Latest Odisha News

BREAKING NEWS

ସ୍ୱାମୀ ନୁହେଁ ବରଂ ବାପା ହେବାକୁ ଚାହୁଁଥିଲି

ମୁମ୍ବାଇ: ନିକଟରେ ରିଲିଜ ହୋଇଥିବା ଫିଲ୍ମ ‘କିସି କା ଭାଇ କିସି କି ଜାନ’କୁ ନେଇ ଏବେ ବଲିଉଡ଼ର ଭାଇଜାନ ତଥା ସଲମାନ୍ ଖାନ୍ ଚର୍ଚ୍ଚାରେ ଅଛନ୍ତି । ପ୍ରାରମ୍ଭରେ ଏହି ଫିଲ୍ମ୍ରଟି ବ୍ୟବସାୟ ଅଧିକ ନ ଥିଲେ ମଧ୍ୟ ପରେ ବହୁତ ଲାଭ କରିଥିଲା । ନିକଟରେ ସଲମାନ ଆପ୍ କି ଅଦାଲତରେ ପହଞ୍ôଚଥିଲେ, ଯେଉଁଠାରେ ତାଙ୍କୁ କିଛି ପ୍ରଶ୍ନ ପଚରାଯାଇଥିଲା, ଯାହାର ଉତ୍ତର ସେ ସହଜରେ ଦେଇଥିଲେ ।

ସଳମାନ ରଜତ ଶର୍ମାଙ୍କ ପ୍ରସିଦ୍ଧ ଶୋ ଆପ କି ଅଦାଲତର ଏକ ଅଂଶ ହୋଇଥିଲେ । ଏହି ସମୟରେ ଅଭିନେତାଙ୍କୁ ଅନେକ ପ୍ରଶ୍ନ ପଚରାଯାଇଥିଲା । କିନ୍ତୁ ସଲମାନଙ୍କ ପାଟିରୁ ଏକ ପ୍ରଶ୍ନର ଉତ୍ତର ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ପ୍ରକୃତରେ ସଲମାନ ଖାନଙ୍କୁ ପଚରାଯାଇଥିଲା ଯେ କରଣ ଜୋହର ବିବାହ ନ କରି ବାପା ହୋଇଛନ୍ତି । ଆପଣ କ’ଣ କହିବେ ? ଏ ନେଇ ସଲମାନ କହିଛନ୍ତି, ହଁ, ମୁଁ ମଧ୍ୟ ସମାନ କାର୍ଯ୍ୟ କରିବାକୁ ଚେଷ୍ଟା କରୁଥିଲି, କିନ୍ତୁ ପରେ ଆଇନ ବଦଳିଗଲା ।

ସଲମାନ ଆହୁରି କହିଥିଲେ ଯେ, ମୁଁ ପିଲାମାନଙ୍କୁ ବହୁତ ଭଲ ପାଏ । ସେଥିଲାଗି ସ୍ତ୍ରୀ ନୁହେଁ ସନ୍ତାନ ଦରକାର ଥିଲା । ଥରେ ସନ୍ତାନ ପାଇଁ ଇଛା ବି କରିଥିଲି । ହେଲେ ଆଇନ ଅନୁସାରେ ସ୍ୱିକୃତି ମିଳିଲା ନାହିଁ । ଏହା ବ୍ୟତୀତ ସଲମାନଙ୍କୁ ଅନ୍ୟ ବିଷୟରେ ମଧ୍ୟ ପଚରାଯାଇଥିଲା, ଯାହାକୁ ସେ ଆକର୍ଷଣୀୟ ଉତ୍ତର ଦେଇଥିଲେ ।

Leave A Reply

Your email address will not be published.