କର୍ଣ୍ଣାଟକ: କର୍ଣ୍ଣାଟକ ନିର୍ବାଚନ ପାଇଁ ଆଉ ମାତ୍ର ୯ ଦିନ ରହିଥିବା ବେଳେ ନିର୍ବାଚନ ଇସ୍ତାହାର ଜାରି କଲା ବିଜେପି। ମେ ୧୦ରେ ନିର୍ବାଚନ ହେବାକୁ ଥିବା ବେଳେ କର୍ଣ୍ଣାଟକବାସୀଙ୍କୁ ଲୋଭ ଦେଖାଇବାକୁ ଇସ୍ତାହାରରେ ପୂରା ଚେଷ୍ଟା କରିଛି ଦଳ। ପ୍ରଜା ଧ୍ୱନୀ ନାଁରେ ଜାରି ହୋଇଥିବା ନିର୍ବାଚନୀ ଇସ୍ତାହାରରେ ୟୁନିଫର୍ମ ସିଭିଲ୍ କୋଡ୍ ଲାଗୁ କରିବାକୁ କମିଟି ଗଠନ ନେଇ ବିଜେପି ପ୍ରତିଶ୍ରୁତି ଦେଇଛି।
ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ ଓ ବରିଷ୍ଠ ନେତା ୟେଦୁରାପ୍ପା ମିଶି ସୋମବାର ନିର୍ବାଚନ ଇସ୍ତାହାର ଜାରି କରିଛନ୍ତି। ଏହି ଇସ୍ତାହାର ହିଁ ଆମକୁ ଜିତାଇବା ବୋଲି ୟେଦୁରାପ୍ପା କହିଛନ୍ତି।
ନିର୍ବାଚନୀ ଇସ୍ତାହରରେ ଦଳ ୭ଟି ‘ଏ’ (ଅନ୍ନ, ଅକ୍ଷର, ଆରୋଗ୍ୟ, ଅଭିବୃଦ୍ଧି, ଆଦାୟ, ଓ ଅଭୟ)କୁ ଧ୍ୟାନରେ ନିର୍ବାଚନ ଇସ୍ତାହାର ଜାରି କରିଛି।
ନିର୍ବାଚନ ଇସ୍ତାହାରରେ କେଉଁ ପ୍ରତିଶ୍ରୁତି ଦେଲା ବିଜେପି ?
୧. ବିପିଏଲ୍ ପରିବାରକୁ ପ୍ରତିବର୍ଷ ଉଗାଡ଼ି, ଗଣେଷ ଚତୁର୍ଥୀ ଓ ଦୀପାବଳିରେ ୩ ଗ୍ୟାସ୍ ସିଲିଣ୍ଡର ଦିଆଯିବ।
୨. ନଗର ନିଗମର ପ୍ରତ୍ୟେକ ୱାର୍ଡରେ କମ୍ ମୂଲ୍ୟରେ ଉଚ୍ଚମାନର ସ୍ୱାସ୍ଥ୍ୟକର ଭୋଜନ ଦେବାକୁ ଅଟଳ ଆଚାର କେନ୍ଦ୍ରର ସ୍ଥପାନା।
୩. ପୋଷଣ ଯୋଜନା ମାଧ୍ୟମରେ ବିପିଏଲ ପରିବାରକୁ ପ୍ରତିଦିନ ଅଧା ଲିଟର ନିନ୍ଦିନୀ କ୍ଷୀର ଓ ପ୍ରତିମାସ ପାଞ୍ଚ କେଜି ଶ୍ରୀ ଅନ୍ନ ଶ୍ରୀ ଧନ୍ୟ ରାଶନ କିଟ୍।
୪. ସମାନ ନାଗରିକ ସଂହିତା (ୟୁନିଫର୍ମ ସିଭିଲ୍ କୋଡ଼) ଲାଗୁ କରିବାକୁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିବା।
୫. ବେସେହାରା ଲୋକଙ୍କ ପାଇଁ ୧୦ ଲକ୍ଷ ଘର।
୬. ଏସ୍ଏସ୍ଟି ପରିବାରର ମହିଳାଙ୍କ ପାଇଁ ୫ ବର୍ଷ ପର୍ଯ୍ୟନ୍ତ ୧୦ ହଜାର ଟଙ୍କା ଏଫ୍ଡି କରାଯିବ।
୭.ସରକାରୀ ସ୍କୁଲ୍କୁ ବିଶ୍ୱସ୍ତରୀୟ ମାନଦଣ୍ଡ ସହ ଅପ୍ଗ୍ରେଡ୍ କରିବା।
୮. ବରିଷ୍ଠ ନାଗରିକଙ୍କ ପାଇଁ ପ୍ରତିବର୍ଷ ମାଗଣା ସ୍ୱାସ୍ଥ୍ୟ ଚେକ୍ଅପ୍।
୯. କଲ୍ୟାଣ ସର୍କିଟ୍, ବନବାସୀ ସର୍କିଟ୍, ପରଶୁରାମ ସର୍କିଟ୍, କାବେରୀ ସର୍କିଟ, ଗଙ୍ଗାପୁରା ସର୍କିଟ୍ ପାଇଁ ୨୫୦୦ କୋଟି।
୧୦. ବିନା ସୁଧାରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ
୧୧. ୫ କେଜି ଚାଉଳ ଓ ୫ କେଜି ମୋଟା ଶଶ୍ୟ ଦେବାକୁ ପ୍ରତଶ୍ରୁତି।
୧୨. ବିହନ ପାଇଁ କୃଷ୍କଙ୍କୁ ୧୦ ହଜାର ଟଙ୍କା।
Comments are closed.