ଅଷ୍ଟ୍ରେଲିଆ: ଦୁନିଆରେ ଅନେକ ଲୋକ ଟଙ୍କା ରୋଜଗାର ପାଇଁ ବିଭିନ୍ନ ଉପାୟ ଆପଣାଇଥାନ୍ତି । କିଛି ଲୋକ ପାଠ ପଢି ଚାକିରି କରି ରୋଜଗାର କରୁଥିବା ବେଳେ ଆଉ କିଛି ଲୋକ ବ୍ୟବସାୟ କରି ରୋଜଗାର କରନ୍ତି । କିନ୍ତୁ ଅଷ୍ଟ୍ରେଲିଆର ଜଣେ ୧୯ ବର୍ଷର୍ୀୟା ଯୁବତୀ ଅଜବ ଜିନିଷ ଖାଇ କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି ।
ଅଷ୍ଟ୍ରେଲିଆର ଏପ୍ରିଲ ଓପାଲ ନାମକ ଜଣେ ୧୯ ବର୍ଷର୍ୀୟା ଯୁବତୀ କମ ବୟସରୁ କୋଟି କୋଟି ଟଙ୍କାର ମାଲିକାଣୀ ହୋଇପାରିଛନ୍ତି । ସେ ଅକ୍ସଫୋର୍ଡରେ ଅଧ୍ୟୟନ ଛାଡି ଧନୀ ହେବା ଲକ୍ଷ୍ୟରେ ଓନଲି ଫାନ୍ସ ନାମକ ଏକ ସାଇଟରେ ଯୋଗ ଦେଇଥିଲେ । ଲୋକମାନେ ଏହି ସାଇଟରେ କଣ୍ଟେଣ୍ଟ ବିକ୍ରୟ କରି ରୋଜଗାର କରନ୍ତି । ଓପାଲ ଲୋକଙ୍କ ଅନୁରୋଧକ୍ରମେ ଖାଦ୍ୟ ଖାଇ ଟଙ୍କା ରୋଜଗାର କରୁଛନ୍ତି । ଆଉ କିଛି ଲୋକ ତାଙ୍କୁ ଟଙ୍କା ଦେଇ ଖାଦ୍ୟ ପଠାନ୍ତି ଏବଂ ଖାଇବା ସମୟରେ ଭିଡିଓ ସୁଟିଂ କରି ପଇସା ରୋଜଗାର କରନ୍ତି ।
ଏପ୍ରିଲ୍ କହିଛନ୍ତି ଯେ, ମୋତେ ଛୋଟବେଳୁ ବଡ଼ ଲୋକ ହେବାକୁ ଇଛା ଥିଲା । ଅଷ୍ଟ୍ରେଲିଆରେ ଏକ ବିଳାସପୂର୍ଣ୍ଣ ଘରେ ଦିନ କାଟିବାକୁ ସ୍ୱପ୍ନୂ ଦେଖିଥିଲି । ଯାହାକୁ ମୁଁ କମ୍ ବୟସରେ ପୂରଣ କରିପାରିଛିି । ମୁଁ ଅଜବ ଖାଦ୍ୟ ଖାଇ ମାସକୁ ପ୍ରାୟ ୩୦ ଲକ୍ଷ ଟଙ୍କା ରୋଜଗାର କରିପାରୁଛିିି ।
Comments are closed.