟୀ, ଯେ କୌଣସି ପୁରୁଷ ୧୨ ଜଣ ମହିଳାଙ୍କଠାରୁ ୨୫ ଟି ସନ୍ତାନର ପିତା ହୋଇପାରିବେ । କିନ୍ତୁ ତାହାଠାରୁ ଅଧିକ ନୁହେଁ । କିନ୍ତୁ ଜୋନାଥନ୍ ଏହି ନିୟମକୁ ଉଲ୍ଲଂଘନ କରିଛନ୍ତି । ସେଥିଲାଗି ତାଙ୍କର ଏଭଳି କାର୍ଯ୍ୟରେ କୋର୍ଟ ତାଙ୍କ ଉପରେ ପ୍ରତିବନ୍ଧକ ଲଗାଇଛି । ଯାହାଦ୍ୱାରା ସେ ଅଧିକ ଶୁକ୍ରାଣୁ ପ୍ରଦାନ କରିପାରିବେ ନାହିଁ । ଯଦି ଜୋନାଥନ୍ ପୁନର୍ବାର ଏହା କରନ୍ତି ତେବେ ତାଙ୍କୁ ୯୦ ଲକ୍ଷ ଟଙ୍କା ଜୋରିମାନା ଦେବାକୁ ପଡିବ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ଜୋନାଥନ କୋର୍ଟଙ୍କୁ କହିଛନ୍ତି ଯେ, ସେ କେବଳ ସେହି ଦମ୍ପତିମାନଙ୍କୁ ସାହାଯ୍ୟ କରିବାକୁ ଚାହୁଁଛନ୍ତି ଯେଉଁମାନେ କେବେ ପିତାମାତା ହୋଇପାରିବେ ନାହିଁ । ହେଲେ କୋର୍ଟ ତାଙ୍କର କୌଣସି କଥାକୁ ଗ୍ରହଣ କରି ନାହିଁ ।
Comments are closed.