ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ଯାହାର ଚିତ୍ତ ବିଚଳିତ
ହୋଇପାରେନି କର୍ମରତ
କେବଳ ବଚନ ବିଳାସ
କରି ସେ ହୋଇଯାଏ ଶେଷ
ଲୋକହସାକୁ ଡରି, ଡରି
ଯଦି ନ ପାରୁଁ କିଛି କରି
ନିଜେ କରିବା ଅନୁତାପ
ନ ଥିବେ ଅଜା, ମାଆଁ, ବାପ
ସ୍ବେଚ୍ଛାରେ ମୁଂଡାଇ ଦାୟିତ୍ବ
ବୁଝିଲେ ଭାଷାର ମହତ୍ତ୍ବ
କରିବା ଯାହା କିଛି କାର୍ଯ
ତାହା ହିଁ ହେବ ଅନିବାର୍ଯ
ଅଳପ କଥା, ବେଶି କାମ
ହେଲେ ହେଁ ସତେ ସର୍ବୋତ୍ତମ
ତାହା ନ କରି ରହି ବସି
ଲୋକେ ତ ପାଉଥାଂତି ଖୁସି
ମାଆ ହାତରେ ରଂଧା ଖାଦ୍ୟ
ହୋଇଥିଲେ ବି ଅନବଦ୍ୟ
ହାଟକୁ ଯାଇ ପେଟ ଭରୁଁ
ନାନାଦି କଷ୍ଟ ଭୋଗ କରୁଁ
ଜିଭକୁ କରି ନିୟଂତ୍ରଣ
କରିଲେ ଶବ୍ଦ ଉଚ୍ଚାରଣ
ତୃପ୍ତ ହୁଅଂତା କାନ, ମନ
ବଢ଼ଂତା ସ୍ବଭାଷାର ମାନ
ପ୍ରତ୍ୟେକ ଶବ୍ଦର ବନାନ
କରିଲେ ଯଥାର୍ଥ ଲିଖନ
ଦେଖିଲେ ପାଠକ ନୟନ
ହୁଅଂତାନାହିଁ ସଂଦିହାନ
ଆମର ବେପରୁଆ ପଣ
ଯୋଗୁଁ ହେଲେ ବି ହଇରାଣ
କରୁନୁ ନିଜକୁ ସମୀକ୍ଷା
ଭାଷାକୁ ଦେଉନୁ ସୁରକ୍ଷା
ଛାଡ଼ିଲେ ଏତେ ବଦଭ୍ୟାସ
ଘଟିବ ଭାଷାର ବିକାଶ
ମିଳିବ ହିତକର ଫଳ
ଭାଷା ପାଇବ ନୂଆ ବଳ
Comments are closed.